Elephants / ଶିଖରଚଣ୍ଡୀ ପାହାଡ଼ରେ ବୁଲୁଛନ୍ତି ୨ଟି ଦନ୍ତା ହାତୀ

Key Points
ଶିଖରଚଣ୍ଡୀ ପାହାଡ଼ରେ ବୁଲୁଛନ୍ତି ୨ ଟି ଦନ୍ତା ହାତୀ ।
ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ଶିଖରଚଣ୍ଡୀ ପାହାଡ଼ ଯିବା ଉପରେ ବାରଣ ।
ଶିଖରଚଣ୍ଡୀ ପାହାଡ଼ ଉପରେ ଆଉ କରି ହେବନି ଭୋଜି । ପାହାଡ଼ ଉପରକୁ ଯିବା ନେଇ ଲାଗିଲା କଟକଣା । ଭୁବନେଶ୍ଵର ଶିଖରଚଣ୍ଡି ପାହାଡ଼ରେ ହାତୀ ବୁଲିବାକୁ ନେଇ ଲାଗିଲା କଟକଣା । ସୁରକ୍ଷା ଦୃଷ୍ଟିରୁ ଶିଖରଚଣ୍ଡୀକୁ ଯିବା ନେଇ ଲାଗିଲା ରୋକ୍ । ସର୍ବସାଧାରଣଙ୍କ ଗମନାଗମନ ବନ୍ଦ କଲା ବନ ବିଭାଗ । ଚନ୍ଦକା ଅଭାୟରଣ୍ୟ ଭିତରୁ ଦୁଇ ଦନ୍ତା ହାତୀ ଯାଇ ପାହାଡ଼ ଉପରେ ବୁଲୁଥିବା ଦେଖିବାକୁ ମିଳିଛି । ଅନିର୍ଦ୍ଧିଷ୍ଟ ସମୟ ପାଇଁ ପାହାଡ଼ ଉପରକୁ କେହି ନଯିବା ପାଇଁ ନିର୍ଦ୍ଦେଶ ରହିଛି । ଦୁଇ ଦନ୍ତା ହାତୀଙ୍କୁ ଘଉଡାଇବା ପାଇଁ ବନ ବିଭାଗର ପ୍ରୟାସ ଜାରି ରହିଛି ।
ସୂଚନାନୁଯାୟୀ ହାତୀ ପାଇଁ ବନ୍ଦ ହୋଇଯାଇଛି ଶିଖରଚଣ୍ଡୀ ପାହାଡ଼ । ଶିଖରଚଣ୍ଡୀ ମନ୍ଦିର ପାହାଡ଼ ଉପରକୁ ଯିବା ପାଇଁ ମନା କରାଯାଇଛି । କେହି ପର୍ଯ୍ୟଟକ ଶିଖରଚଣ୍ଡୀ ପାହାଡ଼ ଉପରକୁ ଯାଇପାରିବେ ବୋଲି କୁହାଯାଇଛି । ପ୍ରବେଶ ଉପରେ ଅଙ୍କୁଶ ଲଗାଇଛି ବନ ବିଭାଗ । କୁହାଯାଇଛି କି ଗତ ୩ ଦିନ ହେବ ଦୁଇଟି ବଡ଼ ଦନ୍ତା ହାତୀ ଶିଖରଚଣ୍ଡୀ ପାହାଡ ଉପରେ ଡେରା ପକାଇଛନ୍ତି । ପାହାଡ଼ ଉପରେ ରହି ଗଛ ଡାଳ ପତ୍ର ଖାଇ ଘୁରି ବୁଲୁଛନ୍ତି। ସେପଟେ ହାତୀ ଦୁଇଟି ଉପରେ ନଜର ରଖିବା ପାଇଁ ଚନ୍ଦକା ଫରେଷ୍ଟର ଅଧିକାରୀଙ୍କ ନେତୃତ୍ୱରେ ଦୁଇଟି ଟିମ୍ ଗଠନ କରାଯାଇ ହାତୀଙ୍କ ଗତିବିଧି ଉପରେ ତୀକ୍ଷ୍ମ ନଜର ରଖାଯାଇଛି ।
ଏଥିସହ ପଢ଼ନ୍ତୁ: କୋଟିପତି ଫରେଷ୍ଟରଙ୍କୁ ବାନ୍ଧିଲା ଭିଜିଲାନ୍ସ; ୬୨୫ ଟଙ୍କା ଦରମାରେ ଆରମ୍ଭ କରିଥିଲେ ଚାକିରି
ଅନ୍ୟପଟେ ବନ ବିଭାଗ ତରଫରୁ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ସଚେତନ କରାଯାଉଛି । ବର୍ତ୍ତମାନ ପର୍ଯ୍ୟଟନ ଋତୁ ଚାଲିଥିବାରୁ ପାହାଡ଼ ଉପରେ ବଣଭୋଜି ଚାଲୁଛି, ଜମୁଛି ହଜାର ହଜାର ପର୍ଯ୍ୟଟକଙ୍କ ଭିଡ଼ । ତେବେ ପାହାଡ଼ ଉପରେ ହାତୀଙ୍କ ରହିବା ଯୋଗୁଁ ଆଜି ଠାରୁ ଅନିର୍ଦ୍ଧିଷ୍ଟ କାଳ ଯଏଁ ପାହାଡ଼ ଉପରକୁ ପର୍ଯ୍ୟଟକଙ୍କୁ ବାରଣ କରାଯାଇଛି । ମୁଖ୍ୟ ଫାଟକ ବନ୍ଦ କରାଯାଇଥିବା ବେଳେ ସମ୍ମୁଖରେ ବନ କର୍ମଚାରୀ ଓ ଇନଫୋସିଟି ଥାନା ପୁଲିସ ପକ୍ଷରୁ ଲୋକଙ୍କୁ ସଚେତନ କରଯାଉଛି । ପାହାଡ଼ ଉପରକୁ କାହାରିକୁ ଯିବାକୁ ବାରଣ କରାଯାଉଛି ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର...
📱 Get Argus News App
✨Related Topics
Explore more stories