Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Kendrapada / ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର - 'କେନ୍ଦ୍ରାପଡାରେ ପ୍ରତିଷ୍ଠା ହେଉ କୃଷି ଭିତ୍ତିକ ଶିଳ୍ପ'

Swoyang prajna Mishra
Browse all articles by Swoyang prajna Mishra
·9 months ago·2 min read
ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର - 'କେନ୍ଦ୍ରାପଡାରେ ପ୍ରତିଷ୍ଠା ହେଉ କୃଷି ଭିତ୍ତିକ ଶିଳ୍ପ'

Key Points

ଦୀର୍ଘ ବର୍ଷ ହେବ ଅବହେଳିତ ହୋଇ ରହିଥିବା କେନ୍ଦ୍ରାପଡ଼ା ଜିଲ୍ଲାର ଜନସାଧାଧାରଣଙ୍କ ଉନ୍ନତି କିପରି ହୋଇପାରିବ ସେ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ । ଏଥିସହ ଏକ ୪ ଦଫା ସମ୍ବଳିତ ଦାବୀ ପତ୍ର ତାଙ୍କୁ ଦେଇ ଏହାର ସମାଧାନ କରିବାକୁ ଅନୁରୋଧ କରିଥିଲେ ।

କେନ୍ଦ୍ରାପଡା ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ତଥା ସାମୁହିକ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି ବିଜେପି ରାଜ୍ୟ ପ୍ରବକ୍ତା ତଥା ସୋସିଆଲ ମିଡିଆ ମୁଖ୍ୟ ଶ୍ରୀ ଉମାକାନ୍ତ ପଟ୍ଟନାୟକ । ଦୀର୍ଘ ବର୍ଷ ହେବ ଅବହେଳିତ ହୋଇ ରହିଥିବା କେନ୍ଦ୍ରାପଡ଼ା ଜିଲ୍ଲାର ଜନସାଧାଧାରଣଙ୍କ ଉନ୍ନତି କିପରି ହୋଇପାରିବ ସେ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ । ଏଥିସହ ଏକ ୪ ଦଫା ସମ୍ବଳିତ ଦାବୀ ପତ୍ର ତାଙ୍କୁ ଦେଇ ଏହାର ସମାଧାନ କରିବାକୁ ଅନୁରୋଧ କରିଥିଲେ ଉମାକାନ୍ତ ।

ମୁଖ୍ୟତଃ ଉପକୂଳ ଓଡିଶାର କେନ୍ଦ୍ରପଡା ଜିଲ୍ଲା କୃଷି, ଐତିହ୍ୟ, ପର୍ଯ୍ୟଟନ ତଥା ସାଂସ୍କୃତିକ କ୍ଷେତ୍ରରେ ସମୃଦ୍ଧ ଥାଇ ସୁଦ୍ଧା ଶିଳ୍ପାୟନ କ୍ଷେତ୍ରରେ ପଛୁଆ ହୋଇ ରହିଥ‌ିବାରୁ, ଏହାର ସାମଗ୍ରିକ ବିକାଶ ନିମନ୍ତେ ଶିଳ୍ପ ପ୍ରତିଷ୍ଠା ଜରୁରୀ ଅଟେ ।
ଏହି ନିମ୍ନଲିଖିତ ପ୍ରସ୍ତାବ ଗୁଡିକ ମାନନୀୟ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ।

୧-ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା


ଜିଲ୍ଲାର ମୁଖ୍ୟ ହସ୍ପିଟାଲକୁ ବିସ୍ତାର ପୂର୍ବକ ମେଡିକାଲ କଲେଜ ପ୍ରତିଷ୍ଠା କିମ୍ବା ଏକ ନୂତନ ଭାବେ କଲେଜ ସ୍ଥାପନାର ଆବଶ୍ୟକ‌ତା ରହିଛି । ଏହି ଜିଲ୍ଲାର ପ୍ରାୟ ୧୭ ଲକ୍ଷର ଜନସଂଖ୍ୟା ଅଛି ତଥାପି ଏକ ସରକାରୀ ମେଡିକାଲ୍ କଲେଜର ଅଭାବ ରହିଛି । ଉନ୍ନତ ଓ ଜରୁରୀକାଳୀନ ଚିକିତ୍ସା ପାଇଁ ରୋଗୀମାନେ ଦୀର୍ଘ ଦୂରତା ତଥା ଟ୍ରାଫିକ ସମସ୍ୟାର ସମ୍ମୁଖୀନ ହୋଇ କଟକ କିମ୍ବା ଭୁବନେଶ୍ବରକୁ ଯାତ୍ରା କରିବାକୁ ବାଧ୍ୟ ହୁଅନ୍ତି । ଏକ ସରକାରୀ ମେଡିକାଲ୍ କଲେଜ ସ୍ଥାପନ ହେବା ଦ୍ଵାରା କେବଳ ଉତ୍ତମ ସ୍ୱାସ୍ଥ୍ୟସେବା ସୁବିଧା ନିଶ୍ଚିତ କରିବ ନାହିଁ ବରଂ ଚିକିତ୍ସା ଏବଂ ଏହି ଅଞ୍ଚଳରେ ମେଜିକାଲ୍ ଶିକ୍ଷା ଏବଂ ରୋଜଗାରର ନୂତନ ରାସ୍ତା ମଧ୍ୟ ଉନ୍ମୁକ୍ତ ହେବ ।

