ଓଡ଼ିଆ ଉଦ୍ୟୋଗୀଙ୍କୁ ଅଭିନ୍ଦନ ଜଣାଇଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Key Points
ଓଡ଼ିଆ ଉଦ୍ୟୋଗୀଙ୍କୁ ଅଭିନ୍ଦନ ଜଣାଇଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଫୋର୍ବସ୍ ଏସିଆ ୩୦ ବର୍ଷରୁ କମ୍ରେ ସ୍ଥାନ ପାଇଥିବା ଓଡ଼ିଆଙ୍କୁ ଦେଲେ ଶୁଭେଚ୍ଛା
ଓଡ଼ିଆ ଉଦ୍ୟୋଗୀଙ୍କୁ ଅଭିନ୍ଦନ ଜଣାଇଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଫୋର୍ବସ୍ ଏସିଆ ୩୦ ବର୍ଷରୁ କମ୍ରେ ସ୍ଥାନ ପାଇଥିବା ଓଡ଼ିଆଙ୍କୁ ଦେଲେ ଶୁଭେଚ୍ଛା । 2025 ପ୍ରତିଷ୍ଠିତ ଫୋର୍ବସ୍ ଏସିଆ 30 ବର୍ଷରୁ କମ୍ 30 ଶ୍ରେଣୀରେ ସ୍ଥାନ ପାଇଛନ୍ତି ଯୁବ ଓଡ଼ିଆ ଉଦ୍ୟୋଗୀ ବୋଧିସତ୍ତ୍ଵ ସଂଘପ୍ରିୟ, ଆଇଜି ଡ୍ରୋନ୍ସ ପ୍ରତିଷ୍ଠାତା ଓମ୍ ପ୍ରକାଶ, ୟଙ୍ଗ ଟିଙ୍କର୍ ଫାଉଣ୍ଡେସନ୍ର ସହପ୍ରତିଷ୍ଠାତା ଅନିଲ ପ୍ରଧାନ, ବୈଶାଳୀ ଶର୍ମା ଓ ସ୍ପେସ୍ ଫିଲ୍ଡସ୍ ପ୍ରତିଷ୍ଠାତା ଅପୂର୍ବା ମାସୁକ । ସମସ୍ତଙ୍କୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ Xରେ ପୋଷ୍ଟ କରି ଅଭିନନ୍ଦନ ଜଣାଇଛନ୍ତି ।
କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଛନ୍ତି, ଓଡ଼ିଶା ଓ ଭାରତର ଯୁବ ଉଦ୍ଭାବକ ଓ ଉଦ୍ୟୋଗୀମାନେ ନେତୃତ୍ଵ ନେଉଛନ୍ତି । ସେମାନେ ବିଶ୍ଵ ସ୍ତରରେ ପ୍ରଭାବ ପକାଇ ଆସୁଛନ୍ତି । ସେମାନଙ୍କର ଆତ୍ମବିଶ୍ଵାସ, କ୍ଷମତା ଓ ସୃଜନଶୀଳତା ସମସ୍ତଙ୍କୁ ପ୍ରେରଣା ଯୋଗାଇବ । ଅନେକ ଉଦ୍ଭାବକ ଏବଂ ଉଦ୍ୟୋଗୀଙ୍କୁ ପ୍ରେରଣା ଦେବ । ସମସ୍ତଙ୍କ ଉଜ୍ବଳ ଭବିଷ୍ୟତ କାମନା ସହ ଆହୁରି ଆଗକୁ ଯାଆନ୍ତୁ କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।