Videos
|
Odisha

ବୀର ଛବିଳ ସାଏଙ୍କ ସହ 56 ସ୍ଵାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଧର୍ମେନ୍ଦ୍ର 

Manini Pattanayak
Browse all articles by Manini Pattanayak
·2 years ago·1 min read
ବୀର ଛବିଳ ସାଏଙ୍କ ସହ 56 ସ୍ଵାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଧର୍ମେନ୍ଦ୍ର 

ସମ୍ବଲପୁର : ସମ୍ବଲପୁର କୁଦୋପାଲିରେ ବୀର ଛବିଳ ସାଏଙ୍କ ସହ 56 ସ୍ଵାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।  ଏହି ଅବସରରେ  ଦେଶ ପ୍ରତି ବୀର ଛବିଳ ସାଏଙ୍କ ଅବଦାନକୁ ମନେପକାଇଛନ୍ତି ଧର୍ମେନ୍ଦ୍ର । କାର୍ଯ୍ୟକ୍ରମକୁ ସମ୍ବୋଧନ କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଦେଶ ସ୍ଵାଧୀନତା ପାଇଁ ଓଡ଼ିଶାର ସ୍ଵାଧୀନତା ସଂଗ୍ରାମୀଙ୍କ ଭୂମିକା ଅନନ୍ୟ। କୁଦୋପାଲି ରଣଭୂମି ଇତିହାସର ସ୍ଵର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇରହିବ।

କୁଦୋପାଲି ରଣଭୂମିକୁ ଏକ ରମଣୀୟ କ୍ଷେତ୍ର ଭାବେ ପରିଣତ କରିବା ପାଇଁ କୁଦୋପାଲି ରଣଭୂମି ବିଷୟରେ ବଡ଼ ଗବେଷଣା କରାଯିବ। ଏହି ପବିତ୍ର କୁଦୋପାଲି ସମ୍ପର୍କରେ ଏକ ପୁସ୍ତକ ଉନ୍ମୋଚନର ଦାୟିତ୍ଵ ନେଉଛି ।  ଶ୍ରୀ ପ୍ରଧାନ ଆହୁରୀ କହିଥିଲେ, ଭାରତ ଆଜି ବିଶ୍ଵରେ ଟାଣୁଆ ଦେଶ ଭାବେ ପରିଚିତ ହୋଇଛି। ପ୍ରଧାନମନ୍ତ୍ରୀ 2047 ସୁଦ୍ଧା ଭାରତକୁ ବିକଶିତ କରିବାର ଆହ୍ବାନ ଦେଇଛନ୍ତି। ଆଜି ଦେଶ ପାଇଁ ମରିବାର ସମୟ ଆସିନି, କିଛି କରିବାର ସମୟ ଆସିଛି । ଡିସେମ୍ବର ମାସ କ୍ରାନ୍ତିର ମାସ  ସେହିପରି  ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରାରେ  ସାମିଲ ହୋଇଥିଲେ  ଧର୍ମେନ୍ଦ୍ର  । 
 ଅଧିକ  ଦେଖନ୍ତୁ : 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: