ସୁନ୍ଦର ଭୁବନେଶ୍ବରକୁ ନ ଉଜାଡିବାକୁ ମାଟି ତଳେ ଗଡ଼ିବ ମେଟ୍ରୋ
·1 year ago

Key Points
ମାଟତଳେ ଗଡ଼ିବ ମେଟ୍ରୋ
ପ୍ରାକୃତିକ ସୌନ୍ଦର୍ଯ୍ୟକୁ ନଷ୍ଟ ନକରିବାକୁ ନିଷ୍ପତ୍ତି
ଆଲାଇନମେଣ୍ଟ ତିଆରି କରିବ ନଗର ଉନ୍ନୟନ ବିଭାଗ
ଭୁବନେଶ୍ୱର ରେ ହେବ ନାହିଁ ଏଲି ଭେଟେଡ଼ ମେଟ୍ରୋ। ଭୁବନେଶ୍ବର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଦୃଷ୍ଟିରେ ଏଭଳି ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ନୂଆ ଆଲାଇନ ମେଣ୍ଟ ତିଆରି କରିବ ନଗର ଉନ୍ନୟନ ବିଭାଗ। ଭୁବନେଶ୍ବର ଅଣ୍ଡର ଗ୍ରାଉଣ୍ଡ ମେଟ୍ରୋ କରିବାକୁ ଯୋଜନା କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।ବର୍ତ୍ତମାନ ମାଟିତଳେ ମେଟ୍ରୋ ରେଳ ଚଳାଇବା ଯୋଜନା ଉପରେ କାର୍ଯ୍ୟ କରାଯାଉଛି।
ମନ୍ତ୍ରୀ କହିଛନ୍ତି ପ୍ରସ୍ତାବିତ ମାଟିତଳେ ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଏକ ନୂତନ ରୂଟ ନିର୍ଦ୍ଧାରଣ କରାଯାଇ ନାହିଁ। ନଗର ଉନ୍ନୟନ ବିଭାଗକୁ ଏହା ପାଇଁ ଅନୁରୋଧ କରାଯାଇଛି ଏବଂ ସର୍ଭେ ପାଇଁ କିଛି ସମୟ ଲାଗିବ।ଗୃହ ଓ ନଗର ଉନ୍ନୟନ ବିଭାଗ ଏହି ପ୍ରକଳ୍ପ ପାଇଁ ଯୋଜନା ପ୍ରସ୍ତୁତ କରିବା ପାଇଁ ଆଗୁଆ କାର୍ଯ୍ୟ ଆରମ୍ଭ କରିଦେଇଛି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: