FM କଲେଜରେ ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଓ କ୍ରାଇମବ୍ରାଞ୍ଚ ଟିମ୍

Key Points
ବାଲେଶ୍ବର ଛାତ୍ରୀ ମୃତ୍ୟୁ ଘଟଣାରେ କ୍ରାଇମବ୍ରାଞ୍ଚର ତନାଘନା
FM କଲେଜରେ ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଓ କ୍ରାଇମ୍ ବ୍ରାଞ୍ଚ ଟିମ୍
ଭାରପ୍ରାପ୍ତ ଅଧ୍ୟାପକ ଓ କିଛି କର୍ମଚାରୀଙ୍କୁ ପଚରାଉଚରା
ସାକ୍ଷୀମାନେ ବାରମ୍ବାର ବଦଳାଉଛନ୍ତି ବୟାନ
ସେପଟେ ବଳଙ୍ଗା ଘଟଣାରେ କ୍ରାଇମବ୍ରାଞ୍ଚର ଥାନା ଅଧିକାରୀଙ୍କ ସହ ଆଲୋଚନା
ପୀଡିତାଙ୍କ ସାଙ୍ଗକୁ 3ଦିନ ଧରି ପଚରା ଉଚରା କରୁଛି ପୋଲିସ
FM କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ ଆଜି ପଞ୍ଚମ ଦିନରେ କ୍ରାଇମବ୍ରାଞ୍ଚର ତନାଘନା ତଦନ୍ତ । କ୍ରାଇମବ୍ରାଞ୍ଚ ଡିଜି ନିଜେ ସମୀକ୍ଷା କରିସାରିଥିବା ବେଳେ ଆଇଜି ଏସ. ସାଇନି ପୁରା ତଦନ୍ତ ଉପରେ ନଜର ରଖିଛନ୍ତି। ପେଟ୍ରୋଲ ପମ୍ପ ଠାରୁ ଆରମ୍ଭ କରି ପୀଡ଼ିତାଙ୍କ ଘର ଓ କଲେଜ୍ କ୍ୟାମ୍ପସ ସବୁଠି କ୍ରାଇମବ୍ରାଞ୍ଚର ଛାନବିନ। ଏକାଧିକ ଛାତ୍ରଛାତ୍ରୀ ଓ କଲେଜ୍ କର୍ମଚାରୀଙ୍କୁ ପଚରାଉଚୁରା । ସାକ୍ଷୀ ମାନେ ବାରମ୍ବାର ବଦଳାଉ ଛନ୍ତି ମତ। ପୋଲିସ କୁ ଦେଇଥିବା ବୟାନ ଏବଂ ବର୍ତ୍ତମାନ କ୍ରାଇମବ୍ରାଞ୍ଚ୍ କୁ ଦେଇଥିବା ବୟାନ ମଧ୍ୟରେ ତାଳମେଳ ରହୁନାହିଁ ।
ସେପଟେ ବଳଙ୍ଗାରେ ନାବାଳିକାଙ୍କୁ ନିଆଁ ଲଗାଇବା ଘଟଣାରେ କ୍ରାଇମବ୍ରାଞ୍ଚର ଏକ ଟିମ । ବଳଙ୍ଗା ଥାନାରେ ପହଂଚି ଅଧିକାରୀମାନଙ୍କ ସହିତ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛି । ଏଥିସହ ଗାଁର କିଛି ଲୋକଙ୍କୁ ପୋଲିସ ପଚରା ଉଚରା କରିଛି । ମିଳିଥିବା ସୂଚନା ଅନୁସାରେ ପୀଜିତାଙ୍କ ସାଙ୍ଗକୁ ପୋଲିସ 3ଦିନ ଧରି ପଚରା ଉଚରା କରିଛି । କେଉଁ ପରିସ୍ଥିତିରେ ନିଆଁ ଲାଗିଲା, କେମିତି ଲାଗିଲା ଏବଂ କାହିଁକି ଲାଗିଲା ସେନେଇ ପୋଲିସ ଛାନବିନ କରୁଛି । ପୀଡିତା ପଢୁଥିବା ସ୍କୁଲର ଅଷ୍ଟମ ଶ୍ରେଣୀର କିଛି ଛାତ୍ରୀଙ୍କୁ ମଧ୍ୟ ପୋଲିସ ପଚରା ଉଚରା କରିଛି ।
ଦୁଇଟି ଯାକ ଘଟଣାରେ ସରକାରଙ୍କ ତ୍ବରିତ ପଦକ୍ଷେପ ଗ୍ରହଣ କରିଛନ୍ତି । ବାଲେଶ୍ବର ଘଟଣାରେ କଲେଜ ଅଧ୍ୟକ୍ଷ ଏବଂ HODଙ୍କୁ ଗିରଫ କରାଯାଇଥିବା ବେଳେ ବଳଙ୍ଗା ଘଟଣାରେ ପୀଡିତାଙ୍କୁ ଦିଲ୍ଲୀ ଏମ୍ସକୁ ଏୟାରଲିଫ୍ଟ କରାସରିଛି । ଏବେ ଦିଲ୍ଲୀ ଏମ୍ସରେ ଚାଲିଛି ବଳଙ୍ଗା ପୀଡ଼ିତାଙ୍କ ଚିକିତ୍ସା ।