Videos
|
Odisha

Two Kanwariyas Swept Away / ପାଣି ଉଠାଉଥିବା ବେଳେ ପ୍ରଖର ସ୍ରୋତରେ ଭାସିଗଲେ ଦୁଇ କାଉଡ଼ିଆ, ଜଣେ ଉଦ୍ଧାର, ଜଣେ ନିଖୋଜ

Bikash Mohanty
Browse all articles by Bikash Mohanty
·1 month ago·2 min read
ପାଣି ଉଠାଉଥିବା ବେଳେ ପ୍ରଖର ସ୍ରୋତରେ ଭାସିଗଲେ ଦୁଇ କାଉଡ଼ିଆ, ଜଣେ ଉଦ୍ଧାର, ଜଣେ ନିଖୋଜ
Two Kanwariyas

Key Points

ପ୍ରଖର ସ୍ରୋତରେ ଭାସିଗଲେ ଦୁଇ କାଉଡ଼ିଆ
ପାଣି ଉଠାଉଥିବା ବେଳେ ପ୍ରଖର ସ୍ରୋତରେ ଭାସିଗଲେ
ଅନୁଗୋଳ ଲିଙ୍ଗରା ନାଳରେ ପାଣି ଉଠାଉଥିବା ବେଳେ ଅଘଟଣ
ଜଣେ ଜଣେ ଉଦ୍ଧାର, ଜଣେ ନିଖୋଜ



ଅନଗୁଳ,୧୦/୦୮: ସାବଧାନତା ଅଭାବରୁ ପୁଣି ଘଟିଲା ଅଘଟଣ । ଅନୁଗୋଳ ଟିପିରିସିଂହା ନିକଟ ଲିଙ୍ଗରା ନାଳରେ ପାଣି ଉଠାଉଥିବା ବେଳେ ପାଣିର ପ୍ରଖର ସ୍ରୋତରେ ଭାସିଗଲେ ଦୁଇ ଜଣ କାଉଡ଼ିଆ । ଘଟଣାରେ ଜଣେ କାଉଡ଼ିଆଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଆଉ ଜଣେ ଏବେବି ନିଖୋଜ ଅଛନ୍ତି ।

ସୂଚନା ଅନୁସାରେ, ଟିପିରିସିଂହା ମନ୍ଦିରରେ ଜଳାଭିଷେକ କରିବା ପାଇଁ ଦୁଇ କାଉଡ଼ିଆ ସ୍ମୃତି ସୌରଭ ରଥ ଓ ତାଙ୍କ ଭାଇ ଲିଙ୍ଗରା ନାଳରୁ ପାଣି ଉଠାଉଥିଲେ। ଏହି ସମୟରେ ହଠାତ୍‌ ପାଣିର ପ୍ରଖର ସ୍ରୋତରେ ଦୁହେଁ ଭାସିଯାଇଥିଲେ । ଘଟଣାସ୍ଥଳରେ ଥିବା ଲୋକେ ଜଣଙ୍କୁ ଉଦ୍ଧାର କରିଥିବା ବେଳେ ଅନ୍ୟ ଜଣଙ୍କର କୌଣସି ପତ୍ତା ମିଳିନାହିଁ । ଖବର ପାଇ ଅନୁଗୋଳ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଛି ।

