Ultrasound: ମାଳ ମାଳ ଅଲ୍ଟ୍ରାସାଉଣ୍ଡ ସେଣ୍ଟର, ହେଲେ ନାହାନ୍ତି ଅଭିଜ୍ଞ ଡାକ୍ତର ! ଚାଲିଗଲା ନୀରିହ ଜୀବନ...

Key Points
ଓମଶାନ୍ତି ଅଲଟ୍ରାସାଉଣ୍ଡର ତ୍ରୁଟିପୂର୍ଣ୍ଣ ରିପୋର୍ଟକୁ ନେଇ ଯେଉଁ ଘଟଣା ଘଟିଲା ତାହାକୁ ନେଇ ଜିଲ୍ଲା ପ୍ରଶାସନ ସଠିକ ଭାବେ ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୃଦ୍ଧିଜୀବୀ ମାନେ ଦାବି କରିଛନ୍ତି. ।
ଭଦ୍ରକର ଓମ ଶାନ୍ତି ଅଲଟ୍ରାସାଉଣ୍ଡ କେନ୍ଦ୍ରର ଭୁଲ୍ ରିପୋର୍ଟ ପାଇଁ ଜଣେ ନବଜାତ ଶିଶୁର ମୃତ୍ୟୁ ଘଟଣା ପରେ ଟାର୍ଗେଟରେ ଜିଲ୍ଲାର ସମସ୍ତ ଅଲଟ୍ରାସାଉଣ୍ଡ ସେଣ୍ଟର । ଜିଲ୍ଲାରେ ଖୋଲିଛି ମାଳ ମାଳ ଅଲଟ୍ରାସାଉଣ୍ଡ ସେଣ୍ଟର । ହେଲେ ନାହାନ୍ତି ଅଭିଜ୍ଞ ଡାକ୍ତର । ଫଳରେ ରିପୋର୍ଟରେ ତ୍ରୁଟି ରହିବା ସହ ଉଭୟ ମାଆ ଓ ଶିଶୁଙ୍କ ଜୀବନ ବିପଦରେ ରହୁଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟବାସିନ୍ଦା । ଖାଲି ସେତିକି ନୁହେଁ, ଏହି ଅଲଟ୍ରାସାଉଣ୍ଡ ସେଣ୍ଟରରେ ଲିଙ୍ଗ ନିରୂପଣ ପରି ଆସିଛି ସଙ୍ଗୀନ ଅଭିଯୋଗ । ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଅଲଟ୍ରାସାଉଣ୍ଡ ସେଣ୍ଟର ଗୁଡିକରେ ଚଢାଉ କରାଗଲେ ପ୍ରକୃତ ସତ୍ୟ ସାମ୍ନାକୁ ଆସିବ ବୋଲି କହିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ।
ତେବେ ଓମଶାନ୍ତି ଅଲଟ୍ରାସାଉଣ୍ଡର ତ୍ରୁଟିପୂର୍ଣ୍ଣ ରିପୋର୍ଟକୁ ନେଇ ଯେଉଁ ଘଟଣା ଘଟିଲା ତାହାକୁ ନେଇ ଜିଲ୍ଲା ପ୍ରଶାସନ ସଠିକ ଭାବେ ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୃଦ୍ଧିଜୀବୀ ମାନେ ଦାବି କରିଛନ୍ତି. ।
ଅନ୍ୟପଟେ ଭଦ୍ରକ ଜିଲ୍ଲାରେ ମୋଟ ୨୨ଟି ଅଲଟ୍ରାସାଉଣ୍ଡ ସେଣ୍ଟର ରହିଛି । ଯେଉଁ ନୂତନ ଅଲଟ୍ରାସାଉଣ୍ଡ ସେଣ୍ଟର ଖୋଲୁଛି ତାଙ୍କର ସଠିକ୍ ରିପୋର୍ଟ ରଖା ଯାଉଛି । ଆମର ଏଥିପାଇଁ ଟିମ ରହିଛି ସେମାନେ ଯାଇ ଯାଂଚ୍ କରୁଛନ୍ତି ବୋଲି କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ । ତେବେ ଓମ ଶାନ୍ତି ଘଟଣାକୁ ନେଇ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଏକ କମିଟି ଗଠନ କରାଯାଇଛି । ସେହି ଟିମରେ ଜିଲ୍ଲା ପ୍ରଶାସନ ଅଧିକାରୀ, ପୋଲିସ ପ୍ରଶାସନ ଅଧିକାରୀ ଓ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ରହିଛନ୍ତି । ୩ ଦିନ ଭିତରେ ତଦନ୍ତ କରି ରିପୋର୍ଟ ଦେବା ପାଇଁ କୁହାଯାଇଥିବା କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ।