Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଦୁଇ ଦିନିଆ କୋରାପୁଟ ଜିଲ୍ଲା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

Smruti Parija
Browse all articles by Smruti Parija
·1 year ago·1 min read
ଦୁଇ ଦିନିଆ କୋରାପୁଟ ଜିଲ୍ଲା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

Key Points

ଦୁଇ ଦିନିଆ କୋରାପୁଟ ଜିଲ୍ଲା ଗସ୍ତରେ ଅଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ମା' କଣ୍ଟାବାଉଁଶୁଣିଙ୍କୁ ଦର୍ଶନ କରିଚନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ

କୁନି କୁନି ଛାତ୍ରଛାତ୍ରୀଙ୍କ ସହ କଲେ ସାକ୍ଷାତ

ଦୁଇ ଦିନିଆ କୋରାପୁଟ ଜିଲ୍ଲା ଗସ୍ତରେ ଅଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରଥମେ ଦାମନଯୋଡି ରେଳଷ୍ଟେସନରେ ପହଞ୍ଚିଲେ କେନ୍ଦ୍ରମନ୍ତ୍ରୀ । ଭାରତୀୟ ମଜଦୂର ସଂଘ୍ ତରଫରୁ ମନ୍ତ୍ରୀଙ୍କୁ ପୁଷ୍ପ ମାଲ୍ୟ ଦେଇ ସମ୍ବର୍ଦ୍ଧନା କରାଯାଇଛି । ଏହାସହ କୋରାପୁଟ ପୋଲିସ ଦ୍ବାରା ମନ୍ତ୍ରୀଙ୍କୁ ଦିଆଯାଇଛି ଗାର୍ଡ ଅଫ ଅନର । ରାଜ୍ୟ ଗଣ ଶିକ୍ଷା ମନ୍ତ୍ରୀ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୁରଜ୍ ସୂର୍ଯ୍ୟ ବଂଶୀଙ୍କ ସହ ଶତାଧିକ କର୍ମୀଙ୍କ ଭିତରେ ମନ୍ତ୍ରୀଙ୍କୁ ଫୁଲ ମାଳ ଦେଇ ଭବ୍ୟ ସ୍ୱାଗତ କରାଯାଇଛି ।


କୋରାପୁଟ ନାଲକୋ ପରେ ହିନ୍ଦୁସ୍ଥାନ ଏରୋନେଟିକ ( ହାଲ୍ ) ପରିଦର୍ଶନ ସହ ସାବର ଶ୍ରୀକ୍ଷେତ୍ରରେ ବାହୁଡ଼ା ଯାତ୍ରାରେ ସାମିଲ ହେବା ପରେ କୋରାପୁଟ ସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ୪୭୯.୯୨ କୋଟି ଟଙ୍କା ପ୍ରକଳ୍ପର ଭୂମିପୂଜନ ସହ ଅନେକ ପ୍ରକଳ୍ପର ଲୋକାର୍ପଣ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


କୋରାପୁଟ ଜିଲ୍ଲାର ପ୍ରସିଦ୍ଧ ଶକ୍ତି ପୀଠ ମା' କଣ୍ଟାବାଉଁଶୁଣିଙ୍କୁ ଦର୍ଶନ କରିଚନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ । ସୁନାବେଡା ସ୍ଥିତ ହାଲ ଅଭିମୁଖେ ଯିବା ସମୟରେ ଛକ ଛକରେ ବିଭିନ୍ନ ସଙ୍ଗଠନ ପକ୍ଷରୁ ଖୁବ ଜୋର୍ ସୋର୍ ରେ ସ୍ୱାଗତ କରାଯାଇଛି । ଏହାସହ କୁନି କୁନି ଛାତ୍ରଛାତ୍ରୀଙ୍କ ସହ ସାକ୍ଷାତ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ।

Sponsored
union-education-minister-on-two-day-visit-to-koraput-district | Argus News