୨- ଏକ ବିଶ୍ଵବିଦ୍ୟାଳୟରେ କେନ୍ଦ୍ରାପଢା କଲେଜକୁ ରୂପାନ୍ତର କରିବା

କେନ୍ଦ୍ରାପଡା କଲେଜ ଜିଲ୍ଲାର ପୁରାତନ ଘରୋଇ କଲେଜ ହିସାବରେ ବହୁ ଦଶନ୍ଧି ଧରି ଉଚ୍ଚଶିକ୍ଷା ଦେବାରେ ଏକ ମୁଖ୍ୟ କେନ୍ଦ୍ର ଅଟେ । ଏହାକୁ ଏକ ବିଶ୍ବବିଦ୍ୟାଳୟକୁ ଅପଗ୍ରେଡ୍‌ କଲେ ହଜାର ହଜାର ଛାତ୍ର ଉପକୃତ ହେବା ସହିତ ଗ୍ରାମୀଣ ପୃଷ୍ଠଭୂମିରୁ ଅଧ‌ିକ ଛାତ୍ର ଲାଭବାନ ହେବେ। ଯେଉଁମାନଙ୍କୁ ଉଚ୍ଚତମ ଶିକ୍ଷା ଲାଭ ପାଇଁ ଏ ସହର ଛାଡି ଦୂର ଦୂରାନ୍ତ ସହରକୁ ସ୍ଥାନାନ୍ତର କରିବାକୁ ପଢୁଛି ସେମାନେ ବିଶେଷ ଉପକୃତ ହେବେ । ଉକ୍ତ ବିଶ୍ଵ ବିଦ୍ୟାଳୟ ପ୍ରତିଷ୍ଠା ଦ୍ଵାରା ଏକାଡେମିକ ଏବଂ ଗବେଷଣା ଅଭିବୃଦ୍ଧି ଉପରେ ସାହାଯ୍ୟ କରିବ ।

୩- ପ୍ରସ୍ତାବିତ ମେଗା ଷ୍ଟିଲ୍ ପ୍ଲାଣ୍ଟ ବ୍ୟତୀତ କୃଷି ଭିତ୍ତିକ ଶିଳ୍ପର ପ୍ରତିଷ୍ଠା

କେନ୍ଦ୍ରାପଡା ମୁଖ୍ୟତଃ କୃଷି ପ୍ରଧାନ ଜିଲ୍ଲା ହୋଇଥିବାରୁ କୃଷି ଭିତ୍ତିକ ଶିଳ୍ପର ପ୍ରତିଷ୍ଠା ହେବା ଆବଶ୍ୟକ ରହିଛି । କେନ୍ଦ୍ରାପଡା ମୁଖ୍ୟତଃ କୃଷି ପ୍ରଧାନ ଜିଲ୍ଲା ତଥା କୃଷିଜାତ ପଦାର୍ଥର ଅମଳକାରୀ ଅଞ୍ଚଳ ହୋଇଥିବାରୁ କୃଷି ଭିତ୍ତିକ ଶିଳ୍ପର ପ୍ରତିଷ୍ଠା, ଯଥା ଖାଦ୍ୟ ପ୍ରକ୍ରିୟାକରଣ, ଧାନ କଳ, ଶୀତଳ ଭଣ୍ଡାର,ତୈଳପ୍ରସ୍ତୁତି ୟୁନିଟ୍, ଏବଂ ପ୍ୟାକେଜିଂ ଇଣ୍ଡଷ୍ଟ୍ରି ଗୁଡ଼ିକ ସ୍ଥାପନା ଦ୍ବାରା ବଡ଼ ଆକାରରେ ନିଯୁକ୍ତି ସୃଷ୍ଟି କରିବ ଏବଂ କୃଷି ଉତ୍ପାଦନର ଉନ୍ନତି ନିଶ୍ଚିତ କରିବ ।

୪) ଜିଲ୍ଲାର ପୋଲିସ୍ ପ୍ରଶାସନରେ ଉନ୍ନତି ଆଣିବା

ଜିଲ୍ଲାର ଆଇନ ଶୃଙ୍ଖଳାକୁ ବ୍ୟବସ୍ଥିତ କରିବାକୁ ବିଭାଗରେ ଖାଲି ପଡିଥିବା ବିଭିନ୍ନ ପଦପଦବୀକୁ ତୁରନ୍ତ ପୁରଣ କରିବା ତଥା ପ୍ରଶାସନକୁ ଲୋକାଭିମୁଖୀ କରିବାର ଆବଶ୍ୟକତା ଅଛି । ଯାହାଦ୍ୱାରା ଜନସାଧାରଣଙ୍କ ବିଶ୍ଵାସ ଅତୁଟ ରହିବ ତଥା ନ୍ୟାୟ ପ୍ରଦାନ କ୍ଷେତ୍ରରେ ବିଶ୍ଵାସ ଭାଜନ ହେବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Kendrapada | Umakanta Pattanayak meets chief Minister and give demand letter | Argus News