ଆଜି ଗଞ୍ଜାମ ଗସ୍ତରେ ଆସିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Key Points
ଗଞ୍ଜାମ ଜିଲ୍ଲା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୨୬ତମ ସମାବର୍ତ୍ତନ ଉତ୍ସବରେ ହେବେ ସାମିଲ
IISER ଶିକ୍ଷାନୁଷ୍ଠାନରେ 780କୋଟିର ନବ ନିର୍ମିତ କୋଠାର କରିବେ ଉଦଘାଟନ
ଆଜି ଗଞ୍ଜାମ ଗସ୍ତରେ ଆସିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶୁକ୍ରବାର ରାତିରେ ଗଞ୍ଜାମରେ ପହଞ୍ଚିବା ପରେ ଶନିବାର ଏବଂ ରବିବାର ବିଭିନ୍ନ କାର୍ଯ୍ୟକ୍ରମରେ ହେବେ ସାମିଲ । ଶନିବାର ବ୍ରହ୍ମପୁରର ଅଧିଷ୍ଠାତ୍ରୀ ଦେବୀ ମା' ବୁଢ଼ୀ ଠାକୁରାଣୀଙ୍କୁ ଦର୍ଶନ କରି ବ୍ରହ୍ମପୁର ସହରରେ ତ୍ରିରଙ୍ଗା ରାଲିରେ ସାମିଲ୍ ହେବେ । ଏହାପରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୨୬ତମ ସମାବର୍ତ୍ତନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ।
ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ, ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ, ପରିବହନ ମନ୍ତ୍ରୀ, ୩ ଲୋକସଭା ସାଂସଦ ମଧ୍ୟ ଯୋଗଦେବା କାର୍ଯ୍ୟକ୍ରମ ରହିଛି । ଏହାପରେ ଧର୍ମେନ୍ଦ୍ର ପ୍ରଧାନ ଲଉଡ଼ି ଗାଁ ସ୍ଥିତ IISERର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାମିଲ ହେବେ । IISER ଶିକ୍ଷାନୁଷ୍ଠାନରେ 780କୋଟିର ନବନିର୍ମିତ କୋଠା ସହ ବହୁ ପ୍ରକଳ୍ପର ଉଦଘାଟନ କରିବେ । ଅଗଷ୍ଟ ୧୦ରେ ଛତ୍ରପୁର ସ୍ଥିତ ମାଟିଖାଲ IREL ପ୍ଲାଣ୍ଟ ପରିସରରେ ଡ଼ିସାଲିଲେସନ ପ୍ରକଳ୍ପର ଉଦଘାଟନ କାର୍ଯ୍ୟକ୍ରମରେ ଯୋଗଦେବେ ।
ଓଡ଼ିଶାରେ ପ୍ରଥମ ଥର ଏହି ପ୍ଲାଣ୍ଟ ମାଧ୍ୟମରେ ସମୁଦ୍ରର ଲୁଣି ଜଳକୁ ମଧୁର ଜଳ ଭାବେ ପରିଣତ କରାଯାଇ ବ୍ୟବହାର କରିବେ ଗଞ୍ଜାମବାସୀ । ସେହିପରି ଛତ୍ରପୁରରେ ଆୟୋଜିତ ହେବାକୁ ଥିବା ଗରିବ କଲ୍ୟାଣ ସମାବେଶରେ ଯୋଗଦେଇ ଲୋକଙ୍କୁ ଉଦବୋଧନ ଦେବେ।