Videos
|
Odisha

ବାଇକରୁ ପଡ଼ି ଦୁଇ ଯୁବକ ଗୁରୁତର

Ritu Das
Browse all articles by Ritu Das
·1 year ago·1 min read
ବାଇକରୁ ପଡ଼ି ଦୁଇ ଯୁବକ ଗୁରୁତର

ବାଇକ ଭାରସାମ୍ୟ ହରାଇ ଦୁଇ ଯୁବକ ଗୁରୁତର ହୋଇଛନ୍ତି। ଅଧିକ ଚିକିତ୍ସା ପାଇଁ ଜଣକୁ ବାରିପଦା ବଡ ଡାକ୍ତରଖାନାକୁ ରେଫର କରାଯାଇଛି। ଏଭଳି ଚିତ୍ର ସାମ୍ନାକୁ ଆସିଛି ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ଅଁଳାଡୁବା ଠାରେ। ସୂଚନା ଅନୁସାରେ ଏକ ବାଇକ ଯୋଗେ ଅଁଳାଡୁବା ଗ୍ରାମର ମନୋରଞ୍ଜନ ନାଏକ ଏବଂ ଅସନବଣି ଗ୍ରାମର ଭୁଟା ଟୁଡୁ ଘରକୁ ଯାଉଥିଲେ। ହଠାତ ରାସ୍ତା ଉପରକୁ ଅନ୍ୟ ଏକ ବାଇକ ଆସିଯିବାରୁ ଚାଳକ ମନୋରଞ୍ଜନ ନାଏକ ନିଜ ବାଇକକୁ ସମ୍ଭାଳି ନ ପାରି ଭାରସାମ୍ୟ ହରାଇ ଛିଟିକି ପଡ଼ିଥିଲେ।


ଅଞ୍ଚଳବାସୀ ଘଟଣା ସ୍ଥାନରୁ 108 ଆମ୍ବୁଲାନ୍ସ ଯୋଗେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ଆଣିଥିବା ବେଳେ ଉଭୟଙ୍କୁ ପ୍ରାଥମିକ ଚିକିତ୍ସା କରାଯାଇଛି। ତେବେ ଉକ୍ତ ଘଟଣାରେ ଭୁଟାଙ୍କୁ ସାମାନ୍ୟ ଆଘାତ ଲାଗିଥିବା ବେଳେ ମନୋରଞ୍ଜନଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଛି ତେଣୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବାରିପଦା ବଡ ଡାକ୍ତରଖାନାକୁ ରେଫର କରାଯାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Two youths seriously injured after falling off bike | Argus News