Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନବମ ଶ୍ରେଣୀର ଛାତ୍ରୀଙ୍କୁ ଅସଦାଚରଣ, ଦୁଇ ଶିକ୍ଷକ ଗିରଫ

Swoyang prajna Mishra
Browse all articles by Swoyang prajna Mishra
·11 months ago·2 min read
ନବମ ଶ୍ରେଣୀର ଛାତ୍ରୀଙ୍କୁ ଅସଦାଚରଣ, ଦୁଇ ଶିକ୍ଷକ ଗିରଫ

Key Points

ସହକାରୀ ଶିକ୍ଷକ କୈଳାଶ ଚନ୍ଦ୍ର ବେଜ ଦୀର୍ଘ ଦିନ ଧରି ଛାତ୍ରୀଙ୍କୁ ଶ୍ରେଣୀରେ ଅସଦାଚରଣ କରିବା, ତାଙ୍କ ପ୍ରାଇଭେଟ ରୁମକୁ ଡାକିବା ଓ ବିଭିନ୍ନ ଧମକ ଚମକ ଦେଉଥିଲେ । ଛାତ୍ରୀଙ୍କ ମାଆଙ୍କ ଅଭିଯୋଗ ମୂଳେ ରାଇବଣିଆ ପୋଲିସ ଗତ କାଲି ବିଳମ୍ବିତ ରାତିରେ ଗିରଫ କରିଛି ।

ସ୍କୁଲରେ ନବମ ଶ୍ରେଣୀର ଛାତ୍ରୀଙ୍କୁ ଅସଦାଚରଣ ମାମଲାରେ ଦୁଇ ଶିକ୍ଷକ ଗିରଫ । ଚମାରଗାଁ ପୃଥୁନାଥ ସରକାରୀ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ କୈଳାଶ ଚନ୍ଦ୍ର ବେଜ ଓ ପ୍ରଧାନ ଶିକ୍ଷକ ଭବାନୀ ଶଙ୍କର ପାଳକୁ ଗିରଫ କରିଛି ରାଇବଣିଆ ପୋଲିସ । ସହକାରୀ ଶିକ୍ଷକ କୈଳାଶ ଚନ୍ଦ୍ର ବେଜ ଦୀର୍ଘ ଦିନ ଧରି ଛାତ୍ରୀଙ୍କୁ ଶ୍ରେଣୀରେ ଅସଦାଚରଣ କରିବା, ତାଙ୍କ ପ୍ରାଇଭେଟ ରୁମକୁ ଡାକିବା ଓ ବିଭିନ୍ନ ଧମକ ଚମକ ଦେଉଥିଲେ । ଛାତ୍ରୀଙ୍କ ମାଆଙ୍କ ଅଭିଯୋଗ ମୂଳେ ରାଇବଣିଆ ପୋଲିସ ଗତ କାଲି ବିଳମ୍ବିତ ରାତିରେ ଗିରଫ କରିଛି । ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ରାଇବଣିଆ ଥାନା ଅଞ୍ଚଳରେ ।


ଚମାର ଗାଁ ସ୍ଥିତ ପୃଥୁନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ର ସହକାରୀ ଶିକ୍ଷକ କୈଳାଶ ଚନ୍ଦ୍ର ବେଜ ଏକ ନବମ ଶ୍ରେଣୀ ଛାତ୍ରୀକୁ କ୍ଳାସ ରେ ପାଠ ପଢ଼ାଇବା ସମୟରେ ଛାତ୍ରୀଙ୍କ ଶରୀରରେ ବିଭିନ୍ନ ସ୍ଥାନରେ ହାତ ମାରିବା ଓ ଅଶାଳୀନ ଇଙ୍ଗିତ କରିବା ସହିତ ନିଜର ବ୍ୟକ୍ତିଗତ କୋଠରୀ କୁ ଡାକିଥିଲେ । ଏନେଇ ଛାତ୍ରୀ ଜଣକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭବାନୀ ଶଙ୍କର ପାଳଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ସେ କୌଣସି ପଦକ୍ଷେପ ନେଇ ନଥିଲେ । ଗତ ଦୁଇ ଦିନ ତଳେ ଛାତ୍ରୀ ଜଣକ ନିଜ ମା କୁ ଏ ସମ୍ପର୍କ ରେ ଜଣାଇ ଥିଲେ । ଗତ ରବିବାର ଦିନ ସନ୍ଧ୍ୟାରେ ଛାତ୍ରୀଙ୍କ ମା ରାଇବଣିଆ ଥାନା ରେ ଲିଖିତ ଅଭିଯୋଗ କରିଥିଲେ,ଏହି ଅଭିଯୋଗ ମୂଳେ ରାଇବଣିଆ ପୋଲିସ ସହକାରୀ ଶିକ୍ଷକ କୈଳାଶ ଚନ୍ଦ୍ର ବେଜ ଓ ପ୍ରଧାନ ଶିକ୍ଷକ ଭବାନୀ ଶଙ୍କର ପାଳ ଙ୍କ ଗିରଫ କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Two teachers arrested for misbehaving with class 9 girl student | Argus News