Videos
|
Odisha

ସ୍ଥିତି ପରଖିବାକୁ ଘଟଣାସ୍ଥଳକୁ ଯିବେ ଦୁଇ ମନ୍ତ୍ରୀଙ୍କ ସମେତ ବିଭାଗୀୟ ସଚିବ

Rashmita Mishra
Browse all articles by Rashmita Mishra
·1 year ago·1 min read
ସ୍ଥିତି ପରଖିବାକୁ ଘଟଣାସ୍ଥଳକୁ ଯିବେ ଦୁଇ ମନ୍ତ୍ରୀଙ୍କ ସମେତ ବିଭାଗୀୟ ସଚିବ

ସୁନ୍ଦରଗଡ଼ରେ ଚୋରା କୋଇଲା ଖଣି ଦୁର୍ନୀତି ମାମଲା । ସ୍ଥିତି ପରଖିବାକୁ ଆଜି ଘଟଣାସ୍ଥଳକୁ ଯିବେ ବିଭାଗୀୟ ମନ୍ତ୍ରୀ ଓ ସଚିବ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ଓ ବିଭାଗୀୟ ସଚିବ ସୁନ୍ଦରଗଡ଼ ଆସି ଚୋରା ଖଣି ଅଞ୍ଚଳ ବୁଲି ଦେଖିବେ ।

ସୁନ୍ଦରଗଡ଼ରେ କିଭଳି କୋଇଲା ଲୁଟ୍ ହୋଇଛି, ତାହାର ସତ ପରଖିବେ । ବେଆଇନ ଭାବେ କେତେ ଖଣି ଖୋଳା ଯାଇଛି, କେତେ ପରିମାଣର କୋଇଲା ଚୋରି ହୋଇଛି, ତା’ର ଅନୁଧ୍ୟାନ କରିବା ସହ ଖଣି ବିଭାଗ ଓ ଜିଲ୍ଲା ପ୍ରଶାସନର କାର୍ଯ୍ୟାନୁଷ୍ଠାନର ସମୀକ୍ଷା କରିବେ । ସୁନ୍ଦରଗଡ଼ରେ ଖଣି ଚୋରି ବଢୁଥିବାବେଳେ ଗତ କିଛି ଦିନ ହେଲା ଖଣି, ରାଜସ୍ବ ଓ ପୋଲିସ ବିଭାଗର ମାରାଥନ ରେଡ କରୁଛନ୍ତି ।

ଗତ 4 ତାରିଖରୁ ଏଯାବତ୍ ରେଡରେ ଜବତ ହେଲାଣି ୧୦ ହଜାର ଟନ୍‌ରୁ ଅଧିକ ପରିମାଣର କୋଇଲା । ହେମଗିରି କନିକାସ୍ଥିତ ଆରୟନ କୋଲ୍ ୱାସେରି ସମେତ ଆଇରନ ଫ୍ୟାକ୍ଟ୍ରି ବସୁନ୍ଧରା ମେଟାଲିକ୍ସ ଉପରେ ଚଢ଼ାଉ କରିଥିଲା ଜିଲ୍ଲା ପ୍ରଶାସନ ଓ ପୋଲିସର ମିଳିତ ଟିମ୍ । ହେମଗିରି କନିକାସ୍ଥିତ ଆରୟନ କୋଲ୍ ୱାସେରି ବେଆଇନ କୋଇଲା ଗଚ୍ଛିତ ଥିବାର ସୂଚନା ମିଳିଥିଲା ।

କମ୍ପାନୀ ପାଚେରୀରୁ ଦୁଇ କିମି ଦୂର ଜଙ୍ଗଲରେ ଶହ ଶହ ଟନ କୋଇଲା ପଡ଼ି ରହିଥିଲା ।. ଖଣି ବିଭାଗ ପକ୍ଷରୁ ଆର୍ଯ୍ୟନ୍ କୋଇଲା ୱାସେରିକୁ ସିଲ୍ କରାଯିବା ସହ କମ୍ପାନୀର ଲାଇସେନ୍ସ ବାତିଲ କରାଯାଇଛି । ଏହାଛଡ଼ା ୯ ହଜାର 5 ଶହ ଟନ୍ କୋଇଲା ବେଆଇନ୍ ଭାବରେ ରଖାଯାଇଥିବା ଅଭିଯୋଗରେ ଏକ ମାମଲା ରୁଜୁ କାରିଛି ଖଣି ବିଭାଗ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
two-ministers-along-with-the-departmental-secretary-will-go-to-the-scene-to-assess-the-situation | Argus News