Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବାପାଙ୍କ ହତ୍ୟାର ଦୁଇ ବର୍ଷ ପରେ ବିଶାଳ ଓ ଦୀପାଳିଙ୍କ ସିବିଆଇ ତଦନ୍ତ ଦାବି

Odisha

ବାପାଙ୍କ ହତ୍ୟାର ଦୁଇ ବର୍ଷ ପରେ ବିଶାଳ ଓ ଦୀପାଳିଙ୍କ ସିବିଆଇ ତଦନ୍ତ ଦାବି

Ritu Das
Browse all articles by Ritu Das
·1 year ago·2 min read
ବାପାଙ୍କ ହତ୍ୟାର ଦୁଇ ବର୍ଷ ପରେ ବିଶାଳ ଓ ଦୀପାଳିଙ୍କ ସିବିଆଇ ତଦନ୍ତ ଦାବି

ଅର୍ଗସ ବ୍ୟୁରୋ: ଦୁଇ ବର୍ଷ ପରେ ପୁଣି ଥରେ ଚର୍ଚ୍ଚାକୁ ଆସିଛି ତତ୍କାଳୀନ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ପ୍ରସଙ୍ଗ । ସରକାରରୁ ଯିବା ପରେ ନବଙ୍କ ପରିବାର ସିବିଆଇ ତଦନ୍ତ ଦାବି କରିଛନ୍ତି । ବିଧାନସଭାକୁ ନିର୍ବାଚିତ ହେବା ସମୟରେ କ୍ରାଇମବ୍ରାଞ୍ଚ ତଦନ୍ତକୁ ଭଲ କହି ବାପାଙ୍କ ହତ୍ୟାକାଣ୍ଡକୁ ନେଇ ରାଜନୀତି ନ କରାଯାଉ କହୁଥିବା ଦୀପାଳି ଏବେ ବଦଳାଇଛନ୍ତି ବୟାନ । ପୂର୍ବତନ ବିଜେଡି ବିଧାୟିକା ତଥା ନବ ଦାସଙ୍କ ଝିଅ ଦୀପାଳି ଦାସ ଓ ବିଶାଳ ଦାସ ବାପାଙ୍କ ହତ୍ୟାକାଣ୍ଡରେ ସିବିଆଇ ତଦନ୍ତ ଦାବି କରି ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ତେବେ ଦୀପାଳି ଓ ବିଶାଳଙ୍କ ଏହି ବୟାନ ପରେ ଆଇନ ମନ୍ତ୍ରୀ କହିଛନ୍ତି ଖାଲି ଗଣମାଧ୍ୟମ ଆଗରେ କହି ଦେଲେ ହେବନି।


ଯଦି ପୂର୍ବ ସରକାର ତଦନ୍ତରେ ସେମାନେ ସନ୍ତୁଷ୍ଟ ନୁହଁନ୍ତି। ଲିଖିତ ଭାବେ ଜଣାଇଲେ ସରକାର ନିଷ୍ପତ୍ତି ନେବେ । ସେପଟେ ନବଙ୍କ ପରିବାର ହତ୍ୟାକାଣ୍ଡର ଦୁଇ ବର୍ଷ ପରେ ସିବିଆଇ ତଦନ୍ତ ଦାବି କରିବା ରାଜ୍ୟ ରାଜନୀତିକୁ ବି ସରଗରମ କରିଛି । ଉଭୟ ବିଜେପି ଓ କଂଗ୍ରେସ ନେତା କହିଛନ୍ତି ଆଗରୁ କାହିଁକି ସିବିଆଇ ତଦନ୍ତ କଥା କହୁ ନ ଥିଲେ ଦୀପାଳି ଓ ବିଶାଳ । ନବଙ୍କ ପରିବାରର ବୁଦ୍ଧି ବିଳମ୍ବରେ ଉଦୟ ହେଲା ବୋଲି କହିଛନ୍ତି ଜୟ ନାରାୟଣ ମିଶ୍ର ଓ ସନ୍ତୋଷ ସିଂ ସାଲୁଜା । ବିଜେଡି କହିଛି ନବ ଦାସଙ୍କ ଏତେ ବଡ଼ ହତ୍ୟାକାଣ୍ଡର ମୁଖ୍ୟ ଆସାମୀ ଧରାପଡିଲେ ଭଲ । ସିବିଆଇ ହେଉଛି ବହୁତ ଭଲ ତଦନ୍ତକାରୀ ସଂସ୍ଥା ତେଣୁ ବିଶ୍ୱାସ ଅଛି ସିବିଆଇ ତଦନ୍ତ ହେଲେ ମୁଖ୍ୟ ଆସାମୀ ଧରାପଡ଼ିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ବିଜେପି ବିଧାୟକ ବାବୁ ସିଂହ କହିଛନ୍ତି ଦୀପାଲି ଚାହିଁଲେ ସେ ତାଙ୍କୁ ନେଇ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯିବେ। ନବ ଦାସ ହତ୍ୟା ମାମଲାରେ ବଡ଼ ଷଡଯନ୍ତ୍ର ଓ କ୍ରାଇମବ୍ରାଞ୍ଜର ଘଣ୍ଟଘୋଡ଼ା ଅଭିଯାନର ସନ୍ଦେହ ଆସିଥିଲା ସାମ୍ନାକୁ। 29 ଜାନୁୟାରୀ 2023ରେ ବ୍ରଜରାଜନଗରର ଗାନ୍ଧିଛକରେ ନବ ଦାସଙ୍କ ଉପରକୁ ଗୁଳିମାଡ ହେଲା। ଇସିଜି ରିପୋର୍ଟ କହୁଛି -ଝାରସଗୁଡା ହସପିଟାଲରେ ଚାଲୁନଥିଲା ନବଙ୍କ ହାର୍ଟବିଟ୍। କିନ୍ତୁ ତାଙ୍କୁ ହେଲିକପ୍ଟରରେ ଭୁବନେଶ୍ବର ଅଣାଗଲା, ଗ୍ରୀନ କରିଡ଼ରରେ ନିଆଗଲା ଆପୋଲୋ। ସେତେବେଳର ମୁଖ୍ୟମନ୍ତ୍ରୀ ନମସ୍କାର ହେଲେ, ଚିକିତ୍ସାର ନାଟକ ବି ହେଲା, ଯାହାକୁ ନେଇ ବଢିଥିଲା ସନ୍ଦେହ। ନବ ଦାସଙ୍କୁ ଗୁଳି କରିଥିବା ଅଭିଯୋଗରେ ଗିରଫ ହେଲା ଏଏସଆଇ ଗୋପାଳ ଦାସ। ହେଲେ ଯେଉଁ ଗୁଳି ନବ ଦାସଙ୍କ ଛାତି ଭେଦି ଯାଇଥିଲା ତାହା ବର୍ତ୍ତମାନ ସୁଦ୍ଧା ମିଳିଲାନି, ସେତେବେଳର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାରେ କହିଲେ ତଦନ୍ତରେ ଏଫବିଆଇର ସହାୟତା ନିଆଯିବ। ହେଲେ ପରେ ଜଣାପଡିଲା ଏସବୁ ମିଛ। କ୍ରାଇମବ୍ରାଞ୍ଚ ତଦନ୍ତ ବି ଥିଲା ଭୁଆଁବୁଲା।

Education Next Season 5
Sponsored
Two years after father's murder, Vishal and Deepali demand CBI investigation | Argus News