Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଦାଉ ସାଧୁଛି ବନ୍ୟା, ପାଣିରେ ବୁଡି ଶିଶୁ କନ୍ୟା ମୃତ

Odisha

ଦାଉ ସାଧୁଛି ବନ୍ୟା, ପାଣିରେ ବୁଡି ଶିଶୁ କନ୍ୟା ମୃତ

Smruti Parija
Browse all articles by Smruti Parija
·1 year ago·1 min read
ଦାଉ ସାଧୁଛି ବନ୍ୟା, ପାଣିରେ ବୁଡି ଶିଶୁ କନ୍ୟା ମୃତ

ବାଲେଶ୍ୱର:  ପାଣିରେ ବୁଡି ଶିଶୁ କନ୍ୟାର ଗଲା ଜୀବନ । ସୋର ଡାକ୍ତରଖାନା ଆଣିଥିବାବେଳେ ଡାକ୍ତର ମୃତ ଘୋଷଣା କରିଛନ୍ତି । ଖଇରା ଥାନା ଡାଲଙ୍ଗ -୨ ପଲ୍ହା ସାହି ଗ୍ରାମରେ ଘର ଆଗରେ ଥିବା ନଈରେ ପଡି ଜଣେ ଶିଶୁ କନ୍ୟାଙ୍କର ମୃତ୍ୟୁ ହୋଇ ଥିବା ପରିବାର ଲୋକେ କହିଛନ୍ତି । ଖଇରା ଥାନା ଡ଼ାଲଙ୍ଗ -୨ ପହ୍ଲାସାହି ଗ୍ରାମର ହରିହର ମହାରଣାଙ୍କ ଅଢେ଼ଇ ବର୍ଷର ଝିଅ ଆଦ୍ୟାଶା ମହାରଣା ଆଜି ସକାଳେ ଖେଳୁଥିବାବେଳେ ଘର ନିକଟରେ ଥିବା ନଈରେ ପଡି ଯାଇଥିଲେ । 

ନଈରେ ଅଧିକ ପାଣି ପ୍ରବାହିତ ହେଉଥିବାରୁ ଦୀର୍ଘ ସମୟ ଖୋଜାଖୋଜି କରିବା ପରେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ମଧ୍ୟାହ୍ନରେ ସୋର ଡାକ୍ତରଖାନାକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଖବର ପାଇ ସୋର ପୁଲିସ ଡାକ୍ତରଖାନାରେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ରଖିବା ସହିତ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ବାତ୍ୟା ଦାନାର ଭୀଷଣ ତାଣ୍ଡବ ପରେ ଏବେ ଦାଉ ସାଧୁଛି ବନ୍ୟା । ବାଲେଶ୍ବର ଜିଲ୍ଲାର ସଦର ବ୍ଲକ ଅନ୍ତର୍ଗତ ବଇଁଞ୍ଚା ଗାଆଁରେ ବନ୍ୟା ହୋଇଥିବାରୁ ବାହ୍ୟ ଜଗତରୁ ବିଛିନ୍ନ ହୋଇଛି । କେବଳ ଏହି ଗୋଟିଏ ଗ୍ରାମ ପଞ୍ଚାୟତ ନୁହେଁ ପାଖାପାଖି ୨୦ ରୁ ଉର୍ଦ୍ଧ୍ବ ଗାଁ ଗୁଡ଼ିକ ଏବେ ବନ୍ୟା ଜଳରେ ପ୍ରଭାବିତ ହେଉଛନ୍ତି । ବାତ୍ୟା ପ୍ରଭାବରୁ ୨ ଦିନ ଲଗାଣ ବର୍ଷା ଫଳରେ ବୁଢ଼ାବଳଙ୍ଗ ନଦୀରେ ବିପତ ସଙ୍କେତ ମୁହାଁ ହେଉଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
two-year-old-baby-died-in-flood-water-at-baleswar | Argus News