Videos
|
Odisha

୨ ଛାତ୍ରୀ ମୃତ୍ୟୁ ମାମଲାରେ କିଟ୍ କର୍ତ୍ତୃପକ୍ଷଙ୍କୁ ଦୋଷ ଦେଲା ୟୁଜିସି ପ୍ୟାନେଲ୍

Rashmita Mishra
Browse all articles by Rashmita Mishra
·1 year ago·1 min read
୨ ଛାତ୍ରୀ ମୃତ୍ୟୁ ମାମଲାରେ କିଟ୍ କର୍ତ୍ତୃପକ୍ଷଙ୍କୁ ଦୋଷ ଦେଲା ୟୁଜିସି ପ୍ୟାନେଲ୍

Key Points

ବଢ଼ିଲା କିଟ୍ ବିଶ୍ବବିଦ୍ୟାଳୟର ଅଡୁଆ
ଛାତ୍ରୀ ମୃତ୍ୟୁ ମାମଲାରେ ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ କମିଟିର ରିପୋର୍ଟ
ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା
୨ ଛାତ୍ରୀ ମୃତ୍ୟୁ ମାମଲାରେ କିଟ୍ କର୍ତ୍ତୃପକ୍ଷଙ୍କୁ ଦୋଷ ଦେଲା ୟୁଜିସି ପ୍ୟାନେଲ୍

ବଢ଼ିଲା କିଟ୍ ବିଶ୍ବବିଦ୍ୟାଳୟର ଅଡୁଆ। ଭୁବନେଶ୍ବର କିଟ୍ ବିଶ୍ବବିଦ୍ୟାଳୟରେ ଛାତ୍ରୀ ମୃତ୍ୟୁ ମାମଲାରେ ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଦେଲା ବଡ଼ ଅପଡେଟ। ୨ ଛାତ୍ରୀ ମୃତ୍ୟୁ ମାମଲାରେ କିଟ୍ କର୍ତ୍ତୃପକ୍ଷଙ୍କୁ ଦୋଷ ଦେଲା ୟୁଜିସି ପ୍ୟାନେଲ୍। ଏ ନେଇ ଜାତୀୟ ଗଣମାଧ୍ୟମରେ ପ୍ରସାରିତ ହେଉଛି ଖବର।

ପ୍ରଫେସର ନାଗେଶ୍ବର ରାଓଙ୍କ ଅଧ୍ୟକ୍ଷତାରେ ଗଠନ ହୋଇଥିବା କମିଟି ଏଭଳି ଏକ ରିପୋର୍ଟ ଦେଇଥିବା ସୂଚନା ରହିଛି। ଗତ ମେ ୨୦ରେ କିଟ୍ ପରିସରକୁ ଆସିଥିବା କମିଟି ବିଶ୍ୱ ବିଦ୍ୟାଳୟର ପ୍ରଶାସନିକ ଦାୟିତ୍ୱରେ ଥିବା କର୍ମଚାରୀ, ଛାତ୍ରଛାତ୍ରୀ ଓ ଅନ୍ୟମାନଙ୍କ ସହ ଆଲୋଚନା କରିଥିଲା। କେଉଁ କାରଣରୁ ହୋଇଥିଲା ଏଭଳି ସ୍ଥିତି ତାର ତଦାରଖ କରିବା ସମୟରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ଅନେକ ବଡ଼ ତ୍ରୁଟି ଦେଖିବାକୁ ମିଳିଥିଲା।

ଛାତ୍ରଛାତ୍ରୀ ଦେଉଥିବା ଅଭିଯୋଗକୁ ଏଡ଼ାଇ ଦେଇଛି କିଟ୍। ୟୁଜିସି ଟିମକୁ ଅନେକ ସ୍ଥଳରେ କମ୍ପ୍ରମାଇଜ୍ କରିବାର କଥା ପ୍ରମାଣ ମିଳିଛି । ବିଶ୍ୱ ବିଦ୍ୟାଳୟର ICC ପିଲାଙ୍କ ଅଭିଯୋଗର ତଦନ୍ତ ଓ ନ୍ୟାୟ ଦେବାର ଅସଫଳ ବୋଲି ଦର୍ଶାଇଛି ଟିମ । ବିଶ୍ୱ ବିଦ୍ୟାଳୟ ନିକଟରେ ଅନେକ ଅଭିଯୋଗ ରହିଥିଲା କିନ୍ତୁ କୌଣସି କ୍ଷେତ୍ରରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ ବୋଲି ଦର୍ଶାଇଛି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍। ହଷ୍ଟେଲରେ ଛାତ୍ରଛାତ୍ରୀଙ୍କ ପାଇଁ ଉତ୍ତମ ସୁବିଧା ନଥିବା ବେଳେ ଗୋଟିଏ ଗୋଟିଏ ଛୋଟ୍ ରୁମରେ ୩ ଜଣ ଲେଖାଏଁ ଛାତ୍ରଛାତ୍ରୀଙ୍କୁ ରଖାଯାଇଛି। ଅନେକ ପିଲାଙ୍କ ପାଇଁ କୌଣସି ଭଲ ସୁବିଧା ନଥିବା କଥା ମଧ୍ୟ ସାମ୍ନାକୁ ଆଣିଛି UGC ଟିମ୍ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ugc-panel-blames-several-officials-in-student-death-case | Argus News