ଦିନିକିଆ ଦେବଗଡ଼ ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Key Points
ଦିନିକିଆ ଦେବଗଡ଼ ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
୪୫ଟି ପ୍ରକଳ୍ପର ଶୁଭ ଉଦଘାଟନ ଏବଂ ୬ଟି ପ୍ରକଳ୍ପର ଶିଳାନ୍ୟାସ କରିଲେ
ଚତୁର୍ଦ୍ଧାବିଗ୍ରହଙ୍କ ଦର୍ଶନ ସହିତ ଆଶୀର୍ବାଦ କାମନା କଲେ
ଦିନିକିଆ ଦେବଗଡ଼ ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବହୁ ପ୍ରତିକ୍ଷିତ ଦେବଗଡ଼ ନୂତନ ବସଷ୍ଟାଣ୍ଡ ସମେତ ୪୫ଟି ପ୍ରକଳ୍ପର ଶୁଭ ଉଦଘାଟନ ଏବଂ ୬ଟି ପ୍ରକଳ୍ପର ଶିଳାନ୍ୟାସ କରିଲେ। ତିଲେଇବଣି ବ୍ଲକ ସାମନ୍ତ୍ରାପାଲି ଗାଁରେ ସାମୁହିକ ବୃକ୍ଷରୋପଣ ଏବଂ ସବୁଜ ରଥର ଶୁଭାରମ୍ଭ କରିଲେ। ପରେ ଦେବଗଡ଼ ସହର ପୁରୁଣାଗଡ ଗୁଣ୍ଡିଚା ମନ୍ଦିର ଯାଇ ଜନ୍ମବେଦୀରେ ଚତୁର୍ଦ୍ଧାବିଗ୍ରହଙ୍କ ଦର୍ଶନ ସହିତ ଆଶୀର୍ବାଦ କାମନା କରିବାର କାର୍ଯ୍ୟକ୍ରମ ରହିଛି।
ବଡ଼ ବଗିଚା ପଡିଆରେ ଅନୁଷ୍ଠିତ ଗରିବ କଲ୍ୟାଣ ଓ ବିକାଶ ସମାବେଶକୁ ସମ୍ବୋଧନ କରିବା ସହିତ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଅନେକ ଯୋଜନାରୁ ହିତାଧିକାରୀଙ୍କ କାର୍ଯ୍ୟାଦେଶ ତଥା ସହାୟତା ପ୍ରଦାନ କରିବେ । ବିଶେଷ କରି ଦେବଗଡ ଜିଲ୍ଲା ବାସୀଙ୍କୁ ୧୬୩ କୋଟି ରୁ ଅଧିକ ଟଙ୍କାର ୪୫ ଟି ପ୍ରକଳ୍ପ ଭେଟିଦେବା ସହିତ ୬ କୋଟି ଅଧିକ ମୂଲ୍ୟର ୬ ଟି ପ୍ରକଳ୍ପ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି ।