Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଅଧା ରହିଗଲା ରଥ ଡ୍ୟୁଟି, ଚାଲିଗଲା ଜୀବନ

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·1 min read
ଅଧା ରହିଗଲା ରଥ ଡ୍ୟୁଟି, ଚାଲିଗଲା ଜୀବନ

Key Points

ବାହୁଡା଼ ଯାତ୍ରାକୁ ଡ୍ୟୁଟି କରିବାକୁ ଯିବାବେଳେ ଟ୍ରଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ ।


ଗୋଟିଏ ଦିନରେ ଦୁଇ କନେଷ୍ଟବଳଙ୍କ ମୃତ୍ୟୁ । ରାୟଗଡ଼ା ଶ୍ରଦ୍ଧା ଶ୍ରୀକ୍ଷେତ୍ର ବାହୁଡା଼ ଯାତ୍ରାରେ ଡ୍ୟୁଟି କରୁଥିବା ବେଳେ ଜୀବନ ହାରିଲେ ତାରିଣୀ ଗମାଙ୍ଗ ନାମକ କନେଷ୍ଟବଳ । ସେ କାଶୀପୁର ବ୍ଲକର ଦୋରାଗୁଡ଼ା ଥାନାରେ କାର୍ଯ୍ୟରତ ଥିଲେ । ଶନିବାର ସକାଳୁ ତହସିଲ ଛକ ଠାରେ ଜାତୀୟ ରାଜପଥ କଡ଼ରେ ଡ୍ୟୁଟି କରୁଥିବା ବେଳେ ଅସୁସ୍ଥତା ଅନୁଭବ କରି ତଳେ ଅଚେତ ଅବସ୍ଥାରେ ପଡ଼ିଯାଇଥିଲେ । ସେଠାରେ ଉପସ୍ଥିତ ପୋଲିସ କର୍ମୀ ତାଙ୍କୁ ସଙ୍ଗେ ସଙ୍ଗେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତାରିଣୀଙ୍କ ନିଜ ଘର ପଦ୍ମପୁର ଥାନା ଅର୍ନ୍ତଗତ ଲକ୍ଷ୍ମଣଗୁଡ଼ା ଗ୍ରାମ ।


ସେପଟେ ବାହୁଡା଼ ଯାତ୍ରାକୁ ଡ୍ୟୁଟି କରିବାକୁ ଯିବାବେଳେ ଟ୍ରଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ । ଚାନ୍ଦିଲି ଥାନା ଗୁନାଖାଲ ଛକଠାରେ ମହିଳା କନେଷ୍ଟବଳଙ୍କ ସ୍କୁଟିକୁ ଏକ ଟ୍ରଲର ପଛ ପଟୁ ଧକ୍କା ଦେଇଥିଲା । ମହିଳା କନେଷ୍ଟବଳଙ୍କ ଉପରେ ଟ୍ରଲର ଚଢିଯାଇଥିଲା । ମୃତକ ହେଲେ କାର୍ଯ୍ୟରତ ପୋଲିସ କନେଷ୍ଟବଳ ଲାବଣ୍ୟା ଗାଣ୍ଟା । ତାଙ୍କ ଘର କଲନରା ବ୍ଲକ୍ ଖେଦାପଡ଼ାରେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Two lives lost while on Ratha duty in Baripada | Argus News