Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ୫୬ ବର୍ଷରେ ପାଦ ଥାପିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Odisha

୫୬ ବର୍ଷରେ ପାଦ ଥାପିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Swoyang prajna Mishra
Browse all articles by Swoyang prajna Mishra
·10 months ago·3 min read
୫୬ ବର୍ଷରେ ପାଦ ଥାପିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Key Points

56ବର୍ଷରେ ପାଦ ଥାପିଲେ ଆଜି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାଜ୍ୟର ବିଭିନ୍ନ ସ୍ଥାନରେ ଧର୍ମେନ୍ଦ୍ରଙ୍କ ଜନ୍ମଦିନ ପାଳନ କରାଯାଇଛି । ଏକ୍ସ ହ୍ୟାଣ୍ଡେଲରେ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି , ଗୃହ ମନ୍ତ୍ରୀ ଅମିତ ଶାହଙ୍କ ସହିତ ବହୁ ବଡ଼ ବଡ଼ ନେତା ।

କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆଜି ଜନ୍ମଦିନ । ସକାଳୁ ହାଉଜ଼ଖାସ ଜଗନ୍ନାଥ ମନ୍ଦିରରେ ମନ୍ତ୍ରୀଙ୍କ ମଙ୍ଗଳ କାମନା କରି ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଥିଲା।...ଏ ଦୃଶ୍ୟ ହେଉଛି ଧର୍ମେନ୍ଦ୍ର ପ୍ରଧାନଙ୍କ ସରକାରୀ ବାସ ଭବନରେ ସେଲିବ୍ରେସନର । କେନ୍ଦ୍ରମନ୍ତ୍ରୀଙ୍କ ପତ୍ନୀ ମୃଦୁଳା ପ୍ରଧାନଙ୍କ ଉପସ୍ଥିତିରେ କେକ କାଟି ଜନ୍ମ ଦିବସ ପାଳିଥିଲେ ନୂଆଦିଲ୍ଲୀ ପ୍ରବାସୀ ଓଡ଼ିଆ । ହାଉଜ଼ଖାସ ଜଗନ୍ନାଥ ମନ୍ଦିର ସମ୍ପାଦକ ରବୀନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ପ୍ରବାସୀ ଓଡ଼ିଆମାନେ ଜନ୍ମଦିନ ପାଳିଥିଲେ ।

ରାଜ୍ୟର ବିଭିନ୍ନ ସ୍ଥାନରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନ ପାଳନ କରାଯାଇଛି । ସମ୍ବଲପୁରରେ ମାଆ ସମଲେଶ୍ଵରୀ ମନ୍ଦିରରେ ସ୍ବତନ୍ତ୍ର ପୂଜାର୍ଚ୍ଚନା ସହ ଦୀପ ପ୍ରଜ୍ଜଳନ କଲା ସମ୍ବଲପୁର ଜାଗରଣ ସ୍ଵେଚ୍ଛାସେବୀ ଅନୁଷ୍ଠାନ । ସେହିପରି ଧର୍ମେନ୍ଦ୍ର ପ୍ରଧାନଙ୍କ ଫ୍ୟାନ୍ କ୍ଲବ ପକ୍ଷରୁ ମଧ୍ୟ ମା ସମଲେଶ୍ଵରୀଙ୍କଠାରେ ସମୂହ ଦୀପ ଦାନ ସହ କେନ୍ଦ୍ରମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରିଛନ୍ତି । ଧର୍ମେନ୍ଦ୍ର ପ୍ରଧାନ ଫ୍ୟାନ କ୍ଲବ ପକ୍ଷରୁ ରେଙ୍ଗାଲି ଠେଲକୋଲେଇରେ ବିଶାଳ ରକ୍ତଦାନ ଶିବିର । ଶତାଧିକ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ସମ୍ବଲପୁର, ବୁର୍ଲା, ବରଗଡ ଓ ସୁନ୍ଦରଗଡ ଅଂଚଳ ଲୋକ ସାମିଲ ହୋଇ ରକ୍ତଦାନ କରିଥିଲେ ।
ସେହିପରି ଭଦ୍ରକ, ଭୁବନେଶ୍ବର,କଟକ, ବାଲେଶ୍ବର ପରି ସବୁ ଜିଲ୍ଲାରେ କେନ୍ଦ୍ର ମନ୍ତ୍ରୀଙ୍କ ଜନ୍ମ ଉତ୍ସବ ପାଳନ କରାାଇଥିଲା ।

