Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କାର୍ଯ୍ୟକ୍ରମରେ ପୁରସ୍କାର ଦେବାବେଳେ ଖଦିକୁ ପ୍ରାଧାନ୍ୟ ଦେବାକୁ UGCର ନିର୍ଦ୍ଦେଶ 

Smruti Parija
Browse all articles by Smruti Parija
·2 years ago
କାର୍ଯ୍ୟକ୍ରମରେ ପୁରସ୍କାର ଦେବାବେଳେ ଖଦିକୁ ପ୍ରାଧାନ୍ୟ ଦେବାକୁ UGCର ନିର୍ଦ୍ଦେଶ 

ଅର୍ଗସ ବ୍ୟୁରୋ: ସବୁ ବିଶ୍ୱ ବିଦ୍ୟାଳୟ ଓ କଲେଜକୁ ୟୁଜିସିର ଚିଠି । ବିଶ୍ୱ ବିଦ୍ୟାଳୟ ଓ କଲେଜରେ ବିଭିନ୍ନ କାର୍ଯ୍ୟକ୍ରମ ସମୟରେ କାହାକୁ ପୁରସ୍କାର ଦିଆଯିବା ସମୟରେ ଖଦିକୁ ପ୍ରାଧାନ୍ୟ ଦେବାକୁ ନିର୍ଦ୍ଦେଶ । ସେମିନାର, ସମ୍ମିଳନୀ, ବିଦାୟୀକାଳୀନ ସମ୍ବର୍ଦ୍ଧନା , ପୁରସ୍କାର ଦେବା ବେଳେ ଖଦି ଉତ୍ତରୀୟ କିମ୍ବା ସାଲ୍, ଦେବାକୁ ନିର୍ଦ୍ଦେଶ । 

ଯାହା ଫଳରେ ଆତ୍ମନିର୍ଭର ବାର୍ତ୍ତା ସହ ଛାତ୍ରଛାତ୍ରୀ ଜାଣିବେ ଖଦି ଓ ଭାରତର ସମ୍ପର୍କ । ସେପଟେ ଖଦି ସହ ବହି ମଧ୍ୟ ଉପହାର ସ୍ୱରୂପ ଦିଆଗଲେ ସମସ୍ତେ ଭାରତୀୟ ସାହିତ୍ୟ ଓ ସଂସ୍କୃତିକୁ ଜାଣିବା ସହ ଏହି ପରମ୍ପରାକୁ ଆଗକୁ ନେବାରେ ସହାୟକ ହେବେ । ଯାହାକୁ ନେଇ ଆଜି ୟୁଜିସି ସମସ୍ତ ବିଶ୍ୱ ବିଦ୍ୟାଳୟର କୁଳପତି ଓ କଲେଜର ଅଧ୍ୟକ୍ଷମାନଙ୍କୁ ଚିଠି ଜାରି କରିଛି ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
UGC directive to give priority to Khadi while awarding programs-to-all-the-college-and-university | Argus News