Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଅଗ୍ନିକାଣ୍ଡରେ ଜଳିଗଲା ଦୁଇ ଦୋକାନ

Odisha

ଅଗ୍ନିକାଣ୍ଡରେ ଜଳିଗଲା ଦୁଇ ଦୋକାନ

Ritu Das
Browse all articles by Ritu Das
·1 year ago·1 min read
ଅଗ୍ନିକାଣ୍ଡରେ ଜଳିଗଲା ଦୁଇ ଦୋକାନ

ଅର୍ଗସ ବ୍ୟୁରୋ: କଟକ ଜିଲ୍ଲା ଟାଙ୍ଗୀଥାନା ୧୬ନଂ ଜାତୀୟ ରାଜପଥ କଡ଼ରେ ଥିବା ଗୋବିନ୍ଦପୂର ବଜାରରେ ଭାୟଭୟ ଅଗ୍ନିକାଣ୍ଡ ଘଟି ଦୁଇଟି ଦୋକାନ ଜଳିପୋଡ଼ି ପାଉଁଶ ହୋଇଯାଇଛି । ସୂଚନା ଅନୁଯାୟୀ ଦମକା ଗ୍ରାମର ଗୌରାଙ୍ଗ ଚନ୍ଦ୍ର ମହାନ୍ତି ଓ ତାଙ୍କ ଭାଇ ଗୋବିନ୍ଦପୁର ବଜାରରେ ଭେରାଇଟି ଷ୍ଟୋର ଓ ସଉଦା ଦୋକାନ କରିଥିଲେ । ପ୍ରତିଦିନ ଭଳି ଗତକାଲି ରାତିରେ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ । ରାତି ପ୍ରାୟ ୩ଟା ସମୟରେ ଦୋକାନ ଜଳୁଥିବା ଖବର ପାଇ ସେମାନେ ଆସି ଦେଖିଲା ବେଳକୁ ନିଆଁ ଜଳୁଥିଲା।


ନିଆଁ ଆୟତ୍ତ କରିବା ସମ୍ଭବ ନ ହେବା ଦେଖି ଚୌଦ୍ଵାର ଦମକଳକୁ ଖବର ଦିଆଯାଇଥିଲା । ଦମକଳ ପହଞ୍ଚି ନିଆଁ ଲିଭାଇଥିଲେ ସୁଦ୍ଧା ୨ଟି ଦୋକାନର ସମସ୍ତ ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଥିଲା । ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ କେହି ନିଆଁ ଲଗାଇଥାଇ ପାରନ୍ତି ବୋଲି ଦୋକାନୀ ସନ୍ଦେହ କରୁଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Two shops gutted in fire | Argus News