୨୦୨୫ରେ ଦୁଇଟି ଆଶିଂକ ସୂର୍ଯ୍ୟପରାଗ ସହିତ ଦୁଇଟି ପୂର୍ଣ୍ଣ ଚନ୍ଦ୍ରଗ୍ରହଣ

୨୦୨୫ ମସିହାରେ ସଂଗଠିତ ହେବ ମୋଟ ୪ଟି ପରାଗ ଓ ଗ୍ରହଣ । ଦୁଇଟି ଆଶିଂକ ସୂର୍ଯ୍ୟ ପରାଗ ସହିତ ଦୁଇଟି ପୂର୍ଣ ଚନ୍ଦ୍ରଗ୍ରହଣ । କିନ୍ତୁ ଏଥିମଧ୍ୟରୁ କେବଳ ଗୋଟିଏ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଭାରତରୁ ଦେଖିହେବ । ବର୍ଷର ପ୍ରଥମ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ମାର୍ଚ୍ଚ ୧୪ ତାରିଖରେ ଆମେରିକା, ପଶ୍ଚିମ ୟୁରୋପ, ପଶ୍ଚିମ ଆଫ୍ରିକା ଏବଂ ଉତ୍ତର ଓ ଦକ୍ଷିଣ ଆଟଲାଣ୍ଟିକ୍ ମହାସାଗର ଆଦି ଅଞ୍ଚଳରେ ଦେଖାଯିବ ।
ମାତ୍ର ଏହା ଭାରତରୁ ଦୃଶ୍ୟମାନ ହେବ ନାହିଁ । ସେହିପରି ଆଂଶିକ ସୂର୍ଯ୍ୟ ପରାଗ ମାର୍ଚ୍ଚ ମାସ ୨୯ ତାରିଖରେ ଉତ୍ତର ଆମେରିକା, ଗ୍ରୀନଲ୍ୟାଣ୍ଡ, ଆଇସଲ୍ୟାଣ୍ଡ, ଉତ୍ତର ଆଟଲାଣ୍ଟିକ୍ ମହାସାଗର, ୟୁରୋପ ଏବଂ ଉତ୍ତର-ପଶ୍ଚିମ ରକ୍ଷରେ ଦୃଶ୍ୟମାନ ହେବା ସହ ଏହା ଭାରତରୁ ଦୃଶ୍ୟମାନ ହେବ । ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ସେପ୍ଟେମ୍ବର ୭ ଓ ୮ ତାରିଖରେ ସମଗ୍ର ଭାରତ ସହ ଏସିଆର ଅନ୍ୟ ଦେଶ ତଥା ୟୁରୋପ, ଆଣ୍ଟାର୍ଟିକା, ପଶ୍ଚିମ ପ୍ରଶାନ୍ତ ମହାସାଗର, ଅଷ୍ଟ୍ରେଲିଆ ଏବଂ ଭାରତ ମହାସାଗରର କିଛି ଅଞ୍ଚଳରେ ମଧ୍ୟ ଦୃଶ୍ୟମାନ ହେବ ।
📱 Get Argus News App
✨ଧର୍ମ, ବିଜ୍ଞାନ ଏବଂ ଜ୍ୟୋତିଷ ଦୃଷ୍ଟିକୋଣରୁ, ଗ୍ରହଣ ଏବଂ ପରାଗର ଗୁରୁତ୍ୱପୂର୍ଣ୍ଣ ମାନ୍ୟତା ରହିଛି । ସାରା ବିଶ୍ୱର ନଜର ୨୦୨୫ ମସିହାର ପ୍ରଥମ ସୂର୍ଯ୍ୟ ପରାଗ ରହିଛି । ସୂର୍ଯ୍ୟ ପରାଗ ସମୟରେ କିଛି ରାଶିର ବ୍ୟକ୍ତିଙ୍କୁ ସତର୍କ ରହିବା ପାଇଁ ପଡିବ ପରାଗ ଦିନ ଶନି ନିଜର ରାଶିରେ ପ୍ରବେଶ କରିବେ । ସମସ୍ତ ଗ୍ରହଙ୍କ ମଧ୍ୟରେ, ଶନି ରାଶି ପରିବର୍ତ୍ତନ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। କାରଣ ଶନି ଗ୍ରହର ଧୀର ଗତି ହେତୁ, ପ୍ରାୟ ଅଢ଼େଇ ବର୍ଷ ପରେ ସେ ପରିବହନ କରନ୍ତି।
ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଏହା ପ୍ରାୟ ୧୦୦ ବର୍ଷ ପରେ ଘଟିବା ଯାଉଛି ଶନିଙ୍କ ରାଶି ପରିବର୍ତ୍ତନ ଏବଂ ସୂର୍ଯ୍ୟପରାଗ ଗୋଟିଏ ଦିନରେ ଘଟିବ। ସୂର୍ଯ୍ୟପରାଗ ସମୟରେ ରାହୁଙ୍କ ପ୍ରଭାବ ବୃଦ୍ଧି ପାଏ ବୋଲି ବିଶ୍ୱାସ କରାଯାଏ, ଯେଉଁଥି ପାଇଁ ପରାଗ ସମୟରେ ପୂଜା ସମେତ ଅନେକ କାର୍ଯ୍ୟକୁ ନିଷେଧ ବୋଲି ବିବେଚନା କରାଯାଏ। ତେବେ ଏହି ପରାଗରେ ମେଷ,ସିଂହ ଏବଂ ମୀନ ରାଶିର ଲୋକଙ୍କୁ ସତର୍କ ରହିବା ପାଇଁ ପଡିବ ।