ଶ୍ରୀମନ୍ଦିରରେ ଅନଧିକାର ପ୍ରବେଶ; ଘଟଣାର ଉତ୍ତର ଦାୟିତ୍ଵ ନିଜ ଉପରକୁ ନେଇଛନ୍ତି ଜିଲ୍ଲାପାଳ

Key Points
ଶ୍ରୀମନ୍ଦିରରେ ଅନଧିକାର ପ୍ରବେଶ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଜିଲ୍ଲାପାଳ ଚଞ୍ଚଲ ରାଣା
ସିସିଟିଭି କ୍ୟାମେରା ଯାଞ୍ଚ କରି ନିଆଯିବ ଆକ୍ସନ୍
ଘଟଣାର ଉତ୍ତର ଦାୟିତ୍ଵ ନିଜ ଉପରକୁ ନେଇଛନ୍ତି ଜିଲ୍ଲାପାଳ
ମେଘନାଦ ପାଚେରୀ ଡେଇଁ ଶ୍ରୀମନ୍ଦିରରେ ଅନଧିକାର ପ୍ରବେଶ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଜିଲ୍ଲାପାଳ ଚଞ୍ଚଲ ରାଣା । ସିସିଟିଭି କ୍ୟାମେରା ଯାଞ୍ଚ କରି ନିଆଯିବ ଆକ୍ସନ୍ । ଘଟଣାର ଉତ୍ତର ଦାୟିତ୍ଵ ନିଜ ଉପରକୁ ନେଇଛନ୍ତି ଜିଲ୍ଲାପାଳ । ମେଘନାଦ ପାଚେରୀ ଡେଇଁ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଏତଲା ଦିଆଯିବ । ଏହା ଲୋକଙ୍କ ବିଶ୍ୱାସକୁ ଆଘାତ ଓ ନିନ୍ଦନୀୟ କାର୍ଯ୍ୟ ବୋଲି କହିଛନ୍ତି ଜିଲ୍ଲାପାଳ ।
କୌଣସି ପରିସ୍ଥିତିରେ ଶ୍ରୀମନ୍ଦିର ସୁରକ୍ଷା ସହ ସାଲିସ କରାଯିବ ନାହିଁ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ମଧ୍ୟ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଅଳିଆ ଆବର୍ଜନା କେତେ ଦିନ ହେବ ଜମା ହୋଇ ରହିଥିଲା , କ'ଣ ପାଇଁ ଆବର୍ଜନା ସ୍ଥାନାନ୍ତର ହୋଇନଥିଲା ତା'ର ମଧ୍ୟ ତଦନ୍ତ କରାଯିବ ।
📱 Get Argus News App
✨ସେପଟେ ଖବର ପ୍ରସାରଣ ପରେ ତଦନ୍ତ ପାଇଁ ଏକ କମିଟି ଗଠନ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ । କମିଟିରେ ୪ ଜଣ ସଦସ୍ୟ ସାମିଲ ରହିଛନ୍ତି । ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଦେବବ୍ରତ ସାହୁ , ସୁରକ୍ଷା ପ୍ରଶାସକ ହେମନ୍ତ ପାଢୀ , ସଫେଇ ସୁପର ଭାଇଜରଙ୍କୁ ନେଇ ଗଠିତ ହୋଇଛି କମିଟି ।
ସେପଟେ ଏହି ଘଟଣାରେ ସୁରକ୍ଷା କର୍ମୀଙ୍କ ଅବହେଳାକୁ ଦାୟୀ କରିଛନ୍ତି ଶ୍ରୀମନ୍ଦିର ସେବକ । ମେଘନାଦ ପାଚେରୀ ଜାଲି ଦ୍ଵାରରେ ବର୍ତ୍ତମାନ ତାଲା ପଡିଛି । ଶ୍ରୀମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ଘଟଣାସ୍ଥଳରେ ଅନୁଧ୍ୟାନ କରିବା ସହ ଗେଟ୍ କୁ ବନ୍ଦ କରିଛନ୍ତି । ଏଥିସହିତ ମେଘନାଦ ପାଚେରୀ ଉଚ୍ଚରେ ଗଦା ହୋଇଥିବା ଅଳିଆକୁ ଜେସିବି ଓ ଟ୍ରାକ୍ଟର ଆଣି ସଫା କରିଛି PSIPL ସଂସ୍ଥା ।