Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସମ୍ବଲପୁରରେ ରାଜ୍ୟର ପ୍ରଥମ ସ୍କିଲ୍ ଇଣ୍ଡିଆ ସେଣ୍ଟରର ଉଦଘାଟନ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ

Ritu Das
Browse all articles by Ritu Das
·2 years ago·2 min read
ସମ୍ବଲପୁରରେ ରାଜ୍ୟର ପ୍ରଥମ ସ୍କିଲ୍ ଇଣ୍ଡିଆ ସେଣ୍ଟରର ଉଦଘାଟନ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ

ଅର୍ଗସ ବ୍ୟୁରୋ: ସମ୍ବଲପୁରରେ ରାଜ୍ୟର ପ୍ରଥମ ସ୍କିଲ୍ ଇଣ୍ଡିଆ ସେଣ୍ଟରର ଉଦଘାଟନ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ । ଏହି ସେଣ୍ଟର ଦକ୍ଷ କର୍ମଜୀବୀ ସୃଷ୍ଟି କରିବାରେ ସହାୟକ ହେବ । ସେହିପରି ‘ରୋବଟିକ୍ସ ସେଣ୍ଟର’ର ଉଦଘାଟନ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ପଶ୍ଚିମ ଓଡ଼ିଶାର ସାଂସ୍କୃତିକ ଐତିହ୍ୟ ଉପରେ ୮ ଗୋଟି ଡାକ ଟିକେଟର ମଧ୍ୟ ଉନ୍ମୋଚନ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଏହି କାର୍ଯ୍ୟକ୍ରମରେ ଭିସିରେ ଯୋଡି ହୋଇଥିଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ସେପଟେ ସମ୍ବଲପୁରରୁ ଅଯୋଧ୍ୟାକୁ `ଆସ୍ଥା’ ଟ୍ରେନର ବି ଆଜି ଶୁଭାରମ୍ଭ ହୋଇଛି ।

ମାଝିପାଲିରେ ଓଡ଼ିଶାର ପ୍ରଥମ ସ୍କିଲ୍ ଇଣ୍ଡିଆ ସେଣ୍ଟରର ଉଦଘାଟନ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ସେଣ୍ଟର୍ ମିଡ଼ିଆ ଏଣ୍ଡ୍ ଏଣ୍ଟରଟେନମେଣ୍ଟ, ଚମଡା, ପର୍ଯ୍ୟଟନ, ହସ୍ପିଟାଲିଟି ଏବଂ ITESS ଭଳି ଅଧିକ ଚାହିଦା ଥିବା କ୍ଷେତ୍ରରେ ଯୁବଶକ୍ତିଙ୍କ ଜ୍ଞାନ ବଢ଼ାଇବ। ସେହିପରି ସମ୍ବଲପୁରରେ ଭେଦିକ୍ ଇଣ୍ଟରନ୍ୟାସନାଲ ସ୍କୁଲରେ ‘ରୋବଟିକ୍ସ ସେଣ୍ଟର’କୁ ଉଦଘାଟନ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ । ଭେଦିକ୍ ଗ୍ରୁପ୍ ଶିକ୍ଷାଦାନ ପଦ୍ଧତିରେ ନୂଆ ନୂଆ ଟେକ୍ଲୋଲୋଜି ଆପଣାଇଛି ।ଛାତ୍ରଛାତ୍ରୀଙ୍କୁ ଏକବିଂଶ ଶତାବ୍ଦୀର ଶିକ୍ଷା ଦେଇ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବା ଦିଗରେ ଏହାର ଆଭିମୁଖ୍ୟ ପ୍ରଶଂସନୀୟ । ନୂଆପୀଢିଙ୍କ ଦାୟିତ୍ବ ଆମେ ଯେତେ ନେବା, ଆମ ସମାଜରେ ସମ୍ପନ୍ନତା ସେତେ ବଢିବ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ। 

ସେହିପରି ସମ୍ବଲପୁର ୟୁନିଭର୍ସିଟି ବିଜୁ ପଟ୍ଟନାୟକ ଅଡିଟରିୟମରେ ଆୟୋଜିତ ସନ୍ଥ କବି ଭୀମଭୋଇ ଓ ସ୍ଵଭାବ କବି ଗଙ୍ଗାଧର ମେହେର ଏବଂ ପଶ୍ଚିମ ଓଡ଼ିଶାର ସାସ୍କୃତିକ ଐତିହ୍ୟ ଉପରେ ୬ ଗୋଟି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଏହି ଅବସରରେ ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, ଦେଓଗଡ ଓ ସୁନ୍ଦରଗଡ଼ ଜିଲ୍ଲାରେ 42ଟି ଡାକଘରର ଉଦଘାଟନ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । କାର୍ଯ୍ୟକ୍ରମରେ ଭିସି ଜରିଆରେ ଯୋଡି ହୋଇଥିଲେ ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ। 
ଅନ୍ୟପଟେ ଫୁଟବଲ୍ ଫର୍ ସ୍କୁଲ୍ କାର୍ଯ୍ୟକ୍ରମର ଶୁଭାରମ୍ଭ ସହ ପିଲାଙ୍କ ମନୋବଳ ବଢାଇଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଚଣ୍ଡିଖୋଲରେ ସାଧାରଣ ସଭାକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ମୋଦି

ସମ୍ବଲପୁର ଷ୍ଟେସନରୁ `ଆସ୍ଥା' ଟ୍ରେନର ଶୁଭାରମ୍ଭ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 15 ଶହ 12ଜଣ ରାମଭକ୍ତଙ୍କୁ ନେଇ ଅଯୋଧ୍ୟା ଅଭିମୁଖେ ଗଡିଲା ସ୍ବତନ୍ତ୍ର ଟ୍ରେନ୍। 


 

Sponsored
Union Education Minister | Argus News