Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଓଡ଼ିଶା ଗବେଷଣା କେନ୍ଦ୍ରର ଉଦଘାଟନ କରିବେ କେନ୍ଦ୍ରମନ୍ତ୍ରୀ

Smruti Parija
Browse all articles by Smruti Parija
·2 years ago
ଓଡ଼ିଶା ଗବେଷଣା କେନ୍ଦ୍ରର ଉଦଘାଟନ କରିବେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର:  ଉଚ୍ଚ ଗବେଷଣା କ୍ଷେତ୍ରରେ ରାଜ୍ୟରେ ନୂଆ ସମ୍ଭାବନା । ଆଜି ଓଡ଼ିଶା ଗବେଷଣା କେନ୍ଦ୍ରର ଉଦଘାଟନ କରିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜଧାନୀ ଭୁବନେଶ୍ବରରେ IIT ଖଡ଼ଗପୁରର ଏକ୍ସଟେନସନ କ୍ୟାମ୍ପସରେ ଓଡ଼ିଶା ରିସର୍ଚ୍ଚ ସେଣ୍ଟର ପ୍ରତିଷ୍ଠା ହେବାକୁ ଯାଉଛି । ଭୁବନେଶ୍ବର CSIR ଇନଷ୍ଟିଚ୍ୟୁଟ ଅଫ ମିନେରାଲ ଆଣ୍ଡ ମ୍ୟାଟେରିଆଲ ଟେକ୍ନୋଲୋଜି କ୍ୟାମ୍ପସରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ । 

ରାଜ୍ୟର କଳା, ସଂସ୍କୃତି, ଇତିହାସ ଓ ରାଜନୀତିରେ ଉଚ୍ଚସ୍ତରୀୟ ଗବେଷଣା ପାଇଁ ଏହି ଅନୁଷ୍ଠାନ ନୂଆ ସୁଯୋଗ ସୃଷ୍ଟି କରିବା ଲକ୍ଷ୍ୟ ରଖାଯାଇଛି । କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ, ICSSR, ଇଣ୍ଡଆନ ନଲେଜ ସିଣ୍ଟମ ଡିଭିଜନ, IIM ସମ୍ବଲପୁର, IIT ଖଡ଼ଗପୁର ଓ IIT ଭୁବନେଶ୍ବରର ମିଳିତ ସହଯୋଗରେ ଓଡ଼ିଶା ରିସର୍ଚ୍ଚ ସେଣ୍ଟରର ପ୍ରତିଷ୍ଠା ହେବାକୁ ଯାଉଛି । 

ଗରିବ ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବା ପାଇଁ ମୋଦି ସରକାର ପ୍ରତିଶ୍ରୁତିବଦ୍ଧ: ଧର୍ମେନ୍ଦ୍ର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Union Education Minister Dharmendra Pradhan will inaugurate the Odisha research center today | Argus News