Accident News / ଉଦଳା ମେଡିକାଲ ଭିତରେ ଆମ୍ବୁଲାନ୍ସ ଜଳିଯିବା ଘଟଣାରେ ସାମ୍ନାକୁ ଆସିଲା ତଥ୍ୟ

Key Points
ଉଦଳା ମେଡିକାଲ ଭିତରେ ଆମ୍ବୁଲାନ୍ସ ଜଳିଯିବା ଘଟଣାରେ ସାମ୍ନାକୁ ଆସିଲା ତଥ୍ୟ
ତଦନ୍ତ ବେଳେ MVIଙ୍କ ଆଗରେ କେମିତି ଜଳିଥିଲା ବଖାଣିଲେ ଡ୍ରାଇଭର
ଉଦଳା ମେଡିକାଲ ଭିତରେ ଆମ୍ବୁଲାନ୍ସ ବିସ୍ଫୋରଣ ହେବା ପଛର ସତ ଆସିଲା ସାମ୍ନାକୁ । ଉକ୍ତ ଆମ୍ବୁଲାନ୍ସ ର ଡ୍ରାଇଭର ଏମଭିଆଇ ଙ୍କ ଆଗରେ ବଖାଣିଲେ ଘଟଣା ର ସତ। ଏମଭିଆଇ ଙ୍କ ଆଗରେ ସେଦିନ ଘଟିଥିବା ଘଟଣା ର ପ୍ରକୃତ ସତ୍ୟ କହିଥିଲେ ଆମ୍ବୁଲାନ୍ସ ଡ୍ରାଇଭର ବିକାଶ ପ୍ରଧାନ ।
ରୋଗୀଙ୍କୁ ଆମ୍ବୁଲାନ୍ସ ରେ ଭର୍ତ୍ତି କରିବା ପରେ ଅକ୍ସିଜେନ ଚାଲିଥିଲା । ଏହି ସମୟରେ ସମ୍ପର୍କୀୟ ମାଗିଥିଲେ ଅକ୍ସିମିଟର । ଡ୍ରାଇଭର ବିକାଶ ପ୍ରଧାନ ଅକ୍ସିମିଟର ଦେଇଥିବା ବେଳେ ଅଚାନକ ଆମ୍ବୁଲାନ୍ସ ଭିତରେ ଥିବା ବେସିନ ତଳୁ ଏକ ତାର ରୁ ନିଆଁ ବାହାରିଥିଲା । ନିଆଁ ବାହାରିବା ପରେ ଅକ୍ସିଜେନ ପାଇପରେ ଲାଗିଯାଇଥିଲା, ଯାହା ଫଳରେ ଅକ୍ସିଜେନ ଲିକ ହୋଇଥିଲା ।
ଆଉ ଏହା ପରେ ନିଆଁ ଭୟଙ୍କର ରୂପ ଧାରଣ କରିଥିଲା । ଏହି ସମୟ ଭିତରେ ଜୀବନକୁ ବାଜି ଲଗାଇ ନିଆଁ ଭିତରୁ ଷ୍ଟ୍ରେଚର ଜରିଆରେ ରୋଗୀ ଙ୍କୁ ବାହାରକୁ ନେଇଥିଲେ ଏବଂ ୨୦ ମିନିଟ ଭିତରେ ସମ୍ପୂର୍ଣ୍ଣ ଆମ୍ବୁଲାନ୍ସ ଜଳିଯାଇଥିଲା । ଆମ୍ବୁଲାନ୍ସ ଭିତରେ ଥିବା ୪ ଗୋଟି ଟାଙ୍କି ମଧ୍ୟରୁ ଦୁଇ ଗୋଟି ଫାଙ୍କା ଟାଙ୍କି ଥିବା ବେଳେ ଗୋଟିଏ ଟାଙ୍କି ରୁ ହିଁ ନିଆଁ ଲାଗିଥିଲା, ଯେଉଁ ଟାଙ୍କି ନିଆଁ ଲାଗିଥିଲା ତାହା ହିଁ ପରବର୍ତ୍ତୀ ସମୟରେ ବ୍ଲାଷ୍ଟ ହୋଇଥିବା କହିଛନ୍ତି ଆମ୍ବୁଲାନ୍ସ ଡ୍ରାଇଭର ।
- ଜଣେ ରୋଗୀଙ୍କ ମୃତ୍ୟୁ, ଦୁଇ ଜଣ ଗୁରୁତର
ବିସ୍ଫୋରଣ ପରେ ଆମ୍ବୁଲାନ୍ସରେ ଭୟଙ୍କର ନିଆଁ ଲାଗିଯାଇଥିଲା । ଉପସ୍ଥିତ ସ୍ଥାନୀୟ ଲୋକେ ତୁରନ୍ତ ରୋଗୀଙ୍କୁ ଆମ୍ବୁଲାନ୍ସରୁ ବାହାର କରିଥିଲେ । ତେବେ ନିଆଁରେ ପୋଡ଼ି ଯାଇଥିବା ରୋଗୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଅନ୍ୟପଟେ, ଆମ୍ବୁଲାନ୍ସରେ ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଏହାର ଉପର ଭାଗ ଉଡ଼ି ଅନ୍ୟ ରୋଗୀଙ୍କ ଉପରେ ପଡ଼ିଥିଲା । ଫଳରେ ଦୁଇ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି ।
- ଅଗ୍ନିଶମ ବିଭାଗ ପକ୍ଷରୁ ନିଆଁ ଆୟତ୍ତ
📱 Get Argus News App
✨Related Topics
Explore more stories