Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

‘କପିଳାସ ହାଫ୍ ମାରାଥନ'ର ଶୁଭାରମ୍ଭ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

Rashmita Mishra
Browse all articles by Rashmita Mishra
·1 year ago·1 min read
‘କପିଳାସ ହାଫ୍ ମାରାଥନ'ର ଶୁଭାରମ୍ଭ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

ଅର୍ଗସ ବ୍ୟୁରୋ: ଢେଙ୍କାନାଳରେ ‘କପିଳାସ ହାଫ୍ ମାରାଥନ’ର ଶୁଭାରମ୍ଭ । କପିଳାସ ଅଭୟାରଣ୍ୟର ସବୁଜ ସୁନ୍ଦର ପରିବେଶରେ ଟାଟା ଷ୍ଟିଲ୍ ମେରାମଣ୍ଡଳୀ ପକ୍ଷରୁ ‘କପିଳାସ ହାଫ୍ ମାରାଥନ’ର ଦ୍ବିତୀୟ ସଂସ୍କରଣର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ହାଫ୍ ମାରାଥନରେ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ଯୁବବର୍ଗ ଓ ବରିଷ୍ଠ ନାଗରିକ ସାମିଲ ହୋଇଥିଲେ । ଏହି ମାରାଥନ, କପିଳାସକୁ ବିଶ୍ବ ପର୍ଯ୍ୟଟନ ତଥା ମାରାଥନ ଦୌଡ଼ର ଏକ ପ୍ରମୁଖ ସ୍ଥଳ ଭାବରେ ପ୍ରତିଷ୍ଠିତ କରାଇବାରେ ସହାୟକ ହେବ । ହାତୀ ସୁରକ୍ଷା ଓ ପରିବେଶ ସୁରକ୍ଷାର ସଚେତନତା ସୃଷ୍ଟି କରାଇବାରେ ଏହାକୁ ସାଧୁ ଉଦ୍ୟମ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।


ହାଫ୍ ମାରାଥନ୍ ପରେ ଢେଙ୍କାନାଳ କପିଳାସ ମନ୍ଦିରରେ ପ୍ରଭୁ ଶ୍ରୀ ଚନ୍ଦ୍ରଶେଖରଜିଉଙ୍କୁ ଦର୍ଶନ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମନ୍ଦିରର ଉନ୍ନତି, ସଂରକ୍ଷଣ ଏବଂ ପର୍ଯ୍ୟଟକଙ୍କ ସୁବିଧା ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ପ୍ରଶାସନକୁ ପରାମର୍ଶ ଦେଇଛନ୍ତି । ମନ୍ଦିର, ପର୍ବତ ଓ ଜଙ୍ଗଲ ଆମର ପୁଞ୍ଜି । ଏହାକୁ ସ୍ବଚ୍ଛ ଓ ସୁନ୍ଦର ରଖିବା ପାଇଁ ଆମେ ସମସ୍ତେ ଯତ୍ନବାନ ହେବା ଜରୁରୀ ବୋଲି କହିଛନ୍ତି ଧର୍ମେନ୍ଦ୍ର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଆକାଂକ୍ଷୀ ଜିଲ୍ଲା ଢେଙ୍କାନାଳର ସଂସ୍କୃତି, ଐତିହ୍ୟର ସଂରକ୍ଷଣ ସହ ଜିଲ୍ଲାର ସର୍ବାଙ୍ଗୀନ ବିକାଶ କରିବା ପାଇଁ ଡବଲ ଇଞ୍ଜିନ ସରକାର ବଦ୍ଧପରିକର ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ।

Sponsored
union-education-minister-launches-kapilash-half-marathon | Argus News