|
logo
Live

Argus News - UGCର ବଡ଼ ପଦକ୍ଷେପ,ପୋଷ୍ୟ ହେବ ଅଙ୍ଗନୱାଡ଼ି କେନ୍ଦ୍ର

Odisha

UGC Initiative / UGCର ବଡ଼ ପଦକ୍ଷେପ,ପୋଷ୍ୟ ହେବ ଅଙ୍ଗନୱାଡ଼ି କେନ୍ଦ୍ର

Bikash Mohanty
Browse all articles by Bikash Mohanty
·4 hours ago·2 min read
UGCର ବଡ଼ ପଦକ୍ଷେପ,ପୋଷ୍ୟ ହେବ ଅଙ୍ଗନୱାଡ଼ି କେନ୍ଦ୍ର
Anganwadi

Key Points

ଦଦଳିବ ଅଙ୍ଗନବାଡିର ରୁପରେଖ
UGC ନେଲା ବଡ଼ ପଦକ୍ଷେପ
ପୋଷ୍ୟ ହେବ ଅଙ୍ଗନୱାଡ଼ି କେନ୍ଦ୍ର
ପୋଷ୍ୟ କରିବେ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ 
ଭୁବନେଶ୍ବର, ୦୯/୦୪: ଦଦଳିବ ଅଙ୍ଗନବାଡିର ରୁପରେଖ। ଅଙ୍ଗନବାଡ଼ି କେନ୍ଦ୍ର ଗୁଡ଼ିକର ରୂପରେଖ ବଦଳାଇବାକୁ UGCର ବଡ଼ ପଦକ୍ଷେପ। ଅଙ୍ଗନବାଡ଼ିକୁ ପୋଷ୍ୟ କରିବେ ବିଭିନ୍ନ ବିଶ୍ଵବିଦ୍ୟାଳୟ। . ଗୋଟିଏ ବିଶ୍ଵବିଦ୍ୟାଳୟ ଅତି କମରେ ୫ ରୁ ୬ଟି ଅଙ୍ଗନୱାଡିକୁ କରିବ ମେଣ୍ଟରସିପ୍। ଛାତ୍ର ଛାତ୍ରୀଙ୍କୁ ଫିଲ୍ଡ ୱାର୍କ, ସାମାଜିକ ସେବା, ଥେସିସ, ଇଣ୍ଟରନ୍ସିପ୍ ରେ ଏହା ସହାୟକ ହେବା ନେଇ ଲକ୍ଷ୍ୟ ରଖି UGC ଏଭଲି ଏକ ନିର୍ଦ୍ଦେଶନାମା ଜାରି କରିଛି।

ସମସ୍ତ ରାଜ୍ୟର ବିଶ୍ଵବିଦ୍ୟାଳୟ ଓ କୁଳପତି, ମହାବିଦ୍ୟାଳୟ ଓ ଅଧକ୍ଷ ମାନଙ୍କୁ ଚିଠି ଲେଖାଯାଇଛି। ଗତ କିଛି ଦିନ ତଳେ ମୁଖ୍ୟ ଶାସନ ସଚିବ ମାନଙ୍କର ୫ମ ଜାତୀୟ ସମ୍ମିଳନୀ (NCCS) ରେ “ପ୍ରାରମ୍ଭିକ ଶିଶୁ ଶିକ୍ଷା: ଭିତି ପ୍ରସ୍ତର ସ୍ଥାପନ ଏକ ପ୍ରମୁଖ ବିଷୟ ଥିଲା। ନୀତି ଆୟୋଗ ଏହି ସମ୍ମିଳନୀର କାର୍ଯ୍ୟବିବରଣୀ ପ୍ରକାଶ କରିଛି।

ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ମାନେ ସ୍ଥାୟୀ ମେଣ୍ଟରଶିପ୍ ଓ ସାମାଜିକ ସେବା ପ୍ରଚେଷ୍ଟା ପାଇଁ 5 ରୁ 6ଟି ସ୍ଥାନୀୟ ଆଙ୍ଗନବାଡ଼ି କେନ୍ଦ୍ରକୁ ପୋଷ୍ୟ କରିବେ ଓ ପ୍ରୋତ୍ସାହିତ କରିବାରେ ସହାୟକ ହେବେ। ଏହି କ୍ରମରେ ଶିକ୍ଷା, ସାମାଜିକ କାର୍ଯ୍ୟ, ପୋଷଣ, ସାର୍ବଜନୀନ ସ୍ୱାସ୍ଥ୍ୟ, ଶିଶୁ ବିକାଶ, ମନୋବିଜ୍ଞାନ ଓ ସାମାଜିକ କଳ୍ୟାଣ ଭଳି ବିଭାଗଗୁଡ଼ିକରୁ କଲେଜ ଓ ବିଶ୍ୱବିଦ୍ୟାଳୟ ଅଧିକାରୀମାନେ ଆଙ୍ଗନବାଡ଼ି ସହିତ ଗଠିତ ଭାବରେ ସଂଯୋଗ ସୃଷ୍ଟି କରିବେ। ଏହାକୁ ଫିଲ୍ଡ ଓ୍ବାର୍କ, ଇଣ୍ଟର୍ନଶିପ୍, ଥେସିସ୍ ଏବଂ ସମୁଦାୟ ସେବା କାର୍ଯ୍ୟକ୍ରମରେ ସମ୍ମିଳିତ କରିବେ।ଏହି ପ୍ରଣାଳୀ ଅନୁସାର ପୋଷ୍ୟ ନିଆଯାଇଥିବା ଆଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ଛାତ୍ରଛାତ୍ରୀଙ୍କ ନିୟମିତ ଭ୍ରମଣ ଓ ନିରୀକ୍ଷଣ ମାଧ୍ୟମରେ ଅବିରତ ଶିକ୍ଷାଗତ ଓ କ୍ଷେତ୍ରସ୍ତରୀୟ ସହଯୋଗ ମିଳିବ।

