Videos
|
Odisha

ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସିତ

Smruti Parija
Browse all articles by Smruti Parija
·1 year ago·1 min read
ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସିତ

Key Points

ଲମତାପୁଟ ବ୍ଲକରେ ଲଗାଣ ବର୍ଷା

ମାଛକୁଣ୍ଡ ଡି.ଡ୍ୟାମ ବିପଦ ସଂକେତକୁ ଛୁଇଁଛି

ଖୋଲିଲା ମାଛକୁଣ୍ଡର ଦୁଇଟି ଗେଟ୍

କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକରେ ଲଗାଣ ବର୍ଷା ଲାଗି ରହିଛି । ବର୍ଷା ଯୋଗୁ ଜଳ ଭଣ୍ଡାରର ଜଳସ୍ତର ବଢିବାରେ ଲାଗିଛି । ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ଯୋଗୁଁ ମାଛକୁଣ୍ଡ ଡି.ଡ୍ୟାମ ବିପଦ ସଂକେତକୁ ଛୁଇଁଛି । ଡ୍ୟାମର ସୁରକ୍ଷା ଦୃଷ୍ଟିରେ ରଖି ବିଭାଗୀୟ ଅଧିକାରୀ ଡ୍ୟାମର ୬ ଓ ୭ ନମ୍ବର ଗେଟ୍ ଖୋଲି ବନ୍ୟା ଜଳକୁ ନିଷ୍କାସିତ କରିଛନ୍ତି । ଡ୍ୟାମ କ୍ଷମତା ୨୫୯୦ ଫୁଟ୍ ରହିଥିବାବେଳେ ବର୍ତ୍ତମାନ ୨୫୮୮ ଫୁଟକୁ ଛୁଇଁଛି । ୨ ଟି ଗେଟରୁ୨ ହଜାର କ୍ୟୁସେକ ଜଳ ଚିତ୍ରକୋଣ୍ଡା ଜଳ ଭଣ୍ଡାରକୁ ଛଡା ଯାଇଛି । ଚଳିତ ବର୍ଷର ପ୍ରଥମ ବନ୍ୟା ଜଳରେ ଡ୍ୟାମର ୨ଟି ଗେଟ୍ ଖୋଲା ଯାଇଥିବାବେଳେ ଅଧିକ ବର୍ଷା ହେଲେ ଆଗକୁ ମଧ୍ୟ ଗେଟ୍ ଖୋଲାଯିବ ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
two-gates-of-the-machhakund-dam-opened | Argus News