Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

IIM Sambalpur / "ଜବ ସିକ୍ୟୋର ନୁହେଁ ଜବ କ୍ରିଏଟର ହୁଅ"

Smruti Parija
Browse all articles by Smruti Parija
·9 months ago·2 min read
"ଜବ ସିକ୍ୟୋର ନୁହେଁ ଜବ କ୍ରିଏଟର ହୁଅ"

Key Points

ସମ୍ବଲପୁର IIMର 11 ତମ ପ୍ରତିଷ୍ଠା ଦିବସରେ ଯୋଗ ଦେଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ
କହିଲେ, ସମ୍ବଲପୁରକୁ କେସ ଷ୍ଟଡି ଭାବେ ବ୍ୟବହାର କର
ଜବ ସିକ୍ୟୋର ନୁହେଁ ଜବ କ୍ରିଏଟର ହୁଅ
ନବରାତ୍ର ରେ କନ୍ୟା ପୂଜନ ସହ ନବ ଜନ୍ମିତ ଶିଶୁ କନ୍ୟାଙ୍କୁ କଲେ ସମ୍ମାନିତ

ସମ୍ବଲପୁର IIMର 11 ତମ ପ୍ରତିଷ୍ଠା ଦିବସରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଭିଭାଷଣ ରଖି ଧର୍ମେନ୍ଦ୍ର କହିଛନ୍ତି, ସମ୍ବଲପୁରକୁ କେସ ଷ୍ଟଡି ଭାବେ ବ୍ୟବହାର କର । ସେ କହିଛନ୍ତି ଯଦି ଜବ ସିକ୍ୟୋର ନୁହେଁ ଜବ କ୍ରିଏଟର ହୁଅ । ବହିରୁ ମିଳୁଥିବା ଜ୍ଞାନ ପର୍ଯ୍ୟାପ୍ତ ନୁହେଁ । ସମସ୍ତ ଛାତ୍ର ସମ୍ବଲପୁର ଆସି ପାଠ ପଡିବା ଗର୍ବ ସୌଭାଗ୍ୟର କଥା । ସମ୍ବଲପୁରରେ ହୀରାକୁଦ ଭଳି ସୁଦୀର୍ଘ ଡ୍ୟାମ ସହ ସମଲେଶ୍ୱରୀ ମନ୍ଦିର, ଦେବ୍ରିଗଡ଼ ଓ ରଙ୍ଗବତୀ ଭଳି ଗୀତ ଅଛି । ଚାଷ, ଟୁରିଜିମ, ଫିଲସୋଫି ସବୁକିଛି ସମ୍ବଲପୁର ରେ ଅଛି । ଏହି ଅବସରରେ ଛାତ୍ରମାନେ ରଙ୍ଗବତୀ ଗୀତ ମଧ୍ୟ ବୋଲିଥିଲେ ।
ନବରାତ୍ର ରେ ଜନ୍ମିତ କନ୍ୟା ଙ୍କ ପାଇଁ ଆୟୋଜିତ ହୋଇଛି ସ୍ୱତନ୍ତ୍ର ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ।


ବିକାଶ ଫାଉଣ୍ଡେସନ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କନ୍ୟା ପୂଜନ କରାଯିବା ସହ ଏକ ଉତ୍ସବ ମାଧ୍ୟମ ରେ ନବ ଜନ୍ମିତ ଶିଶୁ କନ୍ୟା ଙ୍କୁ ସମ୍ମାନିତ କରାଯାଇଛି । ସେହିପରି ଶିକ୍ଷା କ୍ଷେତ୍ର ରେ ସହଯୋଗ ପାଇଁ କିଛି ଛାତ୍ରୀଙ୍କୁ ମୋବାଇଲ ସହ କିଛି ଅର୍ଥ ପ୍ରଦାନ କରାଯାଇଛି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ନବରାତ୍ର ସମୟରେ ଜନ୍ମ ନେଇଥିବା ୧୨୧ ଜଣ ନବ ଜାତ ଶିଶୁ କନ୍ୟା ଙ୍କୁ ସମ୍ବର୍ଦ୍ଧନା କରିବା ସହ ୨ଟି ଲେଖାଏଁ କିଟ ବଣ୍ଟନ ଓ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ୧୧୨ ଜଣ ଅନାଥ ଶିଶୁ କନ୍ୟା ଙ୍କୁ ଆର୍ଥିକ ସହାୟତା ପ୍ରଦାନ, ସୁକନ୍ୟା ସମୃଦ୍ଧି ପାଇଁ ୫ ଜଣ ଶିଶୁ କନ୍ୟା କୁ ୫ ହଜାର ନଗଦ ଟଙ୍କା ସହାୟତା, ହୋଟେଲ ମ୍ୟାନେଜ ମେଣ୍ଟ ପାଠପଢୁଥିବା ୫ ଜଣ ଛାତ୍ରୀ ଙ୍କୁ ମୋବାଇଲ ଫୋନ ପ୍ରଦାନ କରିଛନ୍ତି । କେନ୍ଦ୍ର ମନ୍ତ୍ରୀ କହିଛନ୍ତି ସମ୍ବଲପୁର ର ମହିଳା ଙ୍କ ହାର ପୁରୁଷ ଙ୍କ ଠାରୁ ଅଧିକ । 1000 ପୁରୁଷ ରେ 1076 ମହିଳା ଅଛନ୍ତି । ଗତ 10 ବର୍ଷ ରେ ଜନ୍ମ ନେଇଥିବା ଝିଅ ଙ୍କ ସହ ଆଗାମୀ 20 ବର୍ଷ ରେ ଜନ୍ମ ନେବାକୁ ଥିବା ପ୍ରାୟ ଦେଢ଼ ଲକ୍ଷ ଝିଅ ଙ୍କ ଉତ୍ତମ ଯତ୍ନ ନିଆଯାଉ । ସମ୍ବଲପୁର ର ମହିଳା ସଶକ୍ତିକରଣ ଜାତୀୟ ସ୍ତର ରେ ଚର୍ଚ୍ଚା ର ବିଷୟ ହେବା ଭଳି ପ୍ରସ୍ତୁତ କରିବାକୁ ଜନ ସାଧାରଣ ଙ୍କୁ ସେ ଅପିଲ କରିଛନ୍ତି ।


ଚିପିଲିମା ଘଣ୍ଟେଶ୍ୱରୀ ମନ୍ଦିର ରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମା ଙ୍କ ଦର୍ଶନ କରିବା ସହ କରିଛନ୍ତି ପୂଜାର୍ଚନା । ରେଢ଼ାଖୋଲ ପଡିଆବାହଲ ଦୁର୍ଗାପୂଜା ମଣ୍ଡପ ବୁଲି ମା ଙ୍କ ଦର୍ଶନ କରିଛନ୍ତି । ସାଙ୍ଗରେ ଅଛନ୍ତି ମନ୍ତ୍ରୀ ରବି ନାଏକ ।

Related Topics

Explore more stories

Sponsored
IIM Sambalpur | union-education-minister-dharmendra-pradhan-at-the-11th-foundation-day-of-sambalpur-iim | Argus News