ଏହାର ମୁଖ୍ୟ ଗୁରୁତ୍ୱ ୩ରୁ ୬ ବର୍ଷ ବୟସ ଶିଶୁମାନଙ୍କ ପାଇଁ ପ୍ରାରମ୍ଭିକ ଶିଶୁ ସେବା ଓ ଶିକ୍ଷା (ECCE) କୁ ଶକ୍ତିଶାଳୀ କରିବା ଉପରେ ରହିବ। ଏହା ଛାତ୍ରଛାତ୍ରୀଙ୍କ ଅଭିଜ୍ଞତାମୂଳକ ଶିକ୍ଷା ଓ ପେଶାଗତ ଅନୁଭବକୁ ବୃଦ୍ଧି କରିବ, ସାମାଜିକ ଦାୟିତ୍ୱ ବୋଧ ଗଢ଼ିଉଠିବାରେ ସହାୟକ ହେବ। କେନ୍ଦ୍ର ଓ ରାଜ୍ୟ ସରକାର ଅଧୀନସ୍ଥ ସମସ୍ତ ସରକାରୀ ଓ ବେସରକାରୀ କଲେଜ ଓ ବିଶ୍ୱବିଦ୍ୟାଳୟମାନଙ୍କୁ ପରାମର୍ଶ ଜାରି କରାଯାଇଛି।

ପଢନ୍ତୁ ଏହି ଖବର: ଅଙ୍ଗନବାଡି ପିଲାଙ୍କୁ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଉପହାର: ବଢ଼ିଲା ପୋଷାକ ଖର୍ଚ୍ଚ

ଓଡ଼ିଶାର ୩୦ଟି ଜିଲ୍ଲାରେ ଆଜି ନୂତନ ଭାବେ ନିର୍ମିତ ୧,୮୮୯ଟି ଅଙ୍ଗନବାଡ଼ି କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ଏହାକୁ ଉଦଘାଟନ କରିଥିଲେ। ଆସନ୍ତା ଜୁଲାଇ ମାସରେ ପ୍ରାୟ ଅଢେଇ ହଜାର ଅଙ୍ଗନବାଡି ଘର ଲୋକାର୍ପଣ କରିବାକୁ ଲକ୍ଷ୍ୟ ରହିଛି। ୨୦୨୭ ସୁଦ୍ଧା ରାଜ୍ୟର ସମସ୍ତ ଅଙ୍ଗନବାଡି କେନ୍ଦ୍ରକୁ ନିଜସ୍ୱ ଘରେ ଚାଲିବ ବୋଲି କହିଥିଲେ ପ୍ରଭାତି ପରିଡା।

ଏହା ସହ ସବୁ ଅଙ୍ଗନବାଡି କେନ୍ଦ୍ରକୁ “ସକ୍ଷମ ଅଙ୍ଗନବାଡି” ଭାବେ ଉନ୍ନତ କରିବାକୁ ସରକାର ଯୋଜନା କରିଛି। ଏଥିପାଇଁ ୧୦ ହଜାର ନୂତନ ଅଙ୍ଗନବାଡି ନିର୍ମାଣ ପାଇଁ ଅତିରିକ୍ତ ବଜେଟରେ ବ୍ୟବସ୍ଥା କରାଯାଇଛି। ଖୁବ ଶୀଘ୍ର ୪ ହଜାର ୨୮୪ରୁ ଅଧିକ ଅଙ୍ଗନବାଡି ଘରର ସମ୍ପୂର୍ଣ୍ଣ ରୂପରେଖ ତିଆରି କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା କହିଥିଲେ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
UGC Initiative: UGCର ବଡ଼ ପଦକ୍ଷେପ,ପୋଷ୍ୟ ହେବ ଅଙ୍ଗନୱାଡ଼ି କେନ୍ଦ୍ର | Argus News