Videos
|
Odisha

ଜନରାଜ୍ୟ ଦିବସରେ ଯୋଗ ଦେବେ ଲକ୍ଷ ପତି ଦିଦିଙ୍କ ସହ ଦୁଇ ସରପଞ୍ଚ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଜନରାଜ୍ୟ ଦିବସରେ ଯୋଗ ଦେବେ ଲକ୍ଷ ପତି ଦିଦିଙ୍କ ସହ ଦୁଇ ସରପଞ୍ଚ

ଅର୍ଗସ ବ୍ୟୁରୋ:   କେନ୍ଦ୍ରାପଡ଼ାରୁ ନୂଆଦିଲ୍ଲୀ । ଜନରାଜ୍ୟ ଦିବସରେ ଯୋଗ ଦେବେ ଲକ୍ଷ ପତି ଦିଦିଙ୍କ ସହ ଦୁଇ ସରପଞ୍ଚ । ଲକ୍ଷପତି ଦିଦି ରେଶମା ବେଗମ, ସରପଞ୍ଚ ଅରିକ୍ଷିତ କାଣ୍ଡି ଓ ମୋହନ ଚରଣ ସାହୁଙ୍କୁ ପଞ୍ଚାୟତରାଜ ବିଭାଗ ପକ୍ଷରୁ ସ୍ବତନ୍ତ୍ର ନିମନ୍ତ୍ରଣ ଦିଆଯାଇଛି । ରେଶମା ବେଗମ ଗୃହିଣୀ ଭାବେ ଘରର କାମ ସହ ସିଲେଇ ଓ ଏମ୍ବ୍ରଡୋରୀ କାମ କରି ପରିବାରର ପ୍ରତିପୋଷଣରେ ସାହାଯ୍ୟ କରିଥାଆନ୍ତି।


୧୦ ଜଣ ମହିଳାଙ୍କୁ ନେଇ ସେ ଉକ୍ତ କାର୍ଯ୍ୟ ଆରମ୍ଭ କରି ଆଜି ୭୨ ଜଣ ମହିଳାଙ୍କୁ ନେଇ ବେଡସିଟ, ଟେବୁଲ୍ କ୍ଲଥ, ବ୍ୟାଗ, ଚାନ୍ଦୁଆ, ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ୟୁନିଫର୍ମ ଟସର ଜ୍ୟାକେଟ,ସହ ଘରର ସୈ।ନ୍ଧର୍ଯ୍ୟ ସାମଗ୍ରୀ ତିଆରି କରି ଆଜି ସଂଖ୍ୟା ଲଘୁ ମହିଳା ଲକ୍ଷ ପତି ଦିଦି ହିସାବରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛନ୍ତିି। ଆସନ୍ତା ଜାନୁଆରୀ ୨୬ ରେ ଯୋଗ ଦେବାପାଇଁ ବହୁତ ଉତ୍ସାହିତ ଅଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅନ୍ୟଜଣେ ହେଲେ ଲକ୍ଷ୍ମୀ ନାରାୟଣ ପୁର ପଞ୍ଚାୟତ ର ସରପଞ୍ଚ ଅରିକ୍ଷିତ କାଣ୍ଡି,ସେ ଅଞ୍ଚଳରେ ଜଣେ ସାର୍ ହିସାବରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି।ସେ ଛାତ୍ର ଛାତ୍ରୀ ମାନଙ୍କୁ ମାଗଣା ରେ ଶିକ୍ଷା ଦାନ କରିଥାନ୍ତି।ଜଣେ ଶିକ୍ଷକ ଓ ସମାଜସେବୀ ହିସାବରେ ତାଙ୍କ ପଞ୍ଚାୟତ ରେ ଶିକ୍ଷା, ସ୍ବାସ୍ଥ୍ୟ ଉପରେ ଗୁରୁତ୍ବ ଦେଉଛନ୍ତି। ତାଙ୍କ ସହିତ ମଧ୍ୟ ଅନ୍ୟ ଜଣେ ବେଣିପୁର ପଞ୍ଚାୟତ ର ସରପଞ୍ଚ ମୋହନ ଚରଣ ସାହୁ ଯୋଗ ଦେବାପାଇଁ ସ୍ବତନ୍ତ୍ର ନିମନ୍ତ୍ରଣ ପାଇଛନ୍ତି। ଆଜି ସମସ୍ତେ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ।

Two Sarpanches along with Lakhpati Didi will attend Ganarajya Divas | Argus News