ପୋଖରୀରେ ବୁଡ଼ି ଦୁଇ ଭଉଣୀଙ୍କ ଜୀବନ ଗଲା
·1 year ago·1 min read

Key Points
ଖେଳୁଥିବା ସମୟରେ ପୋଖରୀରେ ବୁଡ଼ିଗଲେ ଦୁଇଭଉଣୀ
ମାମୁଁଘରେ ରହି ପାଠ ପଢ଼ୁଥିଲେ
ଘର ପାଖରେ ଖେଳୁଥିବା ସମୟରେ ପୋଖରୀରେ ପଡି ଯାଇଥିଲେ
ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ କିସ୍ମତ କୃଷ୍ଣପୁର ଗାଁରେ ବଡ଼ ଅଘଟଣ ଘଟିଛି। ଖେଳୁଥିବା ସମୟରେ ପୋଖରୀରେ ପଡି ଦୁଇ ଭଉଣୀଙ୍କ ମୃତ୍ୟୁ ହୋଇଛି। ଦୁଇ ଜଣଙ୍କ ବୟସ ୪ରୁ ୫ବର୍ଷ ବୋଲି ସୂଚନା ମିଳିଛି । ମୃତ ଦୁଇ ଭଉଣୀ ଚାନ୍ଦବାଲି ବ୍ଲକ କରଣପଲ୍ଲୀ ଗାଁର ରତନ ମଣ୍ଡଳଙ୍କ 4ବର୍ଷର ଝିଅ ନନ୍ଦିନୀ ମଣ୍ଡଳ ଓ ୫ ବର୍ଷର ଝିଅ ଚାନ୍ଦିନୀ ମଣ୍ଡଳ। ଦୁହେଁ ବାସୁଦେବପୁର ବ୍ଲକର କିସ୍ମତ କୃଷ୍ଣପୁର ଗ୍ରାମର ମାମୁ ଘରେ ରହି ପାଠ ପଢୁଥିଲେ । ଆଜି ଘର ପାଖରେ ଖେଳୁଥିବା ସମୟରେ ପୋଖରୀରେ ପଡି ଯାଇଥିଲେ।
ବହୁ ଖୋଜାଖୋଜି ପରେ ଦୁହିଁଙ୍କୁ ଉଦ୍ଧାର କରି ପରିବାର ଲୋକ ବାସୁଦେବପୁର ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ଉଭୟଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି। ଏନେଇ ମେଡିକାଲ ପରିସରରେ ଶୋକାକୁଳ ପରିବେଶ ସୃଷ୍ଟି ହେଇଛି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: