Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମୋହନ ରାଜରେ ବଦଳିବ ସ୍କୁଲ ଭାଗ୍ୟ

Sangram Tripathy
Browse all articles by Sangram Tripathy
·1 year ago·2 min read
ମୋହନ ରାଜରେ ବଦଳିବ ସ୍କୁଲ ଭାଗ୍ୟ

ଅର୍ଗସ ବ୍ୟୁରୋ:ବିଜେଡି ସରକାର ଓଡ଼ିଶାରେ ୨୪ ବର୍ଷ ଶାସନ କଲା ମାତ୍ର ବଦଳିଲାନି ଶିକ୍ଷାର ମାନଚିତ୍ର,କୁହାଗଲା ୫ଟି ମାଧ୍ୟମରେ ଚାରିଆଡେ ସ୍କୁଲ୍ ର ହେଉଛି ରୂପାନ୍ତରଣ । ମାତ୍ର ତାହାଥିଲା କେବଳ ଧର୍ମକୁ ଆଖିଠାର,ନଜର ପକାନ୍ତୁ ଏ ଭିଜୁଆଲ ଉପରେ,କେଉଁଠି ୫ଟି ସ୍କୁଲରେ ଛାତରୁ ସିମେଣ୍ଟ ଖସିପଡିଛି ତ,କେଉଁଠି ପାଚେରି ଭାଙ୍ଗିଛି,କହିବାକୁ ଗଲେ ପୂର୍ବ ସରକାରରେ ରଙ୍ଗମାରି ଲୁଟ୍ ହୋଇଛି କୋଟି କୋଟି। ବିକାଶ କେବଳ ରଙ୍ଗବୋଳାରେ ଅଟକିଛି। ମାତ୍ର ଏଥର ରଙ୍ଗବୋଳା ରୂପାନ୍ତରଣ ନୁହେଁ ସ୍କୁଲ ଗୁଡିକର ବାସ୍ତବିକ ଭିତ୍ତିଭୂମି ସଜାଡିବାକୁ ଅଣ୍ଟା ଭିଡିଛନ୍ତି ବିଜେପି ସରକାର । ମୋହନ ସରକାରରେ ଶିକ୍ଷା ଓ ଶିକ୍ଷକଙ୍କୁ ଦିଆଯାଉଛି ଗୁରୁତ୍ବ। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ସମନ୍ବୟ କମିଟି ବୈଠକରେ ନିଆଯାଇଛି ବଡ ନିଷ୍ପତ୍ତି । ନଜର ପକାନ୍ତୁ ଇଏ ହେଉଛି ସେହି ଦସ୍ତାବିଜ୍ । ଯେଉଁଥିରେ ରାଜ୍ୟର ସହରାଞ୍ଚଳ ଓ ଗ୍ରାମାଞ୍ଚଳ ଗୁଡିକରେ ଥିବା ସମସ୍ତ ସ୍କୁଲ ଗୁଡିକରେ ପାନୀୟ ଜଳ,ଶୌଚାଳୟ, ବିଜୁଳି, ବର୍ଷା ଜଳ ସଂରକ୍ଷଣ ଭିତ୍ତିଭୂମି ତୁରନ୍ତ ନିର୍ମାଣ ଲାଗି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।

