Videos
|
Odisha

ଦୋକାନକୁ ମ୍ୟାଗି ଆଣିବାକୁ ଯାଇ ଦୁଇ ନାବାଳିକା ସାଙ୍ଗ ଅପହୃତ

Banajyotshna Ray
Browse all articles by Banajyotshna Ray
·1 year ago
ଦୋକାନକୁ ମ୍ୟାଗି ଆଣିବାକୁ ଯାଇ ଦୁଇ ନାବାଳିକା ସାଙ୍ଗ ଅପହୃତ

Key Points

ଦୋକାନକୁ ମ୍ୟାଗି ଆଣିବାକୁ ଯାଇ ଦୁଇ ନାବାଳିକା ସାଙ୍ଗ ଅପହୃତ

ପୋଲିସର ତନାଘନା ଜାରି

ଦୋକାନକୁ ମ୍ୟାଗି ଆଣିବାକୁ ଯାଇ ଦୁଇ ନାବାଳିକା ସାଙ୍ଗ ଅପହୃତ । ଘର ପାଖ ଦୋକାନକୁ ମ୍ୟାଗି କିଣିବାକୁ ଯାଇଥିବାବେଳେ ଦୁଇ ନାବାଳିକା ସାଙ୍ଗକୁ ଅପହରଣ କରି ନେଲେ ଅଜଣା ଦୁର୍ବୁତ୍ତ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କରଞ୍ଜିଆ ଥାନା ଶରଧା ଗାଁରେ। ଗତକାଲି ସନ୍ଧ୍ୟାରେ ଦୁଇ ନାବାଳିକା ମ୍ୟାଗି ଆଣିବାକୁ ଦୋକାନକୁ ଯାଇ ଆଉ ଘରକୁ ଫେରିନଥିଲେ ।


ଅପହରଣକାରୀମାନେ ଭିଡିଓ କଲ୍ କରି ନାବାଳିକାଙ୍କ ପରିବାରକୁ ଜଣାଉଛନ୍ତି କି କମ୍ ଲୋକ ଆସିଲେ ଆମେ ନାବାଳିକାଦ୍ୱୟଙ୍କୁ ଛାଡ଼ି ଦେବୁ । ଅପହୃତ ନାବାଳିକା ଦୁଇ ଜଣଙ୍କ ପରିବାର ପକ୍ଷରୁ କରଞ୍ଜିଆ ଥାନାରେ ଏତଲା ପରେ, ଏତଲା ଆଧାରରେ ପୋଲିସର ତନାଘନା ଜାରି ରହିଛି । ଏଘଟଣା ପରେ ପରିବାର ଲୋକେ ଭୟଭୀତ ଅବସ୍ଥାରେ ଥିବା ଜଣାପଡିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
two-minor-girls-friends-kidnapped-while-going-to-the-shop-to-get-maggi | Argus News