Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନାବାଳକଙ୍କ ବେପରୁଆ ଗାଡି ଚାଳନା, ୨ମୃତ 

Smruti Parija
Browse all articles by Smruti Parija
·2 years ago·1 min read
ନାବାଳକଙ୍କ ବେପରୁଆ ଗାଡି ଚାଳନା, ୨ମୃତ 

ଅର୍ଗସ ବ୍ୟୁରୋ:  ପୁନେରେ ନାବାଳକଙ୍କ ବେପରୁଆ ଗାଡିଚାଳନା ଘଟଣାରେ ତଦନ୍ତ କରୁଛି ପୋଲିସ । ଆଜି ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳକୁ ଯାଇ ତଥ୍ୟ ସଂଗ୍ରହ କରୁଛନ୍ତି । ଏଥିସହ ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭିର ଯାଞ୍ଚ କରାଯାଉଛି । ରବିବାର ଭୋରରେ ନାବାଳକଙ୍କ ଜଣଙ୍କ ଅତ୍ୟନ୍ତ ବେପରୁଆ ଭାବେ ଜୋରରେ ଗାଡି ଚଳାଇ ବାଇକକୁ ଧକ୍କା ଦେଇଥିଲା । ଏଥିରେ ଘଟଣାସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିଲା । 

ଗଳି ରାସ୍ତାରେ କାରଟି ଘଣ୍ଟାପ୍ରତି ୯୦ କିମିରୁ ଅଧିକ ବେଗରେ ଯାଉଥିବା ସିସିଟିଭିରୁ ଜଣାପଡିଛି । ନାବାଳକ ଜଣଙ୍କ ନିଶାଗ୍ରସ୍ତ ହୋଇ ଗାଡି ଚଳାଉଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ମହାରାଷ୍ଟ୍ରରେ ୨୫ରୁ କମ ବୟସର ବ୍ୟକ୍ତିଙ୍କୁ ମଦ ବିକ୍ରି କରିବା ବେଆଇନ୍ । କିନ୍ତୁ କେଉଁ ପରିସ୍ଥିତିରେ ନାବାଳକ ଜଣଙ୍କ ନିଶା ସେବନ କରିଥିଲେ ସେ ନେଇ ପୋଲିସ ଖୋଳତାଡ କରୁଛି । କାର ଦୁର୍ଘଟଣା କରିଥିବା ନାବାଳକର ବାପାଙ୍କୁ ପୋଲିସ ଗିରଫ କରିଛି । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
two-killed-in-bike-accident-at-pune | Argus News