ବୈଠକରେ ସହରାଞ୍ଚଳର କେଉଁ ସ୍କୁଲରେ ବର୍ତ୍ତମାନ ସୁଦ୍ଧା ପିଇବା ପାଣି ଓ ଶୌଚାଳୟ ନାହିଁ ତାହାର ରିପୋର୍ଟ ମାସକ ମଧ୍ୟରେ ମଗା ଯାଇଥିବା ବେଳେ ଗ୍ରାମାଞ୍ଚଳ ପାଇଁ ଦୁଇ ମାସ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ,ବର୍ଷକ ମଧ୍ୟରେ ସହରାଞ୍ଚଳର ସମସ୍ତ ସ୍କୁଲ ଗୁଡିକରେ ପାନୀୟ ଜଳ ଯୋଗାଣ ଓ ବର୍ଷା ଜଳ ସଂରକ୍ଷଣ କାର୍ଯ୍ୟ ଶତ ପ୍ରତିଶତ ଶେଷ କରିବାକୁ ନିର୍ଦେଶ ଦିଆଯାଇଥିବା ବେଳେ ଗ୍ରାମାଞ୍ଚଳର ସ୍କୁଲ ଗୁଡିକ ପାଇଁ ଦୁଇ ବର୍ଷର ସମୟ ଦିଆଯାଇଛି ।ଦୀର୍ଘ ସ୍ଥାୟୀ ଓ ବିଶୁଦ୍ଧ ପାନୀୟ ଜଳ ଯୋଗାଣକୁ ସୁନିଶ୍ଚିତ କରିବାକୁ ଦିଆଯାଇଛି ନିର୍ଦେଶ ଯେଉଁ ସ୍ଥାନରେ ସମ୍ଭବ ହୋଇପାରୁଛି ସେଠି ସ୍କୁଲ ଓ ହଷ୍ଟେଲକୁ ବିଜୁଳି ଯୋଗାଣ ପାଇଁ ସୋଲାର ସିଷ୍ଟମ ବା ସୌର ଶକ୍ତିକୁ ବ୍ୟବହାର କରିବାକୁ ନିର୍ଦେଶ ଦିଆଯାଇଛି।କାର୍ଯ୍ୟ ଶେଷ ହେବା ପରେ ସମସ୍ତ ସ୍କୁଲର ବିଜୁଳି, ଶୌଚାଳୟ, ପାନୀୟ,ବର୍ଷା ଜଳ ସଂରକ୍ଷଣକୁ ରକ୍ଷଣାବେକ୍ଷଣ ପ୍ରତି ଯତ୍ନବାନ ହେବାକୁ ଦିଆଯାଇଛି ନିର୍ଦେଶଏପଟେ ସାମ୍ନାକୁ ଆସିଛି ବିଜେଡି ସରକାର ଦାବି କରୁଥିବା ରୂପାନ୍ତରଣର ବାସ୍ତବତା । ସ୍କୁଲରେ ଶୌଚାଳୟ, ପାନୀୟ ଜଳ ନଥିବାରୁ ବାଧ୍ୟ ହୋଇ ଜିଲ୍ଲାପାଳଙ୍କୁ ଜଣାଇବା ଲାଗି ଚାଲି ଚାଲି ଭବାନୀପାଟଣା ଆସିଛନ୍ତି ଥୁଆମୂଳା ରାମପୂର ବ୍ଲକ କିଆପଦର ଆଶ୍ରମ ସ୍କୁଲର ଛାତ୍ରୀ ମାନେ । କିଆପଦର କୁ କର୍ଲାପାଟ ଦେଇ ଭବନାପାଟଣା ଆସିବା ଭିତରେ ପ୍ରବଳ ଖରା ଯୋଗୁ ଆନେକ ଛାତ୍ରୀ ବେହୋସ ହୋଇଯାଉଥିବାର ମଧ୍ୟ ଦେଖିବାକୁ ମିଳିଥିଲା । କେବଳ ଏ ଗୋଟିଏ ସ୍କୁଲର କଥା ନୁହେଁସ କଣ୍ଟାମାଳରୁ ଖରିଆର,  ସବୁଠି ମିଛ ରୁପାନ୍ତରରଣ ସତ ଆସିଛି ସାମନାକୁ.. କୋଉଠି ଶୌଚଳାୟ ନାହିଁ ତ ଆଉ କେଉଁଠି ନାହିଁ ପିଇବା ପାଣିର ସୁବିଧା.. ଖରିଆରର   ସାହାଯପାଣି,କୋଦୋଭଟା ଏବଂ କପଟିଆମ ସ୍କୁଲ ରେ ନାହିଁ ଶୌଚାଳୟ କି ପାନୀୟ ଜଳ ସୁବିଧା l ପାଣି ପାଇଁ ନାଳକୁ ଯାଉଛନ୍ତି ସ୍କୁଲ ପିଲା

ବିଜେଡି ସରକାରରେ ମୋ ସ୍କୁଲ ନାଁ ରୂପାନ୍ତରଣ କରିବା ପାଇଁ ହଜାର ହଜାର କୋଟି ଟଙ୍କା ରାଜ୍ୟ ରାଜକୋଷ ସ୍ବାହା କରାଯାଇଥିଲା । ଭିତିଭୂମି ସଜାଡିବା ନାଁରେ କେବଳ କାନ୍ଥ ବାଡରେ ରଙ୍ଗ ମାରି କାମ ସାରି ଦିଆଯାଇଥିଲା । ଯାହାର ଫଳ ସୂରପ ରାଜ୍ୟର ତିନି ହଜାର ସ୍କୁଲରେ ପାନୀୟ ଜଳ ବ୍ୟବସ୍ଥା ନାହିଁ । ସେହିପରି ୧୮୧୯ ସ୍କୁଲରେ ଶୌଚାଳୟ ନଥିବା ବେଳେ ୫୩୨୭ ସ୍କୁଲରେ ଶୌଚାଳୟ ଗୁଡିକ ଦୟନୀୟ ସ୍ଥିତିରେ ରହିଛି । ଜନସାଧାରଣ କହିଲେଣି ବିଜେଡି କରିନଥିଲା ବିଜେପି କରିଦେଖାଇବ,ମୋହନ ସରକାରରେ ଶିକ୍ଷା,ଶିକ୍ଷକ,ଭିତ୍ତିଭୂମିକୁ ଦିଆଯାଉଛି ଗୁରୁତ୍ବ,ଆଗଉଛି ଓଡ଼ିଶା

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Under the Mohan government, the fortunes of schools will change, there will be real transformation | Argus News