Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ବାଂଲାଦେଶୀଙ୍କୁ ନେଇ ବିଧାନସଭା ଉତ୍ତରରୁ ମିଳିଲା ସଙ୍ଗୀନ ତଥ୍ୟ

Odisha

ବାଂଲାଦେଶୀଙ୍କୁ ନେଇ ବିଧାନସଭା ଉତ୍ତରରୁ ମିଳିଲା ସଙ୍ଗୀନ ତଥ୍ୟ

Rashmita Mishra
Browse all articles by Rashmita Mishra
·1 year ago·2 min read
ବାଂଲାଦେଶୀଙ୍କୁ ନେଇ ବିଧାନସଭା ଉତ୍ତରରୁ ମିଳିଲା ସଙ୍ଗୀନ ତଥ୍ୟ

Key Points

ଏସଟିଏଫ ହାତରେ ବାଂଲାଦେଶୀ ଅନୁପ୍ରବେଶକାରୀ
ଯୋଜନାବଦ୍ଧ ଷଡଯନ୍ତ୍ରରେ ଏମାନଙ୍କ ସଂପୃକ୍ତି ସନ୍ଦେହ
ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ନାଁରେ ନାର୍କୋଟିକ୍ସ ଜିହାଦ
ଲ୍ୟାଣ୍ଡ ଜିହାଦ ଓ ଲଭ ଜିହାଦର ଶହ ଶହ ଅଭିଯୋଗ
ସହରରୁ ସମୁଦ୍ର କୁଳ ବେଆଇନ ବାଂଲାଦେଶୀଙ୍କ କବଜାରେ ଫସିଲାଣି ଅନେକ ଅଞ୍ଚଳ
ବାଂଲାଦେଶୀଙ୍କୁ ନେଇ ବିଧାନସଭା ଉତ୍ତରରୁ ମିଳିଲା ସଙ୍ଗୀନ ତଥ୍ୟ
ରାଜସ୍ବ ମନ୍ତ୍ରୀ କହିଲେ ଅନୁପ୍ରବେଶ ପାଇଁ ପଶ୍ଚିମବଙ୍ଗ ସରକାର ଦାୟୀ

ନା ଅଛି ପାସ ପୋର୍ଟ ନା ଅଛି ଭିସା। କ୍ରାଇମ ମୋଟିଭରେ ଭାରତ ଭିତରକୁ କେତେବେଳେ ବଣ, ପାହାଡ ତ ପୁଣି କେତେବେଳେ ଜଳ ପଥ ଦେଇ ଅନୁପ୍ରବେଶ କରୁଛନ୍ତି ବାଂଲାଦେଶୀ। ବାଙ୍ଗଲାଦେଶରୁ ପ୍ରଥମେ ଆସାମ ଢୁବୁରି ବର୍ଡର ଦେଇ ପ୍ରବେଶ। ଆଉ ତା ପରେ ପଶ୍ଚିମବଙ୍ଗରୁ ଓଡିଶାରୁ ଭୁବନେଶ୍ବର ଭୁବନେଶ୍ବର ଷ୍ଟେସନରୁ ଚାଲାକିର ବାଙ୍ଗଲୋର ଖସି ଯିବାକୁ ଉଦମ୍ୟ ବେଳେ ରବିବାର ୧୦ ବାଙ୍ଗଲାଦେଶୀ ଅନୁପ୍ରବେଶକାରୀଙ୍କୁ ବାନ୍ଧିଛି କ୍ରାଇମବ୍ରାଞ୍ଚ ଏସଟିଏଫ। ସେମାନଙ୍କ ଠାରୁ ନକଲି ଆଧାର କାର୍ଡ, ମୋବାଇଲ, ବାଂଲାଦେଶୀ କରେନ୍ସି ଓ ଭାରତୀୟ ଟଙ୍କା ମଧ୍ୟ ଜବତ କରିଛି ପୋଲିସ। ବଡ କଥା ହେଉଛି, ବର୍ଡର ପାର୍ କରିବା ପାଇଁ ଜଣକ ପିଛା ୪ରୁ ୧୦ ହଜାର ଟଙ୍କା ନେଉଥିଲା ଦଲାଲ ଏମଡି ହାସିମ୍। ଏଭଳି ଭାବେ ଗତ ୬ ମାସ ହେଲା ଅବାଧ ଭାବେ ଅନୁପ୍ରବେଶ ଚାଲିଥିବା ନେଇ ପୋଲିସ ଜେରା ବେଳେ ଜଣାପଡିଛି ।

