Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ, କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ଦାବି ଜଣାଇଲେ ଉମାକାନ୍ତ ପଟ୍ଟନାୟକ

Banajyotshna Ray
Browse all articles by Banajyotshna Ray
·11 months ago·1 min read
ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ, କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ଦାବି ଜଣାଇଲେ ଉମାକାନ୍ତ ପଟ୍ଟନାୟକ

Key Points

ମାର୍ଶାଘାଇ ଅଞ୍ଚଳରେ ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ ପାଇଁ ଦାବି

ବିଜେପି ରାଜ୍ୟ ପ୍ରବକ୍ତା ଓ ସୋସିଆଲ ମିଡିଆ ମୁଖ୍ୟ ଶ୍ରୀ ଉମାକାନ୍ତ ପଟ୍ଟନାୟକଙ୍କ ଦାବି

କେନ୍ଦ୍ରାପଡ଼ା ଜିଲ୍ଲାର ଚାନ୍ଦୋଳ, କୋରୁଆ-କଳାବୁଦା ଓ ମାର୍ଶାଘାଇ ଅଞ୍ଚଳରେ ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ ପାଇଁ ଦାବି କରିଛନ୍ତି ବିଜେପି ରାଜ୍ୟ ପ୍ରବକ୍ତା ଓ ସୋସିଆଲ ମିଡିଆ ମୁଖ୍ୟ ଶ୍ରୀ ଉମାକାନ୍ତ ପଟ୍ଟନାୟକ। ଆଜି ଲୋକସେବା ଭବନଠାରେ ମାନନୀୟ ଗୃହ ଓ ନଗର ଉନ୍ନୟନ ବିଭାଗର ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ସାକ୍ଷାତ କରି ସେ ଦାବି ଉପସ୍ଥାପନା କରିଛନ୍ତି । ଯେଉଁସବୁ ଅଞ୍ଚଳରେ ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ ପାଇଁ ଦାବି ହୋଇଛି ସେସବୁ ଅଞ୍ଚଳରେ ବାଇଶି ହଜାରରୁ ଅଧିକ ଲୋକ ବସବାସ କରୁଥିବା ବେଳେ ଚାଷ, ପନିପରିବା ଓ ଦୁଗ୍ଧ ଜାତୀୟ ଦ୍ରବ୍ୟ ଉତ୍ପାଦନ ଅଧିକ ହେଉଛି। 


ସେଠାରେ ମହାବିଦ୍ୟାଳୟ ଭଳି ଶିକ୍ଷାନୁଷ୍ଠାନ ମଧ୍ୟ ଅଛି। ମାର୍ଶାଘାଇ ବ୍ଲକ ସଦର ମହକୁମା ଅଟେ। ବର୍ତ୍ତମାନ ଉକ୍ତ ସବୁ ଅଞ୍ଚଳବାସୀ ଅନେକ ସମସ୍ୟା ଦେଇ ଗତି କରୁଛନ୍ତି, ଯେପରିକି ଜଳ ନିଷ୍କାସନ ଓ ସ୍ୱେରଜ ବ୍ୟବସ୍ଥା ଠିକ ନଥିବା ବେଳେ, କଠିନ ବର୍ଜ୍ୟବସ୍ତୁ ପରିଚାଳନା ହୋଇପାରୁ ନାହିଁ। ସେହିପରି ରାସ୍ତାରେ ଆଲୋକୀକରଣ ଓ ସୁଗମ ଗମନାଗମନ ବ୍ୟବସ୍ଥା ଠିକ ଭାବେ ନାହିଁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ତେଣୁ ଏସବୁ ସମସ୍ୟାର ସମାଧାନ ସହ ଲୋକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଉକ୍ତ ଅଞ୍ଚଳରେ ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନର ଆବଶ୍ୟକତା ରହିଛି ଯାହାକି ସେ ଅଞ୍ଚଳର ବିକାଶ ସହିତ ସେମାନଙ୍କ ଜୀବନଜୀବିକା ମାନଦଣ୍ଡ ବୃଦ୍ଧିରେ ସହାୟକ ହେବ ବୋଲି ସେ ଉଲ୍ଲେଖ କରିଛନ୍ତି। ମାନନୀୟ ମନ୍ତ୍ରୀ ଏହା ଗ୍ରହଣ କରି ଉପଯୁକ୍ତ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ବୋଲି ସେ କହିଛନ୍ତି। 

Sponsored