Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବିଷାକ୍ତ ଛତୁଆ ଖାଇ ୨ ନାବାଳିକା ଭଉଣୀଙ୍କ ମୃତ୍ୟୁ ଅଭିଯୋଗ, ବଡ଼ ଭଉଣୀ ଓ ବାପା ଗୁରୁତର

Odisha

ବିଷାକ୍ତ ଛତୁଆ ଖାଇ ୨ ନାବାଳିକା ଭଉଣୀଙ୍କ ମୃତ୍ୟୁ ଅଭିଯୋଗ, ବଡ଼ ଭଉଣୀ ଓ ବାପା ଗୁରୁତର

Sushanta Sahoo
Browse all articles by Sushanta Sahoo
·1 year ago·1 min read
ବିଷାକ୍ତ ଛତୁଆ ଖାଇ ୨ ନାବାଳିକା ଭଉଣୀଙ୍କ ମୃତ୍ୟୁ ଅଭିଯୋଗ, ବଡ଼ ଭଉଣୀ ଓ ବାପା ଗୁରୁତର

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ରାମଗିରି ହାଟପଦା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି । ଅଙ୍ଗନବାଡ଼ିରୁ ମିଳିଥିବା ଛତୁଆ ଖାଇ ୨ ନାବାଳିକା ଭଉଣୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ବଡ଼ ଭଉଣୀ ଓ ବାପାଙ୍କ ଅବସ୍ଥା ଗୁରୁତର ରହିଛି । ଗୁରୁତର ବଡ଼ ଭଉଣୀ ଓ ତାଙ୍କ ବାପାଙ୍କୁ ପାରଳାଖେମୁଣ୍ଡି ପରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି ।


ମୃତକ ହେଉଛନ୍ତି ରାମଗିରିର ୬ ବର୍ଷୀୟ ତୁଳସୀ ବଡମୁଣ୍ଡି ଓ ୩ ବର୍ଷର ଗୁଣବତୀ ବଡମୁଣ୍ଡି । ଗୁରୁତର ବାପା ଅର୍ଜୁନ ଓ ବଡ଼ ଝିଅ ସୁମିତ୍ରାଙ୍କୁ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ସଙ୍କଟାପନ୍ନ ଥିବାରୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି ।


ରାମଗିରି ହାଟପଦା ଅଙ୍ଗନବାଡ଼ିରୁ ମିଳିଥିବା ଛତୁଆ ଖାଇବା ପରେ ପରିବାରର ୪ ଜଣ ଅସୁସ୍ଥ ହୋଇ ପଡ଼ିଥିବା ଅଭିଯୋଗ ହୋଇଛି । ଗତ ଶୁକ୍ରବାର ଦିନ ପରିବାରର ୪ ଜଣ ଅସୁସ୍ଥ ହୋଇ ପଡ଼ିଥିଲେ ବୋଲି କହିଛନ୍ତି ଆଶା ଦିଦି । ଅସୁସ୍ଥଙ୍କୁ ଆଶା ଦିଦି ମେଡିକାଲ୍‌ରେ ଭର୍ତ୍ତି କରିଥିଲେ । ତେବେ ୨ ଜଣଙ୍କ ମୃତ୍ୟୁ ଛତୁଆ ପାଇଁ ହୋଇଛି ନା ଅନ୍ୟ କିଛି କାରଣ ତାହା ସ୍ପଷ୍ଟ ହୋଇ ନାହିଁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Two Minor Dies And Two Other In Serious After Taking Chhatua In Gajapati | Argus News