Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ତ୍ରିରଙ୍ଗା ଯାତ୍ରା ମାଧ୍ୟମରେ ଭାରତୀୟ ସେନାଙ୍କ ମନୋବଳ ବଢ଼ାଇବାକୁ ଆହ୍ବାନ

Smruti Parija
Browse all articles by Smruti Parija
·1 year ago·1 min read
ତ୍ରିରଙ୍ଗା ଯାତ୍ରା ମାଧ୍ୟମରେ ଭାରତୀୟ ସେନାଙ୍କ ମନୋବଳ ବଢ଼ାଇବାକୁ ଆହ୍ବାନ

Key Points

ସମ୍ବଲପୁରରେ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା

ଭାରତୀୟ ସେନାକୁ ସାଲ୍ୟୁଟ କଲେ କେନ୍ଦ୍ରମନ୍ତ୍ରୀ

ସମ୍ବଲପୁରରେ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା । ଅପରେସନ ସିନ୍ଦୂରର ସଫଳତା ଓ ସେନାର ମନୋବଳ ବଢାଇବାକୁ ଶୋଭାଯାତ୍ରା । ବିଶାଳ ଶୋଭଯାତ୍ରାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଉପମୁଖ୍ୟମନ୍ତ୍ରୀ କନକ ବଦ୍ଧନ ସିଂ ଦେଓ, ପଂଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ ମଧ୍ୟ ଯୋଗ ଦେଇଥିଲେ । ଭାରତୀୟ ସେନାର ବୀରତ୍ବକୁ ସାଲ୍ୟୁଟ କରିବା ସହ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଭାରତର ପରାକ୍ରମ ସାରା ବିଶ୍ବ ଦେଖିଛି । ଭାରତର ସୈନିକ ଶକ୍ତି ତାର ପରାକାଷ୍ଠା ଦେଖାଇଛି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
— Dharmendra Pradhan (@dpradhanbjp) May 16, 2025


ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ଭାରତ ତାର ପରିଚୟ ବିଶ୍ବରେ ତିଆରି କରିଛି । ଉଗ୍ରବାଦକୁ ପ୍ରଶୟ ଦେଉଥିବା ପାକିସ୍ତାନକୁ ଉଚିତ ଜବାବ ଦିଆଯାଇଛି । ଭାରତ ସହ କେହି ଲାଗିଲେ ଭାରତୀୟ ସେନା, ଭାରତର ଆଜିର ନେତୃତ୍ବ ତାର ଉଚିତ ଜବାବ ଦେବେ । ଆଗକୁ ଜାରି ରହିବ ଅପରେସନ ସିନ୍ଦୂର, ବର୍ତ୍ତମାନ ପାଇଁ ଅପରେସନ ସିନ୍ଦୂରକୁ ସ୍ଥଗିତ ରଖାଯାଇଛି । ତେବେ ତ୍ରିରଙ୍ଗା ଯାତ୍ରା ମାଧ୍ୟମରେ ଭାରତୀୟ ସେନାଙ୍କ ମନୋବଳ ବଢ଼ାଇବା ସହ ଓଡ଼ିଶାାବାସୀଙ୍କୁ ଭାରତୀୟ ସେନାଙ୍କ ସହ ଠିଆ ହେବାକୁ ଆହ୍ବାନ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ।

Sponsored
union-education-minister-dharmendra-pradhan-joins-in-triranga-sobha-yatra-at-sambalpur | Argus News