Udaypur Beach: ସମୁଦ୍ର କୂଳେ ମିଳୁଛି ମଦ-ମାଂସ-ହୁକ୍କା, ନିଶାର ଝୁମୁଛନ୍ତି ପର୍ଯ୍ୟଟକ

Key Points
ଆଶ୍ଚର୍ଯ୍ୟର କଥା ହେଉଛି ଉଦୟପୁର ସମୁଦ୍ରକୂଳ ଥାନା ମାତ୍ର ୨ ଶହ ମିଟର ଦୂରରେ ରହିଛି ।
ପୋଲିସ ଏହା ଉପରେ ରୋକ ଲଗାଇବାରେ ଅସମର୍ଥ ।
ନଗ୍ନତାର ସବୁ ସୀମା ଟପିଲା ବାଲେଶ୍ବର ଉଦୟପୁର ବେଳାଭୂମି। ବିଦେଶରେ ବି ଏଭଳି ଚିତ୍ର ଦେଖିନଥିବେ ଯେମିତି ଓଡିଶା ବାଲେଶ୍ବର ବେଳାଭୂମିରେ ଦେଖିବାକୁ ମିଳୁଛି। ଗୋଆରେ ବି ଏମିତି ହୁଏନି । ହେଲେ ବାଲେଶ୍ବରରେ ହୁଏ । ବିଶ୍ବାସ ହେଉନି ନା... ଥରେ ସେଇ ଉଦୟପୁର ସମୁଦ୍ରକୂଳ ଆଡ଼େ ବୁଲି ଆସନ୍ତୁ ଜାଣିପାରିବେ । ଚାଲିଛି ଓପନ ବାର...ମଦ ମାଂସର ଆସର...ଅଶ୍ଲିଳ ନୃତ୍ୟରେ ମସଗୁଲ ପର୍ଯ୍ୟଟକ ।
ବାଲେଶ୍ବର ଭୋଗରାଇ ବ୍ଲକର ଉଦୟପୁର ସମୁଦ୍ରକୁଳରେ ଏମିତି ଦୃଶ୍ୟ ଦେଖିବାକୁ ମିଳେ । ମଦ ମାଂସ ଖାଇ ନାଚନ୍ତି ପର୍ଯ୍ୟଟକ। ଦିନ ଦିପହରରେ ସମୁଦ୍ର କୁଳରେ ଯୁବତୀଙ୍କ ସହିତ ମତୁଆଲା ହୁଅନ୍ତି ପର୍ଯ୍ୟଟକ । ଏଠାରେ ପଶ୍ଚିମବଙ୍ଗ ପର୍ଯ୍ୟଟକଙ୍କ ଭିଡ଼ ବି ଜମେ । ଆଶ୍ଚର୍ଯ୍ୟର କଥା ହେଉଛି ଉଦୟପୁର ସମୁଦ୍ରକୂଳ ଥାନା ମାତ୍ର ୨ ଶହ ମିଟର ଦୂରରେ ରହିଛି । କିନ୍ତୁ ପୋଲିସ ଏହା ଉପରେ ରୋକ ଲଗାଇବାରେ ଅସମର୍ଥ ।
ଉଦୟପୁର ବେଳାଭୂମିରେ ପ୍ରତିଦିନ ହଜାର ହଜାର ପର୍ଯ୍ୟଟକଙ୍କ ଭିଡ ଲାଗେ। ଏଠାରେ ଚନ୍ଦନେଶ୍ବର ଓ ଭୁଶଣ୍ଡେଶ୍ବର ଭଳି ଶୈବ ପିଠ ରହିଛି । ହେଲେ ଉଦୟ ପୁର ବେଳାଭୁମି ଚିତ୍ର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେ । ପଶ୍ଚିମବଙ୍ଗର କିଛି ମଦ ବେପାରୀ ବଙ୍ଗ ଉପକୁଳରେ ମଦ ଦୋକାନ ଖୋଲିଛନ୍ତି । ହେଲେ ବେପାର କରୁଛନ୍ତି ଓଡିଶାରେ । ଯାହା ଫଳରେ ଅତି ସହଜରେ ସମୁଦ୍ରକୁଳରେ ମଦ ମିଳୁଛି । ଓଡ଼ିଶା ପୋଲିସ ଧରିବାକୁ ଗଲେ ତାକୁ ବଙ୍ଗୀୟ ପୋଲିସ ଓ ପ୍ରଶାସନ ଅସୁବିଧାରେ ପକାଉଛନ୍ତି। ତେଣୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି କହିଛନ୍ତି ଉଦୟପୁର ଥାନା ଅଧିକାରୀଣୀ।
ଅନ୍ୟପକ୍ଷରେ ବାଲେଶ୍ୱର ଜିଲ୍ଲାପାଳ କହିଛନ୍ତି ଏହି ଘଟଣାରେ ଏସ୍.ପିଙ୍କ ସହିତ ଆଲୋଚନା କରି କିଭଳି ଏହା ଉପରେ ରୋକ ଲଗାଯାଇ ପାରିବ ସେ ଦିଗରେ ଉଦ୍ୟମ କରିବେ ।