Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆଜି ବିକଶିତ କୃଷି ସଂକଳ୍ପ ଅଭିଯାନରେ ସାମିଲ ହେବେ କେନ୍ଦ୍ର କୃଷି ମନ୍ତ୍ରୀ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଆଜି ବିକଶିତ କୃଷି ସଂକଳ୍ପ ଅଭିଯାନରେ ସାମିଲ ହେବେ କେନ୍ଦ୍ର କୃଷି ମନ୍ତ୍ରୀ

Key Points

ପୁରୀରେ କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନ

ଆଜି ବିକଶିତ କୃଷି ସଂକଳ୍ପ ଅଭିଯାନରେ ହେବେ ସାମିଲ

ପୁରୀରେ କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନ । ଆଜି ବିକଶିତ କୃଷି ସଂକଳ୍ପ ଅଭିଯାନରେ ହେବେ ସାମିଲ । ପୁରୀରୁ ଆରମ୍ଭ ହେବ କେନ୍ଦ୍ର ସରକାରଙ୍କ ବିକଶିତ କୃଷି ସଂକଳ୍ପ ଅଭିଯାନ । ଏକ ପେଡ ମାଆ କେ ନାମ ଅଭିଯାନ ଅଧୀନରେ ଗଛ ରୋପଣ କାର୍ଯ୍ୟକ୍ରମ ମଧ୍ୟ ହେବ । ସକାଳୁ ପ୍ରଥମେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ । ପରେ ସକାଳ ୮ ଟା ୩୦ ଠାରୁ ୧୦ ଟା ୩୦ ମଧ୍ୟରେ ସାକ୍ଷୀଗୋପାଳ କୃଷି ବିଜ୍ଞାନ କେନ୍ଦ୍ର ଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଭାଗନେବେ କେନ୍ଦ୍ରମନ୍ତ୍ରୀ । ପୁରୀରୁ ଆରମ୍ଭ ହେବ ନୂଆ ଅଭିଯାନ। ଏଣିକି ବୈଜ୍ଞାନିକ ଯିବେ ଚାଷ ଜମିକୁ ।


ଚାଷୀଙ୍କ ସହ କରିବେ ଆଲୋଚନା। ଲ୍ୟାବ ରିସର୍ଚ୍ଚ ଏଣିକି କ୍ଷେତରେ ଇଂପ୍ଲିମେଣ୍ଟ ସିଧା ହେବ। I CAR କୃଷି ବୈଜ୍ଞାନିକ ସେଣ୍ଟରର ୧୬,୦୦୦ ବୈଜ୍ଞାନିକ ଏବଂ ରାଜ୍ୟ ସରକାରଙ୍କ କୃଷି ବିଭାଗ କେନ୍ଦ୍ର ସରକାରଙ୍କ ବିଭାଗ ସମସ୍ତେ ମିଶିକି ୨୧୧୭ ଟିମ ତିଆରି ହୋଇଛି । ୧୫ ଦିନରେ ୬୦,୦୦୦ ଗାଁକୁ ଯିବେ। ଚାଷୀଙ୍କ ସହ କଥା ହେବେ। ଜଳବାୟୁ କଣ ଅଛି, କେଉଁଠି କେଉଁ ଫସଲ ହୋଇପାରିବ ସେ ଉପରେ ଆଲୋଚନା ହେବ । ପ୍ରଧାନମନ୍ତ୍ରୀଙ୍କ ଏହି ଅଭିଯାନ ପାଇଁ ଭିଡିଓ ବାର୍ତା ମଧ୍ୟ ଜାରି କରିବେ ବୋଲି ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ବିଭାଗ ମନ୍ତ୍ରୀ ଶିବରାଜ ସିଂ ଚୌହାନ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
union-agriculture-minister-to-join-the-advanced-agricultural-revolution-campaign-today | Argus News