ଭିସୁଟରେ ଲାଗୁ ହେଲା ୟୁନିଫର୍ମ, ଛାତ୍ରୀ ପିନ୍ଧିବେ ସଲଓ୍ବାର କମିଜ୍ ସହ ଓ୍ବେଷ୍ଟକୋଟ୍

Key Points
ଭିସୁଟରେ ଲାଗୁ ହେଲା ୟୁନିଫର୍ମ
ସୁରକ୍ଷା ଦୃଷ୍ଟିରୁ ଝିଅଙ୍କ ପାଇଁ ଓଢଣୀ ବାରଣ
ପୁଅଙ୍କ ପାଇଁ ଫର୍ମାଲ ପ୍ୟାଣ୍ଟ୍ ଓ ସାର୍ଟ
ଝିଅଙ୍କ ପାଇଁ ସଲଓ୍ବାର କମିଜ୍ ସହ ଓ୍ବେଷ୍ଟକୋଟ୍
ଭିସୁଟରେ ଲାଗୁ ହେଲା ୟୁନିଫର୍ମ ବା ଡ୍ରେସ୍ କୋଡ୍ । ପ୍ରଥମ ଥର ପାଇଁ ଛାତ୍ରଛାତ୍ରୀଙ୍କ ପାଇଁ ୟୁନିଫର୍ମ ଲାଗୁ ହୋଇଛି । ୨୦୨୫-୨୦୨୬ ବର୍ଷ ପାଇଁ ଆଡମିଶନ ନେଇଥିବା ସମସ୍ତ ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଏହା ଲାଗୁ ହେବ । ଏଥିରେ ପିଜି ଓ ପିଏଚଡି ଛାତ୍ରଛାତ୍ରୀଙ୍କୁ ବାଦ୍ ଦିଆଯାଇଛି । ପୁଅଙ୍କ ପାଇଁ ଫର୍ମାଲ ପ୍ୟାଣ୍ଟ୍ ଓ ସାର୍ଟ ରହିଥିବାବେଳେ ଝିଅଙ୍କ ପାଇଁ ସଲଓ୍ବାର କମିଜ୍ ସହ ଓ୍ବେଷ୍ଟକୋଟ୍ ବାଧ୍ୟତାମୂଳକ କରାଯାଇଛି ।
ସୁରକ୍ଷା ଦୃଷ୍ଟିରୁ ଝିଅଙ୍କ ପାଇଁ ଦୁପଟା ବା ଓଢଣୀ ବାରଣ ରହିଛି । ପ୍ୟାଣ୍ଟ୍, ସାଲଓ୍ବାର ଓ ଓ୍ବେଷ୍ଟକୋଟର ରଙ୍ଗ ନେଭି ବ୍ଲୁ ଓ ସାର୍ଟର ରଙ୍ଗ ବ୍ଲୁ ରହିବ ବୋଲି କୁହାଯାଇଛି ।
📱 Get Argus News App
✨ବାଲେଶ୍ୱର ଏଫଏମ କଲେଜ ଛାତ୍ରୀ ଓଢଣୀରେ ପେଟ୍ରୋଲ ଢାଳି ନିଆଁ ଲଗାଇବା ..ପରେ ସେହି ଛାତ୍ରୀ ଜଣଙ୍କର ମୃତ୍ୟୁ ହେବା ପରେ ଏଭଳି ନିଷ୍ପତ୍ତି ନେଇଛନ୍ତି କଲେଜ କର୍ତ୍ତୃପକ୍ଷ ।