Videos
|
Odisha

ରାଗିଂ ମୁକ୍ତ କ୍ୟାମ୍ପସ ଦିନ, କଲେଜ ଓ ବିଶ୍ୱ ବିଦ୍ୟାଳୟ ପାଳନ କରିବାକୁ ୟୁଜିସିର ଚିଠି

Banajyotshna Ray
Browse all articles by Banajyotshna Ray
·11 months ago·1 min read
ରାଗିଂ ମୁକ୍ତ କ୍ୟାମ୍ପସ ଦିନ, କଲେଜ ଓ ବିଶ୍ୱ ବିଦ୍ୟାଳୟ ପାଳନ କରିବାକୁ ୟୁଜିସିର ଚିଠି

Key Points

ବିଶ୍ୱ ବିଦ୍ୟାଳୟ କ୍ୟାମ୍ପସରେ ପାଳନ ହେବ ରାଗିଂ ମୁକ୍ତ କ୍ୟାମ୍ପସ ଦିନ

ଆଜି ସମସ୍ତ କଲେଜ ଓ ବିଶ୍ୱ ବିଦ୍ୟାଳୟ ଏହି ଦିନ ପାଳନ କରିବାକୁ ୟୁଜିସିର ଚିଠି 

ବିଶ୍ୱ ବିଦ୍ୟାଳୟ କ୍ୟାମ୍ପସରେ ପାଳନ ହେବ ରାଗିଂ ମୁକ୍ତ କ୍ୟାମ୍ପସ ଦିନ । ଆଜି ସମସ୍ତ କଲେଜ ଓ ବିଶ୍ୱ ବିଦ୍ୟାଳୟ ଏହି ଦିନ ପାଳନ କରିବାକୁ ୟୁଜିସିର ଚିଠି । କ୍ୟାମ୍ପସରେ ଶୈକ୍ଷିକ ବାତାବରଣ ବଜାୟ ରଖିବା ପାଇଁ ସପ୍ତାହ ବ୍ୟାପି ସଚେତନତା କାର୍ଯ୍ୟକ୍ରମ କରାଯିବ । କଲେଜ ଓ ବିଶ୍ୱ ବିଦ୍ୟାଳୟ ସ୍ତରରେ ରାଗିଙ୍ଗ ମୁକ୍ତ ସଚେତନତା ଥିମରେ ପିଲାମାନଙ୍କ ମଧ୍ୟରେ ପୋଷ୍ଟର ମେକିଙ୍ଗ, ପ୍ରବନ୍ଧ ଲିଖନ, ଫଟୋଗ୍ରାଫି ପ୍ରତିଯୋଗିତା, ସୋସିଆଲ ମିଡ଼ିଆ ସଚେତନ ପାଇଁ ଛୋଟ ରିଲସ, ସର୍ଟ ଫିଲ୍ମ କରି ମଧ୍ୟ ଛାତ୍ରଛାତ୍ରୀ ନିଜ ଶିକ୍ଷାନୁଷ୍ଠାନ ୱେବ ସାଇଟରେ ଅପଲୋଡ଼ କରିପାରିବେ।


ଏମିତିକି ଜାତୀୟ ସ୍ତରର ରାଗିଙ୍ଗ ମୁକ୍ତ କ୍ୟାମ୍ପସ ପ୍ରତିଯୋଗିତାରେ ଭାଗ ନେଇ www. antiraging.in ରେ ଅପଲୋଡ଼ କରିପାରିବେ। ୨୦୨୩ ମସିହାରୁ ୟୁଜିସି ଏଭଳି ପଦକ୍ଷେପ ନେବା ସହ ପ୍ରତି ବର୍ଷ ଶିକ୍ଷାନୁଷ୍ଠାନ ମାନଙ୍କୁ ଏ ବାବଦରେ ସଚେତନ କରାଉଛି। ରାଗିଂକୁ ନେଇ ବାରମ୍ୱାର କଲେଜ ହେଉ ଅବା ବିଶ୍ୱବିଦ୍ୟାଳୟରେ ଅନେକ ସମସ୍ୟା ଦେଖାଯାଉଥିବାବେଳେ ରାଗିଂକୁ ସମ୍ପୂର୍ଣ୍ଣ ଭାବରେ ବ୍ୟାନ କରାଯାଇଥିଲା। ଯାହାଦ୍ୱାରା ପାଠ ପଢ଼ିବାକୁ ଆସୁଥିବା ଛାତ୍ରଛାତ୍ରୀ ସୁବିଧାରେ ପାଠ ପଢ଼ିପାରିବେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ugc-letter-to-colleges-and-universities-to-celebrate-ragging-free-campus-day | Argus News