Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଖୋଲା ଆକାଶ ତଳେ ଆଉ ଭିଜିବନି ଚାଷୀର ବହୁମୂଲ୍ୟ ଶସ୍ୟ

Odisha

ଖୋଲା ଆକାଶ ତଳେ ଆଉ ଭିଜିବନି ଚାଷୀର ବହୁମୂଲ୍ୟ ଶସ୍ୟ

Sangram Tripathy
Browse all articles by Sangram Tripathy
·1 year ago·1 min read
ଖୋଲା ଆକାଶ ତଳେ ଆଉ ଭିଜିବନି ଚାଷୀର ବହୁମୂଲ୍ୟ ଶସ୍ୟ

ଅର୍ଗସ ବ୍ୟୁରୋ: ଖୋଲା ଆକାଶ ତଳେ ଆଉ ଭିଜିବନି ଚାଷୀର ବହୁମୂଲ୍ୟ ଶସ୍ୟ। ଗୁଜରାଟ ମଣ୍ଡି ପରି ରାଜ୍ୟରେ ନିର୍ମାଣ ହେବ ବିଶ୍ବସ୍ତରୀୟ ଗୋଦାମଗୃହ, ସୁଦୃଢ଼ ହେବ ଭିତ୍ତିଭୂମି।,ବଢିବ ଚାଷୀଙ୍କ ରୋଜଗାର। ଚାଷୀ ଆଖିରେ ଲୁହ ପୋଛିବାକୁ ଡବଲ ଇଞ୍ଜିନ ସରକାରଙ୍କ ବଡ଼ ଯୋଜନା। ବୃହତ ଶସ୍ୟ ଗୋଦାମ ଯୋଜନାରେ ସାମିଲ ହୋଇଛି ରାଜ୍ୟର 58ଟି ପେକ୍ସ ଓ ଲ୍ୟାମ୍ପ୍ସ। ଏଥିପାଇଁ 107 କୋଟି ଟଙ୍କାର ଅନୁମୋଦନ କରିଛନ୍ତି ସରକାର। ସର୍ବନିମ୍ନ 500 ମେଟ୍ରିକ୍ ଟନରୁ 2500 ମେଟ୍ରିକ୍ ଟନ ପର୍ଯ୍ୟନ୍ତ ଏହି ପେକ୍ସ ଗୁଡ଼ିକର କ୍ଷମତା ରହିବ। ସେହିପରି ପଶ୍ଚିମ ଓଡ଼ିଶାର 7 ଜିଲ୍ଲାରେ 24ଟି ପେକ୍ସରେ ବିଶ୍ବର ଏହି ବୃହତ ଶସ୍ୟ ଗୋଦାମ ଯୋଜନା କାର୍ଯ୍ୟକାରୀ ହେବ। ଗୁଜରାଟର ମଣ୍ଡି ପରି ୱେର ହାଉସ, ଡ୍ରେନେଜ, ପାଚେରୀ ଏବଂ ରାସ୍ତାର ବ୍ୟବସ୍ଥା ହେବ । ପୂର୍ବ ବିଜେଡି ସରକାରର ୨୫ ବର୍ଷର ଶାସନ ପରେ ମଧ୍ୟ ଶସ୍ୟ ସଂରକ୍ଷଣ ପାଇଁ ନା ରହିଛି ବ୍ୟାପକ ବ୍ୟବସ୍ଥା ନା ସୁଦୃଢ ଅଛି ଭିତ୍ତିଭୂମି। କିନ୍ତୁ ଏବେ ଓଡ଼ିଶା ଚାଷୀଙ୍କ ଦୁଃଖ ଦୂର କରିବାକୁ ଅଣ୍ଟା ଭିଡିଛନ୍ତି ଡବଲ ଇଞ୍ଜିନ ସରକାର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Under the open sky no more precious grain of the farmer | Argus News