Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କାଠ ଆଣିବାକୁ ଯାଇଥିବା ବେଳେ ୨ ଜଣଙ୍କୁ ଘାଇଲା କଲା ଭାଲୁ

Sushanta Sahoo
Browse all articles by Sushanta Sahoo
·1 year ago·1 min read
କାଠ ଆଣିବାକୁ ଯାଇଥିବା ବେଳେ ୨ ଜଣଙ୍କୁ ଘାଇଲା କଲା ଭାଲୁ

ଉମରକୋଟ: କାଠ ଆଣିବାକୁ ଯାଇଥିଲେ, ଭାଲୁ ଆଖି ତାଡ଼ି ନେଲା । ଏଭଳି ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଅଞ୍ଚଳରେ । ନାୟକଗୁଡ଼ା ଗାଁର ୨ ଜଣ ଭାଲୁ ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି । ୨ ଜଣଙ୍କ ମଧ୍ୟରୁ ଜଣଙ୍କର ଦୁଇଟି ଯାକ ଆଖି ତାଡ଼ି ନେଇଛି ଭାଲୁ । 


ସୂଚନା ଅନୁସାରେ, ନାୟକଗୁଡ଼ା ଗାଁର ସଲିନ୍ଦର ଚଲାନ ଓ ଅନ୍ୟ ଜଣେ ବ୍ୟକ୍ତି କାଠ ଆଣିବା ପାଇଁ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ । ଜଙ୍ଗଲରେ ହଠାତ ଏକ ଭାଲୁ ସଲିନ୍ଦରକୁ ଆକ୍ରମଣ କରିଥିଲା । ଭାଲୁକୁ ଦେଖି ସାଙ୍ଗରେ ଯାଇଥିବା ବ୍ୟକ୍ତି ଜଣଙ୍କ ପ୍ରାଣ ବିକଳରେ ଦୌଡ଼ି ପଳାଇଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସଲିନ୍ଦରଙ୍କୁ ଭାଲୁ ଆକ୍ରମଣ କରୁଥିବା ବେଳେ ଛଡ଼ାଇବାକୁ ଯାଇ ସେହି ସମୟରେ ବିଲକୁ ଯାଉଥିବା କମଳ ଚଲାନ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ । ସଲିନ୍ଦରଙ୍କ ଆଖି ନଷ୍ଟ ହୋଇଥିବା ବେଳେ ଗାଲକୁ ଭାଲୁ କାମୁଡ଼ି ଦେଇଛି । ଗୁରୁତର ଭାବେ ଉଭୟଙ୍କୁ ଉମରକୋଟ ପରେ ନବରଙ୍ଗପୁର ସ୍ଥାନାନ୍ତର କରାଯାଇଛି ।

Sponsored
Two Injured In Bear Attack In Umerkote | Argus News