Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବାଲେଶ୍ଵର FM କଲେଜରେ କ୍ରାଇମବ୍ରାଞ୍ଚର ୨ ଜଣିଆ ଟିମ୍ , ଅଧ୍ୟକ୍ଷଙ୍କ ଚାମ୍ବରରେ ତଦନ୍ତ

Swoyang prajna Mishra
Browse all articles by Swoyang prajna Mishra
·12 months ago·1 min read
ବାଲେଶ୍ଵର FM କଲେଜରେ କ୍ରାଇମବ୍ରାଞ୍ଚର ୨ ଜଣିଆ ଟିମ୍ , ଅଧ୍ୟକ୍ଷଙ୍କ ଚାମ୍ବରରେ ତଦନ୍ତ

Key Points

ବାଲେଶ୍ଵର FM କଲେଜରେ କ୍ରାଇମବ୍ରାଞ୍ଚର ୨ ଜଣିଆ ଟିମ୍
କଲେଜ୍ ଅଧ୍ୟକ୍ଷଙ୍କ ଚାମ୍ବରକୁ ଗଲେ ଟିମ୍
ଅଧ୍ୟକ୍ଷଙ୍କ ସହ କ୍ରାଇମବ୍ରାଞ୍ଚର ଟିମର ଆଲୋଚନା
ଗତକାଲି ଏକ ପେଟ୍ରୋଲ ପମ୍ପର ସିସିଟିଭିକୁ ଛାନଭିନ କରିଥିଲା ଟିମ୍

ବାଲେଶ୍ଵର FM କଲେଜରେ କ୍ରାଇମବ୍ରାଞ୍ଚର ୨ ଜଣିଆ ଟିମ୍ । କଲେଜ୍ ଅଧ୍ୟକ୍ଷଙ୍କ ଚାମ୍ବରକୁ ଗଲେ ଟିମ୍ । ଆଇଓ ପାଞ୍ଚାଳୀ ରାଉତଙ୍କ ସମେତ ଅନ୍ୟଜଣେ ଅଧିକାରୀ ପ୍ରିନ୍ସିପାଲଙ୍କ ସହ ଆଲୋଚନା କରୁଛନ୍ତି । ଆଜି ଦ୍ୱିତୀୟ ଦିନରେ ପୁଣି ତଦନ୍ତ ପାଇଁ ପହଞ୍ଚିଲା ଟିମ୍ । ଗତକାଲି ଏକ ପେଟ୍ରୋଲ ପମ୍ପର ସିସିଟିଭିକୁ ଛାନଭିନ କରିଥିଲା ଟିମ୍ । ସେପଟେ ଆଜି ବାଲେଶ୍ବରରେ ପହଞ୍ଚିବ ଗଣଶିକ୍ଷା ବିଭାଗର ଉଚ୍ଚସ୍ତରୀୟ ତଦନ୍ତ କମିଟି । ଇଣ୍ଟରନାଲ କମ୍ପ୍ଲେନ କମିଟିର ସଦସ୍ୟ ଓ ଛାତ୍ରମାନେ ତଦନ୍ତ କମିଟି ଆଗରେ ହାଜର ହେବେ । ଆଜି ଓ ଆସନ୍ତାକାଲି ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି ।


ଫକୀର ମୋହନ କଲେଜରେ ପହଂଚିଛନ୍ତି UGCର ୪ ଜଣିଆ ଟିମ୍ । ଘଟଣାର ତଦନ୍ତ ସହ କଲେଜ ICC ମେମ୍ବର ମାନଙ୍କୁ କରିବେ ପଚରା ଉଚୁରା। । ବାଲେଶ୍ବର ଫକିର ମୋହନ କଲେଜ୍ ପରିସରରେ ପହଞ୍ଚିଲେ UGC ର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍। UGC ର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଏଫ୍ ଏମ କଲେଜ୍ ରେ ପହଞ୍ଚିଛନ୍ତି । ପ୍ରଫେସର ରାଜ୍ କୁମାର ମିତ୍ତଲ ଙ୍କ ଅଧ୍ୟକ୍ଷତା ରେ ୪ ଜଣିଆ ଟିମ୍ ଆସିଛନ୍ତି । ଟିମ୍ ରେ ଅଛନ୍ତି ପ୍ରଫେସର ସୁଷମା ଯାଦବ, ଡକ୍ଟର ନିରଜା ଗୁପ୍ତା ଓ ୟୁ ଜି ସି ର ଯୁଗ୍ମ ସଚିବ ଡକ୍ଟର ଅସୀମା ମଙ୍ଗଲା। ଘଟଣା ର ପାରିପାର୍ଶ୍ଵିକ ସ୍ଥିତି ଯାଞ୍ଚ କରିବା ସହ କଲେଜ ରେ ଛାତ୍ରୀ ନିର୍ଯାତନା ସମ୍ପର୍କିତ ତଦନ୍ତ କରିବେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Two-member Crime Branch team at Balasore FM College, investigation in the chairman's chamber | Argus News