Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News -  ସାତ ବର୍ଷ ଭିତରେ ୬ ପ୍ରତିଶତରୁ ୩ ପ୍ରତିଶତରେ ପହଞ୍ଚିଲା ବେରୋଜଗାର ହାର

Odisha

 ସାତ ବର୍ଷ ଭିତରେ ୬ ପ୍ରତିଶତରୁ ୩ ପ୍ରତିଶତରେ ପହଞ୍ଚିଲା ବେରୋଜଗାର ହାର

Rashmita Mishra
Browse all articles by Rashmita Mishra
·1 year ago·2 min read
 ସାତ ବର୍ଷ ଭିତରେ ୬ ପ୍ରତିଶତରୁ ୩ ପ୍ରତିଶତରେ ପହଞ୍ଚିଲା ବେରୋଜଗାର ହାର

Key Points

  •  ସାତ ବର୍ଷ ଭିତରେ ୬ ପ୍ରତିଶତରୁ ୩ ପ୍ରତିଶତରେ ପହଞ୍ଚିଲା ବେରୋଜଗାର ହାର
  • ଦିନକୁ ଦିନ ସୁଧୁରୁଛି ଦେଶର ଆର୍ଥିକ ଅବସ୍ଥା
  •  ରୋଜଗାର କ୍ଷେତ୍ରରେ ଲୋକଙ୍କୁ ମିଳୁଛି ବିକଳ୍ପ ବ୍ୟବସ୍ଥା
  •  ଯୁବପିଢି ଓ ମହିଳାଙ୍କୁ ମିଳୁଛି ନିଯୁକ୍ତି
  •  ଏବେ ମୋଦିଙ୍କ ଲୋକଙ୍କୁ ସଶକ୍ତ କରିବାର ପଲିସି କାମରେ ଆସୁଛି

ଅର୍ଗସ ବ୍ୟୁରୋ:  ଦେଶରେ କମୁଛି ବେକାରୀ ହାର । ଆରମ୍ଭ ହୋଇଛି ରୋଜଗାର କ୍ଷେତ୍ରରେ ବଡ ପରିବର୍ତ୍ତନ । ଗତ ସାତ ବର୍ଷ ମଧ୍ୟରେ ଭାରତର ବେକାରୀ ହାର ୬ ପ୍ରତିଶତ ରୁ ୩.୨ପ୍ରତିଶତକୁ ହ୍ରାସ ପାଇଛି । ରୋଜଗାରର ସୁଯୋଗ ସୃଷ୍ଟି କରିବାରେ ଦେଶର ପ୍ରୟାସର ଏହା ଏକ ବଡ ପ୍ରମାଣ। ପିରିୟଡିକ୍ ଲେବର ଫୋର୍ସ ସର୍ଭେ ବା PLFS ତଥ୍ୟ ଅନୁଯାୟୀ, COVID-19 ମହାମାରୀ ସମୟରୁ ବେକାରୀ ହାର ହ୍ରାସ ପାଉଛି । ଯେଉଁଥିରେ ଶ୍ରମ ଶକ୍ତି ଅଂଶଗ୍ରହଣ ହାର ଏବଂ ଶ୍ରମିକ-ଜନସଂଖ୍ୟା ରେସିଓ ବୃଦ୍ଧି ପାଇଛି । ବଢୁଥିବା ମହିଳା ଶ୍ରମବଳ ବା ବିଶେଷ ଭାବରେ ଗ୍ରାମୀଣ ମହିଳା ମାନେ କୃଷି ତଥା ଆନୁଷଙ୍ଗିକ କାର୍ଯ୍ୟରେ ସାମିଲ ହେବା ଦ୍ବାରା ବଢିଛି ରୋଜଗାର । ଆଉ ଏହି ସକରାତ୍ମକ ଧାରା ଦେଶରେ ଏକ ଅନୂକୁଳ ନିଯୁକ୍ତି ପରିବେଶ ଏବଂ ରୋଜଗାର କ୍ଷମତା ସୃଷ୍ଟି କରିପାରିଛି ।