ଏ ସବୁ ଭିତରେ ବାଂଲାଦେଶୀ ଅନୁପ୍ରବେଶକୁ ନେଇ ସାମ୍ନାକୁ ଆସିଛି ବଡ ତଥ୍ୟ । ରାଜ୍ୟରେ ଏବେ ସୁଦ୍ଧା ଚିହ୍ନଟ ହେଲେଣି ୩୭୩୮ ଜଣ ବଙ୍ଗଳାଦେଶୀ ଅନୁପ୍ରବେଶକାରୀ । ବିଧାନସଭାରେ ମୁଖ୍ୟମନ୍ତ୍ରୀ ରଖିଥିବା ଉତ୍ତରରୁ ଆସିଛି ଏଭଳି ଚିନ୍ତାଜନକ ତଥ୍ୟ । କେନ୍ଦ୍ରାପଡା ଜିଲ୍ଲାରେ ସର୍ବାଧିକ ୧୬୪୯, ଜଗତସିଂହପୁରରେ ୧୧୧୨, ମାଲକାନଗିରିରେ ୬୫୫, ଭଦ୍ରକରେ ୧୯୯, ନବରଙ୍ଗପୁରରେ ୧୦୬ ଏବଂ ରାଜଧାନୀ ଭୁବନେଶ୍ଵରରୁ ମଧ୍ୟ ୧୭ ଜଣ ବାଂଲା ଅନୁପ୍ରବେଶକାରୀ ଧରା ପଡିଛନ୍ତି । ତେବେ ବାଂଲାଦେଶୀ ଅନୁପ୍ରବେଶ ନେଇ ରାଜସ୍ଵ ମନ୍ତ୍ରୀ ରଖିଛନ୍ତି ବଡ ପ୍ରତିକ୍ରିୟା । ଅନୁପ୍ରବେଶ ଲାଗି ସିଧାସଳଖ ପଶ୍ଚିମବଙ୍ଗ ସରକାରକୁ ଦାୟୀ କରିଛନ୍ତି ସୁରେଶ ପୂଜାରୀ । କହିଛନ୍ତି, ପଶ୍ଚିମବଙ୍ଗ ଦେଇ ଓଡିଶା ପଶୁଛନ୍ତି ବାଂଲାଦେଶୀ । ବର୍ଡରରେ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିବା ରାଜ୍ୟ ସରକାରଙ୍କ କାମ। କିନ୍ତୁ ମମତା ସରକାର ନିଜ କାମ କରୁନାହାନ୍ତି । ଏପରିକି କେନ୍ଦ୍ର ସରକାରଙ୍କ ଆଇନ ଓ ପଦକ୍ଷେପକୁ ମଧ୍ୟ ସହଯୋଗ କରୁନାହାନ୍ତି। ଦେଶ ଓ ରାଜ୍ୟକୁ ଅନୁପ୍ରବେଶକାରୀ ଆସିବା ଓ ବାଂଲାଦେଶକୁ ଗୋ ଚାଲାଣ ମଧ୍ୟ ଭାୟା ପଶ୍ଚିମବଙ୍ଗ ଦେଇ ହିଁ ହେଉଛି ବୋଲି କହିଛନ୍ତି ରାଜସ୍ଵ ମନ୍ତ୍ରୀ ।

LOVE ଜିହାଦ୍ LAND ଜିହାଦ୍ NARCOTICS ଜିହାଦର ଖତରନାଖ ଖେଳରେ ଲିପ୍ତ ବାଂଲାଦେଶୀ ଅନୁପ୍ରବେଶ କାରୀ ବାଲେଶ୍ବରକୁ ବନାଇ ସାରିଲେଣି ନିଶା କାରବାର ହବ୍ ଖାଲି ନାର୍କୋଟିକ୍ସ ନୁହେଁ ଲ୍ୟାଣ୍ଡ ଜିହାଦ୍ ବି ବଡ଼ ଷଡଯନ୍ତ୍ର । ନକଲି ଆଧାର କାର୍ଡ ମାଧ୍ୟମରେ ଭାରତୀୟ ବୋଲି ପରିଚୟ ଦେଇ ଲିପ୍ତ ରୁହନ୍ତି ଅପରାଧୀକ କାର୍ଯ୍ୟକଳାପରେ।

ଅନୁପ୍ରବେଶ ରୋକିବା ପାଇଁ ସରକାର ପ୍ରତି ଜିଲ୍ଲାରେ ତହସିଲ, ବ୍ଳକ ଏବଂ ପୁଲିସ୍ କର୍ମଚାରୀଙ୍କୁ ନେଇ ଏକ କମିଟି ଗଠନ କରିଛନ୍ତି । ଓଡ଼ିଶାରେ ବେଆଇନ ଭାବେ ବସବାସ କରୁଥିବା ବଙ୍ଗଳାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିବା ସହିତ ସେମାନଙ୍କୁ ନିଜ ଦେଶକୁ ପ୍ରତ୍ୟାବର୍ତ୍ତନ ନିମନ୍ତେ ରାଜ୍ୟର ସମସ୍ତ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଗତ ୧୦ ବର୍ଷ ମଧ୍ୟରେ ୪୧ ଜଣ ବଙ୍ଗଳାଦେଶୀ ନାଗରିକଙ୍କ ନାଁରେ ବିଭିନ୍ନ ଅପରାଧିକ ମାମଲା ରହିଛି ।

ଅନ୍ତରାଷ୍ଟ୍ରୀୟ ଭାରତ ବିରୋଧୀ ଷଡ଼ଯନ୍ତ୍ରରେ ବାଂଲା ସରକାରକୁ ମୁଖ୍ୟ ଅସ୍ତ୍ର କରି ବ୍ୟବହାର କରୁଛନ୍ତି ଶତ୍ରୁ ରାଷ୍ଟ୍ର । ଦିନକୁ ଦିନ ବଢୁଛି ଶରଣାର୍ଥୀ-ଅନୁପ୍ରବେଶକାରୀଙ୍କ ସଂଖ୍ୟା । ବୃଦ୍ଧି ପାଉଛି ଦେଶ ବିରୋଧୀ ଅପରାଧିକ କାର୍ଯ୍ୟକଳାପ । ଗତ ୨୦୨୪ ଅଗଷ୍ଟ ମାସରେ ଭୁବନେଶ୍ଵରରୁ ଧରା ପଡିଥିବା ବାଂଲାଦେଶୀ ଅନୁପ୍ରବେଶକାରୀ ପାଖରୁ ମିଳିଥିଲା ମାଳ ମାଳ ସିମ୍ ବକ୍ସ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
unconfirmed-information-received-from-the-assembly-reply-regarding-bangladeshis | Argus News