ନିଖୋଜ କାଉଡ଼ିଆଙ୍କୁ ଖୋଜିବା ପାଇଁ ଅଗ୍ନିଶମ ବାହିନୀ ପକ୍ଷରୁ ଜୋରଦାର ଉଦ୍ଧାର ଓ ସର୍ଚ୍ଚ ଅପରେସନ୍‌ ଜାରି ରହିଛି । ନି ଖୋଜ ଥିବା ବୋଲବମ୍‌ ଭକ୍ତ ଅନୁଗୋଳ ବେନ୍ତପୁର ଅଞ୍ଚଳର ବୋଲି ପ୍ରାଥମିକ ଭାବେ ଅନୁମାନ କରାଯାଉଛି । ତେବେ ତାଙ୍କ ପରିଚୟ ସମ୍ପର୍କରେ ଅଧିକ ତଥ୍ୟ ଏଯାଏ ସ୍ପଷ୍ଟ ହୋଇନାହିଁ । ବର୍ଷା ଯୋଗୁଁ ନାଳରେ ପାଣି ବଢ଼ିବା ସହ ସ୍ରୋତ ମଧ୍ୟ ତୀବ୍ର ରହିଛି । ଏଭଳି ସମୟରେ ନଦୀ, ନାଳ ଓ ଜଳାଶୟକୁ ଯିବାବେଳେ ସତର୍କତା ଅବଲମ୍ବନ ପାଇଁ ପ୍ରଶାସନ ପକ୍ଷରୁ ମଧ୍ୟ ଲୋକଙ୍କୁ ସଚେତନ କରାଯାଉଛି।

ପଢନ୍ତୁ ଏହି ଖବର: ଭୁବନେଶ୍ୱରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ବସ୍ ଧକ୍କାରେ ବାଇକ୍ ଆରୋହୀ ମୃତ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଆଜି ଶ୍ରାବଣ ମାସର ଦ୍ବିତୀୟ ସୋମବାର । ଜଳାଭିଷେକ ଲାଗି ଶିବାଳୟରେ ରାତିରୁ ଲାଗିଛି କାଉଡ଼ିଆଙ୍କ ଧାଡ଼ି । ଶ୍ରୀଲିଙ୍ଗରାଜ, ଶ୍ରୀଲୋକନାଥ ପୀଠ ସମେତ ରାଜ୍ୟର ପ୍ରମୁଖ ଶିବ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ଏକାମ୍ର କ୍ଷେତ୍ରାଧିପତି ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ରାତିରୁ ଲାଗିଛି କାଉଡିଆଙ୍କ ଲମ୍ବା ଧାଡ଼ି । ସେହିପରି ଭୋଗରାଇ ବାବା ଚନ୍ଦନେଶ୍ୱରଙ୍କ ପୀଠରେ ଜଳାଭିଷେକ କରୁଛନ୍ତି ଲକ୍ଷାଧିକ କାଉଡ଼ିଆ । ଭୋର ୪ ଟାରୁ ବାବାଙ୍କ ଦ୍ୱାରଫିଟା ନୀତିକାନ୍ତି ପରେ ଜଳାଭିଷେକ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।

ନୟାଗଡର ପ୍ରସିଦ୍ଧ ଶୈବକ୍ଷେତ୍ର ଲଡୁବାବାଙ୍କ ପୀଠରେ ଆଜି ଶହ ଶହ କାଉଡିଆ ଜଳଲାଗି କରୁଛନ୍ତି । ରାତି ୩ଟାରେ ମନ୍ଦିର ଖୋଲାଯିବା ପରେ ଠାକୁରଙ୍କ ନିତୀକାନ୍ତି କରାଯାଇ ୪ଟା ରାତିରୁ ଜଳଲାଗି ଆରମ୍ଭ ହୋଇଛି । କାଉଡିଆମାନେ କଣ୍ଟିଲୋ , କଟକ ଓ ରାଜ୍ୟର ବିଭିନ୍ନ ନଦୀରୁ ପାଣି ଆଣି ମାନସିକ ପୁରଣ ପାଇଁ ଲଡୁବାବାଙ୍କ ମସ୍ତକରେ ଜଳଲାଗି କରୁଛନ୍ତି । ସୋମବାର ଶିବାଳୟରେ ଗୁଡ଼ିକରେ ଅସମ୍ଭାଳ ଭିଡ଼କୁ ଦୃଷ୍ଟିକୁ ଦେଖି କାଉଡ଼ିଆଙ୍କ ସୁରକ୍ଷା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି ବ୍ୟବସ୍ଥା କରାଯାଇଛି ।
Two Kanwariyas Swept Away While Fetching Water, One Missing | Argus News