ସେପଟେ ତାଳଚେରରେ ହନୁମାନ ମନ୍ଦିରରେ ଦୀପଦାନ କରିବା ସହ ଅସହାୟ ଗରିବଲୋକଙ୍କୁ ବସ୍ତ୍ର ବଣ୍ଟନ କରାଯାଇଛି।
ଏହି କାର୍ଯ୍ୟକ୍ରମ ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମା ବସନ୍ତ ମଞ୍ଜରୀ ପ୍ରଧାନ ଅତିଥି ଭାବେ ଉପସ୍ଥିତ ଥିଲେ । ...
ଢେଙ୍କାନାଳରେ ବି କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ୫୬ତମ ଜନ୍ମଦିନ ପାଳନ ହୋଇଯାଇଛି । କାମାକ୍ଷାନଗର ବିଧାୟକ ଶତୃଘ୍ନ ଜେନା ବାବା ବୁଦ୍ଧେଶ୍ବରଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରି ଦୀର୍ଘାୟୁ କାମନା କରିଥିଲେ । ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀ ମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା ।
ସୋସିଆଲ ମିଡିଆରେ ମଧ୍ୟ ଛୁଟିଥିଲା ଶୁଭେଚ୍ଛାର ସୂଅ । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ନିଜ ଏକ୍ସ ହ୍ୟାଣ୍ଡେଲରେ ପିଏମ୍ ପୋଷ୍ଟ କରି କହିଛନ୍ତି- ଭାରତର ଶିକ୍ଷା କ୍ଷେତ୍ରକୁ ଉନ୍ନତ କରିବା ପାଇଁ ତାଙ୍କର ପ୍ରୟାସ, ଗବେଷଣା ଏବଂ ନବସୃଜନ ଉପରେ ଧ୍ୟାନ ଦେବା ପ୍ରଶଂସନୀୟ ଏବଂ ଭାରତର ଯୁବ ଶକ୍ତିକୁ ବହୁ ଲାଭଦାୟକ । ଧର୍ମେନ୍ଦ୍ର ପ୍ରଧାନଙ୍କ ଦୀର୍ଘାୟୁ ଏବଂ ସୁସ୍ଥ ଜୀବନ ପାଇଁ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ।....ସେହିପରି ଗୃହ ମନ୍ତ୍ରୀ ଅମିତ ଶାହ ଏକ୍ସ ହ୍ୟାଣ୍ଡେଲରେ ଧର୍ମେନ୍ଦ୍ରଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଭଗବାନଙ୍କ ନିକଟରେ ଦୀର୍ଘାୟୁ କାମନା କରିଛନ୍ତି । ଦେଶର ଅନେକ ବଡ଼ ବଡ଼ ନେତା ମନ୍ତ୍ରୀ କେନ୍ଦ୍ରମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।...

୧୯୬୯ ମସିହା ଜୁନ ୨୬ ତାରିଖରେ ଧର୍ମେନ୍ଦ୍ର ଜନ୍ମଗ୍ରହଣ କରିଥିଲେ। ଧର୍ମେନ୍ଦ୍ର ପ୍ରଧାନ ୧୯୮୩ ମସିହାରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ସଂଘର କାର୍ଯ୍ୟକର୍ତ୍ତା ଭାବେ ନିଜର ରାଜନୈତିକ ଭବିଷ୍ୟ ଆରମ୍ଭ କରିଥିଲେ। ସେ ୨୦୦୦ ମସିହାରେ ପାଲଲହଡା ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୨୦୦୪ରେ ଦେବଗଡ଼ ସଂସଦୀୟ କ୍ଷେତ୍ରରୁ ସାଂସଦ ଭାବେ ନିର୍ବାଚିତ ହେବା ସହ ୨୦୦୪ରୁ ୨୦୦୬ ଯାଏଁ ଭାରତୀୟ ଜନତା ଯୁବମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବରେ ଦାୟିତ୍ଵ ନିର୍ବାହ କରିଥିଲେ । ଏହା ସହ ବିହାର, ଉତ୍ତରାଖଣ୍ଡ, ଛତିଶଗଡ଼, କର୍ଣ୍ଣାଟକ ପ୍ରଭୃତି ରାଜ୍ୟରର ପ୍ରଭାରୀ ଭାବେ ଦାୟିତ୍ଵ ନେଇ ସୁଚାରୁରୂପେ ସାଙ୍ଗଠନିକ ଉନ୍ନତି କରି ରାଷ୍ଟ୍ରୀୟ ନେତୃତ୍ୱଙ୍କ ପାଇଁ ଏକ ଭରସାଯୋଗ୍ୟ ଓ ଦୁର୍ଦ୍ଦଶ ସେନାନୀ ପାଲଟିଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ୨୦୧୦ ମସିହାରେ ଭାରତୀୟ ଜନତା ପାର୍ଟିର ସର୍ବଭାରତୀୟ ସାଧାରଣ ସମ୍ପାଦକ ହେବା ପରେ 2ଥର ରାଜ୍ୟ ସଭା ସାଂସଦ ଭାବରେ ପ୍ରତିନିଧିତ୍ବ କରିଛନ୍ତି। ନରେନ୍ଦ୍ର ମୋଦିଙ୍କ ନେତୃତ୍ବାଧୀନ ସରକାରର ପ୍ରଥମ ପାଳିରେ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ସହ କୌଶଳ ବିକାଶ ମନ୍ତ୍ରଣାଳୟର ଦାୟିତ୍ଵ ଗ୍ରହଣ କରି ଉଚ୍ଚପ୍ରଶଂସିତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ଉଜ୍ଜଲା ଯୋଜନାର ସଫଳ ରୂପାୟନ ପାଇଁ ରାଷ୍ଟ୍ରୀୟ ସ୍ତରରେ ସେ ଉଜ୍ଜଳ-ପୁରୁଷ ତଥା ଉଜ୍ବଳା ମ୍ୟାନ୍ ନାମରେ ପରିଚୟ ପାଇଥିଲେ। ବର୍ତ୍ତମାନ ମୋଦିଙ୍କ ତୃତୀୟ ପାଳିରେ ସେ ସମ୍ବଲପୁର ଲୋକସଭା ଆସନରୁ ବିଜୟ ହୋଇ କେନଦ୍ର ଶିକ୍ଷାମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି। ଧର୍ମେନ୍ଦ୍ର ପ୍ରଧାନଙ୍କ ସମୟରେ ନୂତନ ଶିକ୍ଷାନୀତି ଲାଗୁ ହୋଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Union Education Minister Dharmendra Pradhan's birthday | Argus News