ବିଜୁସେତୁ ଅପହଞ୍ଚ, ସାହାରା ପାଲଟିଛି ବାଉଁଶ ପୋଲ

Key Points
ଦୁଃଖ ଦେଉଛି ଭଙ୍ଗା ବାଉଁଶ ପୋଲ
ନଦୀ ପାର୍ ପାଇଁ ଦୁଇ ପଞ୍ଚାୟତର ସଂଘର୍ଷ
ବାଉଁଶ ପୋଲ ଭରାସରେ ଖୁରାଣ୍ଟ
ବିଜୁସେତୁ ଅପହଞ୍ଚ, ସାହାରା ପାଲଟିଛି ବାଉଁଶ ପୋଲ
କୂଅଜାରୀ ନଦୀ ଉପରେ କେବେ ହେବ ପୋଲ ?
ଜଟାଧାରୀ ମୁହାଣକୁ ସଂଯୋଗ କରୁଥିବା ଏହି ଗଭୀର କୂଅଜାରୀ ନଦୀ ପାର ହେବାକୁ ପୋଲଟିଏ ନାହିଁ , ତେଣୁ ଲୋକମନେ ଯାତାୟାତ ପାଇଁ ନିଜସ୍ବ ଉଦ୍ୟମରେ ତିଆରି କରିଛନ୍ତି ଏହି ବାଉଁଶ ପୋଲ। ଦୀର୍ଘ ବର୍ଷ ହେବ ଅସ୍ଥାୟୀ ପୋଲରେ ସ୍କୁଲ ପିଲାଙ୍କଠୁ ଆରମ୍ଭ କରି ବାୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ କରୁଛନ୍ତି ଯାତାୟାତ। ବାଉଁଶ ପୋଲ ଏଠାକା ବାସିନ୍ଦାଙ୍କ ପାଇଁ ଲାଇଫ୍ ଲାଇନ ହୋଇଥିବା ବେଳେ ଏହାର ମରାମତି ଅଭାରୁ ପୋଲର ଅବସ୍ଥା ସଙ୍କଟାପର୍ଣ୍ଣ। କେତେବେଳେ ଯେ କେଉଁ ଅଘଟଣ ଘଟିଯିବ କହିବା ମୁସ୍କିଲ । ସେଭଳି ଜୁଆର ସମୟରେ ବାଉଁଶ ପୋଲ ଟି ପାଣିରେ ବୁଡ଼ି ଯାଉଥିବାରୁ ଯାତାୟତରେ ସମସ୍ୟା ସୃଷ୍ଟି ହେଉଛି।
ଏରସମା କୁଞ୍ଜକୋଠି ପଞ୍ଚାୟତ ଅଞ୍ଚର ପ୍ରମୁଖ ବ୍ୟବସାୟୀକ କେନ୍ଦ୍ରସ୍ଥଳୀ ଖୁରାଣ୍ଟ ତୁଠ ହୋଇଥିବାରୁ ହାଟ ବଜାରକୁ ଯିବା ଆସିବା ପାଇଁ ବାଉଁଶ ପୋଲଟି ଉପରେ ଦହିବର, ଖୋଳପ ଆଦି ଅନେକ ଗାଁର ଲୋକ ମାନେ ନିର୍ଭର କରନ୍ତି। କୂଅଜାରୀ ନଦୀ ଉପରେ ପୋଲ ନିର୍ମାଣ ହେଲେ ବାଲିକୁଦା ଓ ଏରସମା ବ୍ଲକ୍ ର ଲୋକମାନଙ୍କ ପାଇଁ ଏହା ଏକ ସଂକୀର୍ଣ୍ଣ ପଥ ହେବ । ମାତ୍ର ସ୍ଥାୟୀ ପୋଲ ନିର୍ମାଣ ପାଇଁ ବାରମ୍ୱାର ଦାବି ପରେବି ପୂର୍ବ ସରକାର ଶୁଣିନଥିଲେ। ତେବେ ନୂଆ ସରକାର ସମସ୍ୟା ଶୁଣିବେ ଏବଂ ସମାଧାନର ବାଟ ବାହାର କରିବେ ବୋଲି ଅଞ୍ଚଳବାସୀ ଆଶାବାଦୀ।