କାଶୀ ତାମିଲ ସଙ୍ଗମ୍ 3.0 ପୋର୍ଟାଲର ଉନ୍ମୋଚନ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଅର୍ଗସ ବ୍ୟୁରୋ: ନୂଆଦିଲ୍ଲୀରେ କାଶୀ ତାମିଲ ସଙ୍ଗମ୍ 3.0 ପୋର୍ଟାଲର ଉନ୍ମୋଚନ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏଥର ଋଷି ଅଗସ୍ତ୍ୟଙ୍କ ସମ୍ପର୍କରେ KTS 3.0ରେ ଥିମ୍ ରହିବ। ଋଷି ଅଗସ୍ତ୍ୟଙ୍କ ଦ୍ବାରା ଭିଏତନାମା, ଇଣ୍ଡୋନେସିଆ ସହ ବିଶ୍ବର ବିଭିନ୍ନ ସ୍ଥାନରେ ଶିବ ମନ୍ଦିର ରହିଛି । KTS 3.0ରେ ଫେବୃଆରୀ 15ରୁ 24 ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ରହିବ । ଆଜିଠୁ ରେଜିଷ୍ଟ୍ରସନ୍ ହେବ । କାଶୀର ନମୋଘାଟରେ ଏହି କାର୍ଯ୍ୟକ୍ରମ ହେବ । ଚଳିତ ବର୍ଷ ମହାକୁମ୍ଭ ଥିବାରୁ ସମସ୍ତ ପ୍ରତିନିଧି କୁମ୍ଭରେ ବୁଡ଼ ପକାଇବା ସହ କୁମ୍ଭ ପରିଦର୍ଶନ କରିବେ । KTS 3.0ରେ ଯୁବକମାନେ କାର୍ଯ୍ୟକ୍ରମର କେନ୍ଦ୍ରବିନ୍ଦୁ ରହିବେ । ପ୍ରତ୍ୟେକ ଦିନ "ଏକ ଭାରତ ଶ୍ରେଷ୍ଠ ଭାରତ" କାର୍ଯ୍ୟକ୍ରମ ରହିବ । ସମସ୍ତ ପ୍ରତିନିଧି ପ୍ରାଣ ପ୍ରତିଷ୍ଠା ଏକ ବର୍ଷ ପୂର୍ତ୍ତି ଅବସରରେ ରାମ ମନ୍ଦିର ଦର୍ଶନ କରିବେ । ଅଗସ୍ତ୍ୟ ମୁନିଙ୍କ ଜୀବନକୁ digitally ପ୍ରଦର୍ଶନୀ କରାଯିବ । ଛାତ୍ରଛାତ୍ରୀ ମାନେ Quizରେ ଭାଗ ନେବେ । ତାମିଲ ଭାଷାରେ ଏହା ହେବ । ମୋଟ 1200 ପ୍ରତିନିଧି ଅଂଶ ଗ୍ରହଣ କରିବେ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ।