ସେପଟେ ପୂର୍ବ ବିଜେଡ଼ି ସରକାର କିଭଳି ନିଯୁକ୍ତି ଦେବା ନାଁରେ ଯୁବକ ଯୁବତୀଙ୍କୁ ଭୁଆଁ ବୁଲାଉ ଥିଲେ, ତାହା ବିଧାନସଭା ତଥ୍ୟରୁ ସାମ୍ନାକୁ ଆସିଛି । ବିଧାନସଭାରେ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ସ୍ୱାଇଁଙ୍କ ଉତ୍ତର ଅନୁସାରେ, ଗତ ୧୦ ବର୍ଷରେ ମୁଖ୍ୟମନ୍ତ୍ରୀ ନିଯୁକ୍ତି ସୁଯୋଗ ସୃଷ୍ଟି କାର୍ଯ୍ୟକ୍ରମ ଜରିଆରେ ୧୮ ଲକ୍ଷ ୪୨ ହାଜର ୬୭ ଜଣଙ୍କୁ ନିଯୁକ୍ତି ତାଲିମ ପ୍ରଦାନ କରାଯାଇ ଥିବା ବେଳେ ବିଗତ ପାଞ୍ଚ ବର୍ଷରେ ନିଯୁକ୍ତି ମେଳା ଆୟୋଜନ କରି ମାତ୍ର ୧ ଲକ୍ଷ ୫ ହାଜର ୪୪୪ ଜଣଙ୍କୁ ନିଯୁକ୍ତି ପତ୍ର ଦିଆଯାଇଛି ।ବଡ଼ କଥା ହେଲା ୨୨୬ଟି ନିଯୁକ୍ତି ମେଳା ଆୟୋଜନ ପାଇଁ ସରକାର ଖର୍ଚ୍ଚ କରିଛନ୍ତି ୩ କୋଟି ୮୦ ଲକ୍ଷ ଟଙ୍କା । ସେହିପରି ନିଯୁକ୍ତି ଭିତ୍ତିକ ତାଲିମ କାର୍ଯ୍ୟକ୍ରମ ଜରିଆରେ ବିଗତ ପାଞ୍ଚ ବର୍ଷରେ ୩୬ ହାଜର ୩୨୯ ଜଣ ଯୁବକ ଯୁବତୀଙ୍କୁ ତାଲିମ ଦିଆଯାଇଥିବା ବେଳେ ମାତ୍ର ମାତ୍ର ୧୫ ହଜାର ୩୮ ଜଣଙ୍କୁ ନିଯୁକ୍ତି ଦେଇଛନ୍ତି । ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ରାଜ୍ୟରେ ବିଗତ ପାଞ୍ଚ ବର୍ଷରେ ୧୨ ଲକ୍ଷ ୧୩ ହଜାର ୯୨୪ ଜଣ ଯୁବକ ଯୁବତୀ ପଞ୍ଜିକରଣ କରି ଚାକରି ଅପେକ୍ଷାରେ ଅଛନ୍ତି । ଆଉ ସେମାନଙ୍କ ମଧ୍ୟରୁ ମାତ୍ର ୨୨୭୪ ଜଣଙ୍କୁ ନିଯୁକ୍ତି ଦେଇ ପାରିଛନ୍ତି ରାଜ୍ୟ ସରକାର ।

ଓଡ଼ିଶାରେ ବିଜେପି ସରକାର ଆସିବା ପରେ କିଛି ଦିନ ତଳେ 16 ହାଜର ଶିକ୍ଷକ ନିଯୁକ୍ତି ଦେଇଛନ୍ତି । ସେହିପରି ବିଭିନ୍ନ ବିଭାଗରେ ଖାଲି ଥିବା 1 ଲକ୍ଷ 32 ହାଜରରୁ ଅଧିକ ପଦବୀ ମଧ୍ୟ ପର୍ଯ୍ୟାୟ କ୍ରମେ ପୂରଣ କରିବାକୁ ଯୋଜନା ରଖିଛନ୍ତି ସରକାର । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Unemployment rate fell from 6 percent to 3 percent in seven years | Argus News