ବଳଙ୍ଗା ପୀଡିତାଙ୍କ ପରିବାରବର୍ଗଙ୍କୁ ଭେଟି ସମବେଦନା ଜଣାଇଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

Key Points
ବଳଙ୍ଗା ପୀଡିତାଙ୍କ ପରିବାରବର୍ଗଙ୍କୁ ଭେଟିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ
ପୀଡ଼ିତାଙ୍କ ପରିବାରବର୍ଗଙ୍କୁ ଭେଟି ସମବେଦନା ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ
ଦିଲ୍ଲୀ ଏମ୍ସ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ ସ୍ଥିତ ଏମ୍ସ ମେଡିକାଲରେ ଚିକିତ୍ସାଧୀନ ଥିବା ପୁରୀ ବଳଙ୍ଗା ନାବାଳିକାଙ୍କ ପରିବାର ବର୍ଗଙ୍କୁ ଭେଟି ସମବେଦନା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନାବାଳିକାଟିର ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଏମ୍ସ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି । ତାଙ୍କର ଆଶୁ ଆରୋଗ୍ୟ କାମନା କରିବା ସହ ଶୀଘ୍ର ସୁସ୍ଥ ହୋଇ ସେ ଘରକୁ ଫେରିବା ନେଇ ଧର୍ମେନ୍ଦ୍ର ମହାପ୍ରଭୁଙ୍କ ପାଖରେ ପ୍ରାର୍ଥନା କରିଛନ୍ତି ।
ସେପଟେ ଦିଲ୍ଲୀ ଏମ୍ସର ବର୍ଣ୍ଣ ଓ ପ୍ଲାଷ୍ଟିକ ସର୍ଜରି ବିଭାଗ ଆଇସିୟୁରେ ଭର୍ତ୍ତି ହଇ ଚିକ୍ତ୍ସିତ ହେଉଛନ୍ତି ବଲଙ୍ଗା ପୀଡ଼ିତା । ତାଙ୍କର ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି ଓ ସେ ଅକ୍ସିଜେନ୍ ସପୋର୍ଟରେ ରହିଛନ୍ତି । ବର୍ଣ୍ଣ ଓ ପ୍ଲାଷ୍ଟିକ୍ ସର୍ଜରି ବିଭାଗ ଡାକ୍ତରୀ ଟିମ୍ ପୀଡ଼ିତାଙ୍କ ସ୍ବାସ୍ଥ୍ୟାବସ୍ଥାର ତଦାରଖ କରୁଛନ୍ତି । ପୀଡ଼ିତାଙ୍କୁ ଉତ୍ତମ ଚିକିତ୍ସା ପାଇଁ ଓଡ଼ିଶା ସରକାରଙ୍କ ଦ୍ବାରା ପଦକ୍ଷେପ ନିଆଯାଇଛି । ବଳଙ୍ଗା ପୀଡ଼ିତାଙ୍କ ଅବସ୍ଥା ନେଇ ଦିଲ୍ଲୀ ଏମ୍ସ ପକ୍ଷରୁ କୁହାଯାଇଛି ପୀଡ଼ିତାଙ୍କ ଅବସ୍ଥା ଗୁରୁତର ରହିଛି । ଅକ୍ସିଜେନ ସପୋର୍ଟରେ ଅଛନ୍ତି ପୀଡ଼ିତା । ପୀଡ଼ିତାଙ୍କ ଶରୀର ଜଳିଯାଇଛି ୭୫ ପ୍ରତିଶତ । ସେପଟେ କିଏ, କାହିଁକି କେମିତିକୁ ନେଇ ତନାଘନା ଚାଲିଛି । ଯେଉଁ ସ୍ଥାନରେ ନାବାଳିକାକଙ୍କ ଦେହରେ ନିଆଁ ଲଗାଯାଇଥିଲା , ସେହି ସ୍ଥାନ ବୁଲି ଦେଖିଛନ୍ତି ଡିଜିପି । ପରେ ପୀଡିତାଙ୍କ ଘରକୁ ଯାଇଥିଲେ ଡିଜିପି । ପରିବାର ଲୋକଙ୍କ ସହିତ କଥା ହୋଇଥିଲେ । ସାଇଣ୍ଟିଫିକ୍ ଟିମର ୧୦ ଜଣିଆ ଦଳ ବଳଙ୍ଗାରେ ସ୍ଥିତି ଯାଞ୍ଚ କରିଛି । ଘଟଣାସ୍ଥଳରୁ ବିଭିନ୍ନ ନମୁନା ସଂଗ୍ରହ କରିଛନ୍ତି ।
ପୁରୀ ଜିଲ୍ଲା ବଳଙ୍ଗା ଅଞ୍ଚଳରେ ଘଟିଥିବା ଅଭାବନୀୟ ଘଟଣାରେ ନାବାଳିକା ଜଣକ ନୂଆଦିଲ୍ଲୀ ସ୍ଥିତ ଏମ୍ସ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି । ତାଙ୍କର ପରିବାର ବର୍ଗଙ୍କୁ ଭେଟି ସମବେଦନା ଜଣାଇବା ସହ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଏମ୍ସ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କଲି । ତାଙ୍କର ଆଶୁ ଆରୋଗ୍ୟ କାମନା କରିବା ସହ ଶୀଘ୍ର ସୁସ୍ଥ ହୋଇ ଘରକୁ… pic.twitter.com/j9K5RrViuF
— Dharmendra Pradhan (@dpradhanbjp) July 20, 2025